ରଚନା କ’ଣ ପାଇଁ ସିଦ୍ଧାନ୍ତଙ୍କୁ ଛାଡିଦେଲେ ? ଓଡିଶାର ମେଗା ଷ୍ଟାର ତଥା ସୁପରଷ୍ଟାର ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ପପୁଲାର ହିରୋ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର । ସେ ନିଜର ଚମତ୍କାର ଅଭିନୟରେ ଓଡିଆ ଦର୍ଶକଙ୍କୁ ନିଜ ଫିଲ୍ମରେ ବାନ୍ଧି ରଖୁଥିଲେ । ତେବେ ଗୋଟେ ପରେ ଗୋଟେ ହିଟ୍ ହିଟ୍ ଫିଲ୍ମ ସେ ଓଡିଶାବାସୀଙ୍କୁ ଭେଟି ଦେଇଥିଲେ । ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଅନେକ ଗୁଡିଏ ଓଡିଆ ଫିଲ୍ମରେ ଦେଖିବାକୁ ମିଳିଛି ।
ସିଦ୍ଧାନ୍ତ ଏବଂ ରଚନାଙ୍କ ଯୋଡିକୁ ଲୋକେ ମଧ୍ୟ ଖୁବ ସାରା ଭଲ ପାଇବା ଦେଇ ତାଙ୍କ ଯୋଡିକୁ ଏକ ନମ୍ବର ଯୋଡିର ଆକ୍ଷା ମଧ୍ୟ ଦେଇଛନ୍ତି । ରଚନା ବାନାର୍ଜୀ ଯଦିଓ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ଆହୁରି ଅନ୍ୟ ଇଣ୍ଡଷ୍ଟ୍ରି ଯେମିତି ହିନ୍ଦୀ, ତାମିଲ, ବଙ୍ଗଳା ପରି ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି । ହେଲେ ଓଡିଆ ସିନେମାରେ ରଚନାକୁ ଖୁବ ସାରା ଲୋକପ୍ରିୟତା ମିଳିପାରିଥିଲା । ତେବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଚନା ପ୍ରଥମେ ସିଦ୍ଧାନ୍ତଙ୍କ ସହ ଫିଲ୍ମ କରିଥିଲେ ।
ତେବେ ସେହି ଯୋଡିକୁ ଖୁବ ସାରା ଭଲ ପାଇବା ମିଳିବା ପରେ ପରେ ଗୋଟେ ପରେ ଗୋଟେ ଏମିତି ବହୁତ ସାରା ଫିଲ୍ମରେ ରଚନା ଓ ସିଦ୍ଧାନ୍ତଙ୍କୁ ଏକାଠି ହିରୋ ହିରୋଇନ ଭାବେ ଦେଖିବାକୁ ମିଳିଛି । ଏହାରି ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ରଚନା ବାନାର୍ଜୀ ଓ ସିଦ୍ଧାନ୍ତ ମହାପାତ୍ର ମ୍ୟାରେଜ କରିବାକୁ ମଧ୍ୟ ନିଷ୍ପତ୍ତି ନେଇସାରିଥିଲେ । ପରେ ପରେ ଉଭୟଙ୍କ ମଧ୍ୟରେ ବ୍ରେକ ଅପ ହୋଇଯାଇଥିଲା ବୋଲି ଚର୍ଚା ସୃଷ୍ଟି ହୋଇଥିଲା ।
ଯାହାପରେ ରଚନାଙ୍କୁ ମଧ୍ୟ ଆଉ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିନଥିଲା । ତେବେ ସିଦ୍ଧାନ୍ତ ଏବଂ ରଚନାଙ୍କ ମଧ୍ୟରେ ବ୍ରେକ ଅପ ହେବାର ବହୁତ କିଛି କାରଣକୁ ନେଇ ଅନେକ ସମୟରେ ଚର୍ଚା ଲାଗି ରହିଥାଏ । ତେବେ ଏକ ବିଶେଷ ସୂତ୍ରରୁ ଜଣା ପଡିଥିଲା । ସେ ସମୟରେ ଓଡିଆ ଫିଲ୍ମକୁ ବାହାରେ ଏତେ ପପୁଲାରିଟି ମିଳିପାରୁନଥିଲା । ରଚନା ତେଣୁ ଓଡିଆ ଫିଲ୍ମ ସହ ଅନ୍ୟ ରାଜ୍ୟର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଜି ସେଠାରେ ମଧ୍ୟ ଫିଲ୍ମ କରିବେ ବୋଲି ଠିକ କରିଥିଲେ ।
ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା । କାରଣ ରଚନା ଓଡିଶା ଛଡା ଅନ୍ୟ କେଉଁଠାରେ ଫିଲ୍ମ କରନ୍ତୁ ବୋଲି ସିଦ୍ଧାନ୍ତ ପସନ୍ଦ କରୁନଥିଲେ । ତେଣୁ ଉଭୟଙ୍କ ମଧ୍ୟରେ ଏହି କଥାକୁ ନେଇ ଝଗଡା ହେବାରୁ ରଚନା ନିଜର କ୍ଯାରିଅର ପାଇଁ ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଓଡିଶା ବାହାରେ କାମ କରିବେ ବୋଲି ନିଷ୍ପତ୍ତି ନେଇ ଯାଇଥିଲେ । ଯାହା ଫଳରେ ରଚନା ଏବଂ ସିଦ୍ଧାନ୍ତଙ୍କର ବ୍ରେକପ ହୋଇଯାଇଥିଲା ।
ତାପରେ ରଚନାଙ୍କୁ ଆଉ ସିଦ୍ଧାନ୍ତଙ୍କ ସହ ଫିଲ୍ମ କରିବାର ଦେଖିବାକୁ ମିଳିନଥିବା ସହ ରଚନା 2004 ମସିହାରେ ଓଡିଶାରୁ ଚାଲି ଯାଇ ବାଙ୍ଗଲା ସେଟଲ ହୋଇ ସେଠାରେ ନିଜର କ୍ଯାରିଅର ଗଢିଲେ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ ।