ଆମେ ମାନେ ଆମର ନୀତି ଦିନିଆ ଜୀବନରେ ରସୁଣ ର ବ୍ୟବହାର ଅକରିଥାଉ । ଏହାକୁ ମସାଲା ଭାବେ ପ୍ରୟୋଗ ହେବା ସହ କିଛି ଲୋକ ମାନେ କଞ୍ଚା ରସୁଣ ଖାଇବାକୁ ପସନ୍ଦ କରିଥାନ୍ତି । ଏଥିରେ ଏମିତି କିଛି ଚମତ୍କାରୀ ଗୁଣ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ । ତେବେ ରସୁଣ ର ପ୍ରୟୋଗ ବିଶେଷ ବାହାବେ ଆମିଷ ରେ ବ୍ୟବହାର କରା ଯାଇଥାଏ ଯାହା ଦ୍ଵାରା ସ୍ଵାଦ ଅଧିକ ଭଲ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ରସୁଣ କୁ ତକିଆ ତଳେ ରଖିବା ଦ୍ଵାରା କେଉଁ ଭଳି ଫାଇଦା ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
ପୁରାତନ କାଳରେ ଲୋକ ମାନଙ୍କ ଧାରଣା ରହିଛି ଯେ ରସୁଣ ର ପ୍ରୟୋଗ ଦ୍ଵାରା ଖରାପ ଶକ୍ତିର ବାସ ରହେ ନାହି । ଏହା ସହ ଘରେ ରସୁଣ ରଖିବା ଦ୍ଵାରା ନାକାରାତ୍ମକ ଶକ୍ତି ର ପ୍ରେବ୍ସ ହୁଏ ନାହି । ରାତ୍ରି ସମୟରେ ତକିଆ ତଳେ ରସୁଣ ପାଖୁଡା ରଖିକି ଶୋଇଲେ ନିଦରେ ବାଧା ସୃଷ୍ଟି ହୁଏ ନାହି । ବରଂ ଭଲ ଭାବେ ନିଦ ହୋଇଥାଏ । ଏହା ସହ ଆପଣ ଖରାପ ସ୍ଵପ୍ନ ମଧ୍ୟ ଦେଖିବେ ନାହି । ଏହାର ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ରସୁଣ ରେ ଜିଙ୍କର ମାତ୍ରା ଅଧିକ ରହିଥାଏ । ଯାହା ଦ୍ଵାରା ମସ୍ତିସ୍କରେ ସୁରକ୍ଷିତ ଭାବନା ସୃଷ୍ଟି ହୋଇଥାଏ ।
ରସୁଣ ର ଗନ୍ଧ ହୁଏ ତ ଠିକ ଭାବେ ଶୋଇବାକୁ ଦେବ ନାହି । କିନ୍ତୁ ଯେତେବେଳେ ଏହା ଅଭ୍ଯାସ ରେ ପଡିଯିବ ତା ପରେ ଆପଣଙ୍କ ରାତି ଅନିଦ୍ରା ହେବେ ନାହିଁ । ରସୁଣ ପାଖୁଡା ଆପଣ ଛୋଟ ପିଲାଙ୍କ ତକିଆ ତଳେ ରଖିଲେ ରାତିରେ ପିଲା ମାନେ ଚମକିବେ ନାହି । ଏହା ବ୍ଯତୀତ ରସୁଣ ର ଅନ୍ୟ ଏକ ପ୍ରୟୋଗ ଦ୍ଵାରା ଆପଣ ଲାଭବାନ ହୋଇ ପାରିବେ । ଏଥିପାଇଁ ଆପଣ ଏକ ଗ୍ଳାସ କ୍ଷୀର ନିଅନ୍ତୁ । ଏହା ପରେ ଦୁଇଟି ତିନି ଟି ରସୁଣ କୁ ଭଲ ଭାବେ ଛେଚି ଦିଅନ୍ତୁ । ଏହା ପରେ ଏକ ଚାମଚ ମହୁ ନିଅନ୍ତୁ ।
ଏହା ପରେ କ୍ଷୀର ରେ ରସୁଣ ପକାଇ ଏହାକୁ ଭଲ ଭାବେ ଗରମ କରନ୍ତୁ । କ୍ଷୀର କୁ ୩ ମିନିଟ ଯାଏଁ ଭଲ ଭାବେ ଫୁଟାଇବା ପରେ ଏହାକୁ ଏକ ପାତ୍ର ରେ କାଢି ଦେଇ ଏଥିରେ ମହୁ ମିଶ୍ରଣ କରନ୍ତୁ । ଏହି ଉପଚାର ଟି କରି ଏହାର ସେବନ କରିବା ଦ୍ଵାରା ରାତିରେ ଆପଣଙ୍କୁ ଭଲ ଭାବେ ନିଦ ଆସିବ । ତେବେ ଏହା ଥିଲା ଆଜିର ବିଷୟ ବସ୍ତୁ ଯେ ରସୁଣ ର ପ୍ରୟୋଗ ଦ୍ଵାରା କେଉଁ ଲାଭ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।