ଆଜି ଆମେ ଆପଣଙ୍କୁ ରାମାୟଣ ସହ ଜଡିତ ଏମିତି କିଛି ରହସ୍ୟ ପୂର୍ଣ କଥା କହିବୁ, ଯାହା ବିଷୟରେ ଆପଣ ଆଗରୁ କେବେ ବି ଶୁଣି ନ ଥିବେ । ଆମେ ସମସ୍ତେ ଜାଣିଛୁ କି ରାମାୟଣରେ ରାମ, ଲକ୍ଷ୍ମଣ, ଭାରତ ଓ ଶ୍ରତୁଘ୍ନ ୪ ଭାଇ ଥିଲେ । କିନ୍ତୁ ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ତାଙ୍କର ଜଣେ ଭଉଣୀ ବି ଥିଲେ । ଯାହାଙ୍କ ନାଁ ଶାନ୍ତା ଥିଲା । ପୁରାଣ ଅନୁସାରେ ଅଙ୍ଗ ଦେଶର ରାଜାଙ୍କ କୌଣସି ବି ସନ୍ତାନ ନ ଥିଲା, ଯେତେବେଳେ ସେ ନିଜର ଏହି ଦୁଃଖ ବିଷୟରେ ରାଜା ଦଶରଥଙ୍କୁ କହିଥିଲେ ତେବେ ରାଜା ଦଶରଥ ତାଙ୍କର ଦୁଃଖକୁ ବୁଝି ପାରି ତାଙ୍କୁ ନିଜ ଝିଅ ଦେଇ ଦେଇଥିଲେ ।
ଆପଣ କଣ ଜାଣିଛନ୍ତି କି ରାବଣଙ୍କୁ ୧୦ ଟି ମୁଣ୍ଡ କେମିତି ମିଳିଥିଲା । ପୁରାଣ ଅନୁସାରେ ରାବଣ ଭଗବାନ ଶିବଙ୍କ ଭକ୍ତ ଥିଲେ ଓ ଶିବଙ୍କ ତପସ୍ୟା କରିବା ସମୟରେ ରାବଣ ନିଜ ମୁଣ୍ଡର ବଳି ଦେଇ ଥିଲେ ।
ଏଥିରେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କୁ ମୁଣ୍ଡ ଫେରାଇ ଦେଇ ଥିଲେ । ଏହିଭଳି ଭାବରେ ରାବଣ ୧୦ ଥର ନିଜର ମୁଣ୍ଡ ଶିବଙ୍କ ନିକଟରେ ଅର୍ପଣ କରିଛନ୍ତି ଓ ସବୁଥର ଭଗବାନ ଶିବ ତାଙ୍କୁ ତାଙ୍କର ମୁଣ୍ଡ ଫେରାଇ ଦେଇଥିଲେ । ଶେଷରେ ଖୁସି ହୋଇ ଭଗବାନ ଶିବ ରାବଣକୁ ୧୦ ଟି ମୁଣ୍ଡର ବରଦାନ ଦେଇଥିଲେ ।
ହନୁମାନଙ୍କୁ ବଜରଙ୍ଗବଲି କାହିଙ୍କି କୁହାଯାଏ ? ଶାସ୍ତ୍ର ଅନୁସାରେ ମାତା ସୀତା ସବୁଦିନ ନିଜ ମସ୍ତକରେ ସିନ୍ଦୁର ଲଗାଉଥିଲେ । ଏହା ଦେଖି ହନୁମାନ ଏହାର କାରଣ ପଚାରିଲେ ତେବେ ମାତା ସୀତା କହିଲେ କି ସେ ଭଗବାନ ରାମଙ୍କ ଦୀର୍ଘାୟୁ ପାଇଁ ମୁଣ୍ଡରେ ସିନ୍ଦୁର ଲଗାଉଛନ୍ତି । ଏହା ଶୁଣିବା ପରେ ହନୁମାନ ନିଜର ପୁରା ଶରୀରରେ ସିନ୍ଦୁର ଲଗାଇ ଥିଲେ । ସେହି ଦିନ ଠାରୁ ହନୁମାନଙ୍କୁ ବଜରଙ୍ଗବଳି କୁହାଯାଏ । କାରଣ ହିନ୍ଦୁ ଶାସ୍ତ୍ରରେ ସିନ୍ଦୁରକୁ ବଜରଙ୍ଗ କୁହାଯାଏ ।
ଆମେ ସମସ୍ତେ ଜାଣିଛୁ କି ଲକ୍ଷ୍ମଣ ୧୪ ବର୍ଷ ବନବାସ ପାଳନ କରିଥିଲେ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଏହି ୧୪ ବର୍ଷ ଜୀବନ ମଧ୍ୟରେ ଲକ୍ଷ୍ମଣ ନା ହିଁ କିଛି ଖାଇଥିଲେ ଓ ନା ହିଁ ଶୋଇଥିଲେ । କାରଣ ସେ ନ ଶୋଇ ବଡ ଭାଇ ଶ୍ରୀ ରାମ ଓ ମାତା ସୀତାଙ୍କର ସୁରକ୍ଷା କରି ପାରିବେ । ଅନ୍ୟ ପଟେ ତାଙ୍କର ଭାଗର ନିଦ ତାଙ୍କ ସ୍ତ୍ରୀକୁ ମିଳିଥିଲା । ଯିଏକି ୧୪ ବର୍ଷ ପର୍ଯ୍ୟନ୍ତ ଶୋଇଥିଲେ ।
ସୁପର୍ଣରେଖା ରାବଣଙ୍କ ମୃତ୍ୟୁ ଚାହୁଁ ଥିଲେ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ପାରନ୍ତି । କିନ୍ତୁ ଏହା ସତ ଅଟେ । କାରଣ ରାବଣ ସୁପର୍ଣରେଖା ସ୍ଵାମୀ ଦୁଷ୍ଟବୁଦ୍ଧିକୁ ଯୁଧ୍ୟରେ ମାରି ଦେଇଥିଲେ । ଯେଉଁ କାରଣରୁ ସୁପର୍ଣରେଖା ରାବଣକୁ ଅଭିଶାପ ଦେଇଥିଲେ କି ରାବଣର ମୃତ୍ୟୁର କାରଣ ଜଣେ ସ୍ତ୍ରୀ ହେବେ ।
ଭଗବାନ ଶ୍ରୀ ରାମ ଲକ୍ଷ୍ମଣଙ୍କୁ କାହିଁକି ମୃତ୍ୟୁ ଦଣ୍ଡ ଦେଇଥିଲେ । ଥରେ ଯମରାଜ ଶ୍ରୀରାମଙ୍କ ସହ କଥା ହେବା ପାଇଁ ଆସିଥିଲେ ଓ କଥା ହେବା ପୂର୍ବରୁ ଯମରାଜ ଶର୍ତ ରଖିଥିଲେ, ଯେଉଁ ସମୟ ପର୍ଯ୍ୟନ୍ତ ଆମର କଥାବାର୍ତ୍ତା ଶେଷ ହୋଇ ନାହିଁ, ସେହି ସମୟ ପର୍ଯ୍ୟନ୍ତ ଆମ କଥାକୁ କେହି ଶୁଣିବେ ନାହିଁ ।
କିନ୍ତୁ ଯଦି କେହି ତାଙ୍କ କଥା ଶୁଣିବେ କିମ୍ବା ଦେଖିବେ ତେବେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ । କିନ୍ତୁ ଯେତେବେଳେ ଶ୍ରୀ ରାମ ଓ ଯମରାଜ କଥା ହେଉଥିଲେ ତେବେ ସେହି ସମୟରେ ଲକ୍ଷ୍ମଣ ସେମାନଙ୍କ ସମକ୍ଷକୁ ଆସି ଯାଇଥିଲେ । ଯେଉଁ କାରଣରୁ ଶ୍ରୀ ରାମ ଅନିଚ୍ଛା ସତ୍ବେ ବି ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ ।