ଦର୍ଶକ ବନ୍ଧୁ କମେଡିଆନ ରାଜୁ ଦାସ ଙ୍କ ମ୍ୟାରେଜ ରିପ୍ସେସନ ପାର୍ଟି ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡା ଯୋଗ ଦେଇଛନ୍ତି । ରାନୀ ପଣ୍ଡା ରାଜୁ ଓ ସୋନାଲି ଙ୍କୁ ଆଶୀର୍ବାଦ କରି ନିଜର ଏକ ବଡ ବୟାନ ଦେଇଛନ୍ତି । ରାନୀ କହିଛନ୍ତି କି “ବାହାଘରକୁ ଆସିଲି ରିପ୍ସେସନକୁ ଆସିଲି ସମସ୍ତଙ୍କର ରିପ୍ସେସନକୁ ଗଲେ ଯେମିତି ଫିଲ ହୁଏ ସେମିତି ଫିଲ ହେଉଛି ଆଉ କିଛି ଅଧିକା ନୁହେଁ । ମୁଁ ବହତ କମ ଲୋକଙ୍କର ବାହାଘରରେ ଯାଏ ବେସୀ ଲୋକଙ୍କର ଯାଏନି । ପତର ପକେଇ ଖାଇକି ହେଁ ହେଁ କରିକି ଏସବୁ ଯାତ୍ରା ପାର୍ଟି କରେନି ।
ରାଜୁ ମୋର ସାନ ଭାଇ ଟା ମୋର ବି ଯାତ୍ରାକୁ ଯିବାକୁ ଡେରି ହେଲାଣି ସେଥିପାଇଁ ଭାବିଲି ଗୋଟେ ରାଉଣ୍ଡ ମାରିକି ପଳେଇବି । ମୁଁ ଭାବିବି କାଳେ ମଟନ ଉଡୁଥିବ ନାଡିଦି ଦେଇକି ପଳେଇବା । କେଉଁ ନାରୀକୁ ଜଜ କରିବା ଭଳି ସଖ୍ୟ ମୋର ନାହି । ଗୋଟେ ଦିନରେ ଝିଅଙ୍କୁ ଚିହ୍ନି ହେବ ନାହି କି ସାରା ଜୀବନ ସାଥି ହୋଇ ରହିବାକୁ କହି ଅଧାରୁ ଛାଡି ପଳାଉଛନ୍ତି ସ୍ତ୍ରୀ ମାନେ । ତେଣୁ ଜିନିଷ ହେଉଛି ସେୟା । ଯିଏ ବାହା ହୋଇଛି ସେ କହିବ ପରଫେକ୍ଟ ସ୍ତ୍ରୀ କି ନୁହେଁ ମୁଁ କେମିତି କହିବି ।
ଯିଏ ବାହା ହୋଇଛି ସିଏ ଯଦି ସବୁ ନେଇ ଆଣି ଥୋଇ ପାରିଲା ତାହା ହେଲେ ଇଛି ଅସୁବିଧା ନାହି । ଆମେ ହେଉଛି ଅତିଥି ଆସିବା ଖାଇବା କାଟିବା । ସେମାନଙ୍କର ଦାଂପତ୍ଯ ଜୀବନ କେମିତି କଟିବ ସେମାନେ ତାଙ୍କର ବୁଝା ବୁଝି ହେଇକି ବଞ୍ଚିବେ । ମୁଁ ପାରିବାରିକ କଲଚର କଥା କହିବି ଯେବେ ଗୋଟେ ନାରୀ ବାହା ହୋଇକି ଶାଶୁଘରକୁ ଆସେ ସେତେବେଳେ ସ୍ବାମୀର ଦୁଖ, ସୁଖକୁ ଆଦରି ସ୍ବାମୀର ପରିବାରକୁ ନିଜ ପରିବାର ଭାବି ନିଜର ଦୁଖକୁ ଚାପି ଅନ୍ୟକୁ ଖୁସି ବାଣ୍ଟିବା ନିହାତି ଦରକାର ।
ସ୍ଵାମୀର ସୁଖ ଦୁଖରେ ଭାଗୀଦାର ହେବା ଦରକାର । ତେଣୁ ଗୋଟେ ଝିଅ ବାହା ହୋଇ ଶାଶୁଘରକୁ ଆସିବା ପରେ ପୁରୁଣା କଲଚର ହିସାବରେ ରହିବା ଉଚିତ ଏଟା ମୋର ମତ । ଯଦି ରାଜୁ କାମରୁ ଆସିବା ପରେ ସୋନାଲି ରାନ୍ଧିକି ରଖିବେ ଭଲ କଥା । ଅନ୍ୟ ପଟେ ସୋନାଲି କୁଆଡେ ଯାଇଥିଲେ ବା ଦେହ ଖରାପ ହୋଇଥିଲେ ରଜୁ ତାଙ୍କର ସେବାରେ ଲାଗିବା ଦରକାର । ଖାଲି ନୁହେଁ କି ସତରେ ସବୁ ସେୟା କରିବ ।
ସ୍ଵାମୀର କର୍ତ୍ତବ୍ୟ ବି ସ୍ତ୍ରୀ ର ଭଲ ମନ୍ଦ ବୁଝିବା କାରଣ ଝିଅଟି ବାପଘର ଛାଡିକି ଆସିଛି ଶାଶୁଘରକୁ ସମସ୍ତଙ୍କୁ ନିଜର କରି ଚାଲିବା ପାଇଁ । ଭଜନ ମୋ ଦ୍ଵାରା ହେବନି ମୁଁ ପରା ଉଡାଉଡି ପାର୍ଟି । ମୁଁ ଏଠି ଖାସୀ ଖାଇବି ଛେଳି ପାର୍ଟି ମୁଁ । ଖାସୀ ହେଇଛି ମୋର ତ ଆଜି ଉଡିଲା । ଭଗବାନଙ୍କୁ ପ୍ରାର୍ଥନା କରିବି ରାଜୁ ସୋନାଲି ଦୁହେଁ ଖୁସିରେ ରୁହନ୍ତୁ ସ୍ୱାସ୍ଥ୍ୟ ଭଲ ରହୁ” । ବନ୍ଧୁଗଣ ଆପଣ ମାନଙ୍କର ରାନୀ ପଣ୍ଡା ଙ୍କ ବୟାନ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।