ପୁରୁଷ ମାନେ ଏହି 4 ଟି କାର୍ଯ୍ୟ କରିବା ସମୟରେ ଲାଜ କରିବେ ନାହିଁ, ନଚେତ ଜୀବନ ସାରା ପସ୍ତେଇବାକୁ ପଡିବ । Chanakya Niti

ଚାଣକ୍ୟ ଜଣେ ବହୁତ ବଡ ପଣ୍ଡିତ ତଥା ଜ୍ଞାନୀ ଥିଲେ । ତାଙ୍କ ଦ୍ଵାରା ରଚିତ ନୀତିଗ୍ରନ୍ଥକୁ ଚାଣକ୍ୟ ନୀତି ବୋଲି କୁହାଯାଇଥାଏ । ଯେଉଁ ନୀତିକୁ ଆପଣାଇ ବ୍ୟକ୍ତି କାର୍ଯ୍ୟ କରିବା ଦ୍ଵାରା ତା’ ର ଚଲାପଥ କୁସୁମିତ ହୋଇଥାଏ । ସେହିପରି ବ୍ୟକ୍ତି କୌଣସି କ୍ଷେତ୍ରରେ ସହଜରେ ହାର ମାନିନଥାନ୍ତି । ତେବେ ଚାଣକ୍ୟଙ୍କ ନୀତି ଅନୁସାରେ କିଛି କଥା ରହିଛି ଯାହା ଜୀବନରେ କେବେ କାହାକୁ ମାଗିବା ପାଇଁ ଲଜ୍ଜାବୋଧ କରିବା ଉଚିତ ନୁହେଁ, ନଚେତ ଆପଣଙ୍କ ହିଁ ଅସୁବିଧା ହୋଇପାରେ । ତେବେ ଚାଲନ୍ତୁ ସେହି ସମ୍ପର୍କରେ ଆଲୋଚନା କରିବା ।

1- ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ମଧୁର ହୋଇଥାଏ । ସ୍ତ୍ରୀର ପ୍ରେମ ପାଇବା ପାଇଁ ଅବା ଶାରୀରିକ ସମ୍ପର୍କ ରଖିବା ପାଇଁ ସ୍ଵାମୀ କେବେ ମଧ୍ୟ ଲଜ୍ଜା ବୋଧ କରିବା ଉଚିତ ନୁହେଁ । ସାଧାରଣତଃ ସ୍ତ୍ରୀମାନେ ଲଜ୍ଜାଶୀଳା ହୋଇଥାନ୍ତି । ତେଣୁ ଯଦି ଏକ୍ଷେତ୍ରରେ ସ୍ଵାମୀ ମଧ୍ୟ ଲଜ୍ଜାବୋଧ କରେ, ତେବେ ଜୀବନ ଦୁଃଖମୟ ହୋଇଯାଏ । ଏପରି କଲେ ସେମାନଙ୍କ ଜୀବନରେ ଫାଟ ସୃଷ୍ଟି ହୋଇଥାଏ ଓ କେହି ତୃତୀୟ ବ୍ୟକ୍ତି ପ୍ରବେଶ କରିଥାନ୍ତି । ତେଣୁ ସ୍ଵାମୀ ସ୍ତ୍ରୀ ସମ୍ପର୍କରେ କେବେ ମଧ୍ୟ ଲଜ୍ଜା କରିବା ଉଚିତ ନୁହେଁ ।

2- ଭୋଜନ କରିବା ସମୟରେ କେବେ ମଧ୍ୟ ଲଜ୍ଜା କରିବା ଉଚିତ ନୁହେଁ । ଚାଣକ୍ୟଙ୍କ ନୀତି ଅନୁସାରେ ଭୋଜନ କରିବା ବେଳେ ଲଜ୍ଜା କରୁଥିବା ବ୍ୟକ୍ତି ଭୋକରେ ହିଁ ରହିଯାଏ । ଏହା ଅତ୍ୟନ୍ତ କଷ୍ଟଦାୟକ କଥା ଅଟେ । ଭୋଜନ ବେଳେ ଲଜ୍ଜା କରିବା ମଧ୍ୟ ଭୋଜନର ଅପମାନ କରିବା ସହ ସମାନ ହୋଇଥାଏ। ତେଣୁ କେବେ ହେଲେ ଭୋଜନ କରିବା ବେଳେ ଲଜ୍ଜା କରନ୍ତୁ ନାହିଁ ।

3- ଗୁରୁଙ୍କ ଠାରୁ ଜ୍ଞାନ ଆହରଣ ବେଳେ ଅବା କାହାରି ଠାରୁ କିଛି ଜାଣିବା ସମୟରେ ଲଜ୍ଜା କରିବା ଉଚିତ ନୁହେଁ । ଆଚାର୍ଯ୍ୟ ଚାଣକ୍ୟଙ୍କ ମତ ଅନୁସାରେ ନିଜ ଗୁରୁଙ୍କ ଠାରୁ ଜ୍ଞାନ ନେବା ବେଳେ ଲଜ୍ଜା କରିବା ଉଚିତ ନୁହେଁ, କାରଣ ଏପରି କରୁଥିବା ବ୍ୟକ୍ତିଙ୍କ ଜ୍ଞାନ ବା ଶିକ୍ଷା ସର୍ବଦା ଅଧା ରହିଥାଏ । ଏହିପରି ବ୍ୟକ୍ତି ଜୀବନରେ କେବେ ମଧ୍ୟ ସଫଳ ହୋଇପାରେ ନାହିଁ ।

4- ଶେଷରେ ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ବାକି ବା ଉଧାର ଦେଇଥିବା ପଇସା ନିହାତି ମାଗିବା ଉଚିତ । ଯେଉଁ ବ୍ୟକ୍ତି ନିଜର ପଇସା ମାଗିବା ପାଇଁ ଲଜ୍ଜା କରିଥାଏ ସେ କେବେ ବି ଧନୀ ହୋଇପାରେ ନାହିଁ । ଏପରି କରିବା ଦ୍ଵାରା ଆପଣ ସଂପୂର୍ଣ୍ଣ ଭାବେ ବରବାଦ ହୋଇପାରନ୍ତି । ସେଥିପାଇଁ କାହାକୁ ବାକି ଦେଇଥିବା ପଇସା ତାଙ୍କ ଠାରୁ ନିଶ୍ଚିତ ଭାବେ ମାଗି ନିଅନ୍ତୁ ।

ଆଶା କରୁଛୁ । ଆପଣ ମାନଙ୍କୁ ପୋଷ୍ଟଟି ନିହାତି ଭାବେ ପସନ୍ଦ ଆସିଥିବ । ଆଗକୁ ଆମ ସହ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *