ଯେତେବେଳେ ଆମ ରାବଣ ବିଷୟରେ କଥାବାର୍ତ୍ତା ହେଉ ତେବେ ସମସ୍ତେ ରାବଣକୁ ଜଣେ ଅହଙ୍କାରୀ ବ୍ୟକ୍ତି, ସ୍ତ୍ରୀମାନଙ୍କୁ ଭୋଗ ବିଳାସ ନଜରରେ ଦେଖୁଥିବା, ଅନ୍ୟମାନଙ୍କୁ ନିଚ୍ଛ ବୁଝୁଥିବା ଅସୁର ବୋଲି କହିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ରାବଣ ଜଣେ ଶିବ ଭକ୍ତ ଥିଲା, ଯିଏକି ନିଜ ପରିବାରର ସୁରକ୍ଷା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥିଲା ।
ଏତିକି ନୁହେଁ ସେ ସର୍ବ ଶକ୍ତିଶାଳୀ ରାଜା ଥିଲେ ଯିଏକି ଅତ୍ୟନ୍ତ ବୁଦ୍ଧିବାନ ଥିଲେ । ଆଜି ଆମେ ଆପଣଙ୍କୁ ରାବଣ ବିଷୟରେ ଏମିତି କିଛି ରହସ୍ୟ କହିବୁ ଯାହା ବିଷୟରେ ଆପଣ ପୂର୍ବରୁ କେବେ ବି ଶୁଣି ନ ଥିବେ । ରାବଣ ଶିବ ଭକ୍ତିରେ ଏତେ ଲୀନ ଥିଲା କି ସେ ଭଗବାନ ଶିବକୁ କୈଳାସ ପର୍ବତରୁ ଲଙ୍କାଙ୍କୁ ନେଇ ଯିବାକୁ ଚାହୁଁ ଥିଲେ । ଯେଉଁଥି ପାଇଁ ସେ କୈଳାସ ପର୍ବତକୁ ବି ଉଠାଇ ଦେଇଥିଲେ ।
କିନ୍ତୁ ଭଗବାନ ଶିବ କ୍ରୋଧିତ ହୋଇଗଲେ ଓ ପର୍ବତ ତଳେ ଗୋଡ ରଖି ଦେଲେ ଓ ପର୍ବତ ତଳେ ରାବଣର ଆଙ୍ଗୁଠି ଆସିଗଲା । ବ୍ୟଥାରେ ରାବଣ ଜୋର ଚିତ୍କାର କରି ଶିବ ତାଣ୍ଡବ କରିବାକୁ ଲାଗିଲା । ଏହା ଦେଖି ଭଗବାନ ଶିବ ପ୍ରସନ୍ନ ହୋଇଗଲେ ଓ ସେହି ସମୟରେ ସେ ରାବଣକୁ ରାବଣ ନାଁ ଦେଲେ । ରାବଣର ଅର୍ଥ ଜୋର ଜୋର ଚିତ୍କାର କରିବା । ରାବଣର ପିତା ଜଣେ ବ୍ରାହ୍ମଣ ଥିଲେ ଓ ମାତା ରାକ୍ଷସ ।
ସେଥିପାଇଁ ରାବଣ ପାଖରେ ବ୍ରାହ୍ମଣ ଭଳି ବୁଦ୍ଧି ଓ ରାକ୍ଷସ ଭଳି ଶକ୍ତି ଥିଲା । ରାବଣ ଜଣେ ବୁଦ୍ଧିମାନ ଓ ମାୟାବି ଅସୁର ଥିଲା । ଯିଏକି ନିଜର ବୁଦ୍ଧିମତା ଓ ବଳ ଦ୍ଵାରା ବହୁତ ଦେବତାଙ୍କୁ ପରାଜୟ କରିଛି । କୁହନ୍ତି କି ଶନିଦେବ ଓ ଇନ୍ଦ୍ରଦେବଙ୍କୁ ରାବଣ ନିଜର ବନ୍ଦୀ କରି ଦେଇଥିଲେ । ରାବଣର ଯେଉଁ ସୁନାର ଲଙ୍କା ଅଛି ତାକୁ ବି ସେ ନିଜର ବଳ ଓ ବୁଦ୍ଧି ଦ୍ଵାରା ନିଜର ସାବତ ଭାଇ କୁବେର ଠାରୁ ହାସଲ କରିଥିଲା ।
ସେ ନିଜର ଲଙ୍କାର ସାମ୍ରାଜ୍ୟ ଦକ୍ଷିଣ ଭାରତର କିଛି ରାଜ୍ୟ ସହ ବହୁତ ଦୂର ପର୍ଯ୍ୟନ୍ତ ବ୍ୟାପକ କରି ଦେଇଥିଲେ । ଯଦି ବର୍ତ୍ତମାନ ସମୟରେ ରାବଣର ସାମ୍ରାଜ୍ୟ ର ବିଷୟରେ କହିବା ତେବେ ଇଣ୍ଡୋନେସିଆ, ମିଆମର, ମଲେସିୟା ପର୍ଯ୍ୟନ୍ତ ରାବଣର ସାମ୍ରାଜ୍ୟ ବ୍ୟାପୀଥିଲା ।
ରାବଣ ସମୟରେ ଶ୍ରୀଲଙ୍କା ଓ ରାବଣର ପ୍ରଜା ସବୁଠୁ ଅଧିକ ସମୟ ସୁଖୀ ଥିଲେ । ଏହି କାରଣ ଅଟେ ଶ୍ରୀଲଙ୍କାରେ ରହୁଥିବା ଲୋକମାନେ ଆଜି ବି ରାବଣକୁ ଭଗବାନ ବୋଲି ପୂଜା କରନ୍ତି । ଭାରତରେ ବି ଏମିତି ବହୁତ ସ୍ଥାନ ଅଛି ଯେଉଁଠି ରାବଣକୁ ପୂଜା କରାଯାଏ ।
ରାବଣ ଜଣେ ଆଜ୍ଞାକାରୀ ଭାଇ ଓ ଆଦର୍ଶ ସ୍ଵାମୀ ବି ଥିଲା । ରାବଣ ନିଜ ଭଉଣୀର ପ୍ରତିଶୋଧ ନେବା ପାଇଁ ମାତା ସୀତାକୁ ଅପହରଣ କରିଲେ । ଯାହାକି ତାଙ୍କର ମୃତ୍ୟୁର କାରଣ ହେଲା । ଅନ୍ୟ ପଟେ ସେ ନିଜର ପତ୍ନୀକୁ ବଞ୍ଚାଇବା ପାଇଁ ସେହି ଯଜ୍ଞରୁ ଉଠି ଗଲେ ଯେଉଁ ଯଜ୍ଞକୁ ପୁରା କରିବା ଦ୍ଵାରା ସେ ରାମ ଓ ତାହାର ସେନାକୁ ପରଜାୟ କରି ପାରି ଥାନ୍ତେ ।