ରାଜନୀତିରେ କଣ ସ୍ଵାମୀ Aubhabଙ୍କ ସ୍ଥାନ ମାଡି ବସିବେ କି Varsha? ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ବନ୍ଧୁଗଣ ବିଜେଡିରେ ଆଉ ଦେଖା ଯାଉନି ସାଂସଦ ଅନୁଭବ ମହାନତିଙ୍କ ଦବଦବା । ବର୍ଷା ଧରିଲେଣି ବିଜେଡ଼ିର ପ୍ରଚାର ମଙ୍ଗ । ଜିଲ୍ଲା ଜିଲ୍ଲା ବୁଲି ଦଳ ପାଇଁ କରୁଛନ୍ତି ପ୍ରଚାର ବର୍ଷା । ବର୍ଷା ବିଜେଡିରେ ଇନ ହେଲେ ଅନୁଭବ ଆଉଟ ହୋଇ ଜୀବେଣୀ ତ ଏବେ ପ୍ରଶ୍ନ ଉଠୁଛି । ଅନୁଭବଙ୍କ ଜାଗା ମାଡି ବସିବେନି ତ ବର୍ଷା ପ୍ରିୟଦର୍ଶିନୀ । ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି ।

କିଛି ଦିନ ହେବେ ଅନୁଭବଙ୍କର ନା ସରକାରୀ କାର୍ଯ୍ୟକ୍ରମ ଓ ନିଜର ନିର୍ବଚନ ମଣ୍ଡଳୀରେ ଦେଖା ମିଳୁ ନାହି । ସବୁଠାରେ ଅନୁଭବଙ୍କର ଉପସ୍ଥିତି ନାହି । କିନ୍ତୁ ମ୍ୟାଦମ ବର୍ଷା ସାମାଜିକ ହେଉ ବା ରାଜନୀତି କ୍ଷେତ୍ରରେ ସବୁଠାରେ ଆଗରେ ଅଛନ୍ତି । ନିଜର ସଂଘଠନ କରି ଲୋକଙ୍କର ସେବା କରିବା ସହ ସିନେ ଷ୍ଟାର ଭାବେ ବିଜେଡି ପାଇଁ ପ୍ରଚାର କରୁଛନ୍ତି । ଚଳିତ ପଞ୍ଚାଯତ ନିର୍ବାଚନରେ ବର୍ଷା ବିଜେଡି ପ୍ରଚାର ପାଇଁ ମଙ୍ଗ ଧରିଛନ୍ତି ।

କିଏ କହୁଛି ସେ ୨୦୨୪ରେ ବିଜେଡିରୁ ଟିକେଟ ନେଇ ଲଢିବେ ତ ଆଉ କେହି କହୁଛନ୍ତି ଅନୁଭବଙ୍କ ସ୍ଥାନ ନେବେ ବର୍ଷା । ଅନ୍ୟ ପକ୍ଷରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଟେଲିଭିଜନ ସୋ ଦାଦାଗିରି ରେ ହୋଷ୍ଟ କରିବାର ନଜର ଆସୁଛନ୍ତି । ଏହି ସୋ ରେ ସେ ଦର୍ଶକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ଏବେ ଦେଖିବା ବାକି ରହିଲା ଅନୁଭବଙ୍କର ଏହି ଯାତ୍ରା କେତେ ସଫଳ ହେଉଛି ।

୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପାଇଁ ସତ୍ରା ପ୍ରଚାରକ ମଙ୍ଗ ଧରିଥିଲେ ଅଭିନେତା ଅନୁଭବ । ସେହି ସମୟରେ ଦଳ ରେ ଅନୁଭବଙ୍କର ରାଜୁତି ଚାଲିଥିଲା । ବିଜେଡ଼ିର ପ୍ରତି ଟି ସଭା ସମିତି ଠାରୁ ଆରମ୍ଭ କରି ବଡ ବଡ ଡ଼ାଲି ଓ ମୁଖ୍ୟମନ୍ତ୍ରୀଙ୍କ ସଭା ସବୁ ଠାରେ ଦେଖିବାକୁ ମିଳୁଥିଲା ଅନୁଭବଙ୍କୁ । ସାଧାରଣ ନିର୍ବାଚନ ପୂର୍ବ ରୁ ବିଜେଡି ନେତା ଅନୁଭବ ଙ୍କୁ ଦଳରେ ମିଶାଇ ରାଜ୍ୟସଭା କୁ ପଠାଇ ଥିଲା ।

କିନ୍ତୁ ଏବେ ଆଉ ଦଳରେ ଅନୁଭବଙ୍କର ଦେଖା ମିଳୁ ନାହି । କେବଳ ତାଙ୍କୁ ଅଣଦେଖା କରୁଥିବା ଲୋକେ କୁହାକୁହି ହେଉଛନ୍ତି । ତେବେ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦ ଥମିବାର ନାଁ ନ ନେଉଥିବା ବେଳେ ଏବେ ବର୍ଷାଙ୍କର ବିଜେଡି ପାଇଁ ଏପରି ପ୍ରଚାର ଆଗକୁ ଦୁହିଙ୍କ ମଧ୍ୟରେ କଣ ସ୍ଥିତି ସୃଷ୍ଟି ହେବ ତାହା କେବଳ ସମୟ କହିବ । ବର୍ଷା ନିଜର ଯାତ୍ରା ରେ କେତେ ସଫଳତା ହେଉଛନ୍ତି ତାହା ସମୟ କହିବ ।

ବନ୍ଧୁଗଣ ଆପଣ ମାନଙ୍କର ବର୍ଷା ଙ୍କର ଏଭଳି ପ୍ରଚାର ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *