ନମସ୍କାର ବନ୍ଧୁଗଣ, କଣ ଆପଣ ମାନେ ଟ୍ରେନରେ ଯାତ୍ରା କରୁଛନ୍ତି କି କିମ୍ବା ଟ୍ରେନରେ କୌଣସି ଦୂର ସ୍ଥାନକୁ ଯିବା ପାଇଁ ଯୋଜନା କରିଛନ୍ତି କି ? ତା ହେଲେ ଯାତ୍ରା କରିବା ପୂର୍ବରୁ ରେଲୱେ ର ଏହି ନୂଆ ନିୟମ ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ । ନଚେତ ଆପଣ ଅସୁବିଧାରେ ପଡି ପାରନ୍ତି । ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ଙ୍କ ପାଇଁ ଭାରତୀୟ ରେଳ ବିଭାଗ ଏକ ନୂଆ ନିୟମ ଆଣିଛି । ଯେଉଁ ମାନେ ରାତିରେ ଟ୍ରେନରେ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଆଇରସିଟି ଏହି ନୂଆ ନିୟମ ଘୋଷଣା କରିଛି ।
ରାତିରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଶୋଇବା ପାଇଁ ଏହି ନୂଆ ନିୟମ ଆଣିଛନ୍ତି । ଯଦି ଆପଣ ଏହି ନିୟମକୁ ନ ମାନନ୍ତି ତେବେ ଅସୁବିଧାରେ ପଡି ପାରନ୍ତି । ଗତ ବର୍ଷ ରେଲୱେ ପକ୍ଷ ରୁ ନୂତନ ନିର୍ଦ୍ଦେଶାବଳି ଜାରି କରା ଯାଇଥିଲା । ଏପରିକି ଟ୍ରାଭେଲ ଟିକେଟ ଏକଜାମିନର ରାତି ୧୦ ଟା ପରେ ଯାତ୍ରୀଙ୍କ ଟ୍ରେନ ଟିକେଟ ଚେକ କରି ପାରିବେ ନାହି ବୋଲି କୁହା ଯାଇଥିଲା । ମିଡିଲ ବର୍ଥ ର ଯାତ୍ରୀ ମାନେ ସେମାନଙ୍କର ବର୍ଥ ରେ ସୋଇ ପାରିବେ ।
ଯଦି କୌଣସି ଯାତ୍ରୀ ଟ୍ରେନରେ ସିଟ ନ ପାଆନ୍ତି ତେବେ ଟିଟି ସେମାନଙ୍କୁ ସିଟ ଉପଲବ୍ଧ କରାଇବେ । ଏକ ଘଣ୍ଟା ବା ଦୁଇ ଟି ଷ୍ଟେସନ ଅତିକ୍ରମ କରିବା ପରେ ସେମାନଙ୍କୁ ଟିଟି ସିଟ ଉପଲବ୍ଧ କରାଇ ପାରିବେ । ବର୍ତ୍ତମାନ ଏ ସବୁ ନିୟମ ଜାରି ରହିଥିବା ବେଳେ ସରକାର ଏଥିରେ ଆଉ ଏକ ନୂଆ ନିୟମ ସାମିଲ କରିଛନ୍ତି । କୌଣସି ଯାତ୍ରୀ ଆପଣଙ୍କ ସିଟ କମ୍ପାଟମେଣ୍ଟ ବା କୌଣସି କୋଚ ରେ ବସି ମୋବାଇଲରେ ଉଚ୍ଚ ସ୍ଵର ରେ କଥା ହୋଇ ପାରିବେ ନାହି । ଏପରିକି ଉଚ୍ଚ ସ୍ଵର ରେ ଗୀତ ମଧ୍ୟ ଶୁଣି ପାରିବେ ନାହି ।
ଅନ୍ୟ ଯାତ୍ରୀ ବିଶେଷ କରି ବରିଷ୍ଠ ନାଗରିକ ଙ୍କୁ ଦୃଷ୍ଟିରେ ରଖି ଏହି ନୂଆ ନିୟମ ଲାଗି କରା ଯାଉଛି । ଯାତ୍ରା ସମୟରେ ଯାତ୍ରୀ ସେମାନଙ୍କୁ ସିଟ ରେ ବସି ମୋବାଇଲ୍ ରେ ଉଚ୍ଚ ସ୍ଵର ରେ କଥା ହେବା ସହ ଉଚ୍ଚ ସ୍ଵର ରେ ଗୀତ ଶୁଣୁଥିବା କୁ ନେଇ ଅଭିଯୋଗ ହୋଇଛି । ଏପରିକି ରେଲୱେ ଷ୍ଟାଫ ମାନେ ମଧ୍ୟ ଏପରି କରୁଥିବାର ଅଭିଯୋଗ ହୋଇଛି ଯାହା ହଲରେ ଅନ୍ୟ ଯାତ୍ରୀଙ୍କୁ ଅସୁବିଧା ହୋଇଛି । ତେଣୁ ଏହାକୁ ବନ୍ଦ କରିବାକୁ ଏହି ନୂଆ ନିୟମ କରା ଯାଇଛି ।
ରାତି ୧୦ ଟା ପରେ କିଛି ଯାତ୍ରୀ ଲାଇଟ କୁ ଅନ କରିବା ସହ ଅନ୍ୟ ମାନଙ୍କୁ ଅସୁବିଧାରେ ପକାଉ ଥିବାର ଅଭିଯୋଗ ହୋଇଛି । ତେଣୁ ଏହି ନିୟମ କୁ ଲାଗୁ କରା ଯାଇଛି । ଯଦି କୌଣସି ଯାତ୍ରୀ ଏହି ନିୟମ ନ ମାନିବେ ତେବେ ଆତଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ନିୟମ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।