ବନ୍ଧୁଗଣ ଜୀବନକୁ ସରଳ ସରସ ଓ ସୁନ୍ଦର କରିବା ପାଇଁ ଜ୍ଯୋତିଷ ଶାସ୍ତ୍ରରେ ଅନେକ ନିୟମମାନ କୁହାଯାଇଛି । ଯାହାର ପାଳନ କରିଲେ ମାନବ ଜୀବନର ହିତ ହୋଇଥାଏ । ଆଜି ଆମେ ଆପଣଙ୍କୁ ସେମିତି କିଛି ଛୋଟ ଛୋଟ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାର ପାଳନ କରିଲେ ଜୀବନ ସୁଖମୟ ହୋଇ ଉଠିବ । ୧- ଘରର ଛାତ ଉପରେ କେବେ ଅଦରକାରୀ ଜିନିଷ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ପିତୃ ଦୋଷ ଦେଖାଯିବା ସହ ଆର୍ଥିକ ଅଭାବ ଦେଖା ଯାଇଥାଏ । ଘରେ ଭାଙ୍ଗି ଯାଇଥିବା ଠାକୁରଙ୍କ ମୂର୍ତ୍ତି ରଖିବା ଅନୁଚିତ । ଏହା ଦ୍ଵାରା ଅର୍ଥ ହାନି ହେବା ସହ ଧନର ଅଭାବ ଦେଖାଯାଏ ।
୨- ଘରେ କେବେ ବି ବଳି ଯାଇଥିବା ସାବୁନର ଖଣ୍ଡ ରଖିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ନେଗେଟିଭ ବୃଦ୍ଧି ପାଇଥାଏ । ଘରେ ଚେପା ବା ଭଙ୍ଗା ବାସନ ରଖିବା ଅନୁଚିତ । ଏହା ଦ୍ଵାରା ଘରେ ଅଭାବ ଅସୁବିଧା ହୋଇଥାଏ ।
୩- ଶାସ୍ତ୍ର ଅନୁଯାୟୀ ମହିଳାମାନେ ଭଗବାନ ହନୁମାନଙ୍କ ମୂର୍ତ୍ତିକୁ ବିନା ସ୍ପର୍ଶ କରି ପୂଜା କରିବା ଉଚିତ । ପୂଜା ସମୟରେ ମହିଳାମାନେ ନଡିଆ ଭାଙ୍ଗିବା ଉଚିତ ନୁହେଁ । ପୁରୁଷ ମାନେ ନଡିଆ ଭାଙ୍ଗିଲେ ମଙ୍ଗଳକାରୀ ହୋଇଥାଏ ।
୪- କୌଣସି ଧାର୍ମିକ ଅନସ୍ଥାନରେ ମହିଳାମାନେ ମୁଖ୍ୟ ଯଜମାନ ହେବା ଅନୁଚିତ । ଘରର ଉତ୍ତର-ପୂର୍ବ କୋଣରେ ଦସ୍ତାବିନ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଧନ ନାସ ହୋଇଥାଏ ।
୫- ଘରେ ଲାଗିଥିବା ପାଣି ଟ୍ୟାପ ଲିକ କରିଲେ ଅଶୁଭ ହେବା ସହ ଅଯଥାରେ ଖର୍ଚ୍ଚ ବୃଦ୍ଧି ପାଇଥାଏ । ଘରରେ ପଶ୍ଚିମ ଦିଗରେ ରୋଷେଇ ଘର କରିବା ଅନୁଚିତ । ଏହା ଦ୍ଵାରା ଅଭାବ ଦେଖାଯାଏ ।
୬- ଘରର ଉତ୍ତର-ପୂର୍ବ ଛାତ ପଶ୍ଚିମ ଦିଗ ଛାତ ଅପେକ୍ଷା ଉଚ୍ଚ ରଖିବା ଅନୁଚିତ । ଏହା ଦ୍ଵାରା ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଥାଏ । ଶୋଇବା ଘରେ ପ୍ରବେଶ କରିବାର ସାମନା କାନ୍ଥ କେବେ ବି ଫାଟିବା ଉଚିତ ନୁହେଁ । ନଚେତ ଅର୍ଥ ହାନିର ସମ୍ଭାବନା ରହିଥାଏ ।
୭- ଘରେ ଆଲମାରୀର ମୁହଁ ଦକ୍ଷିଣ ଦିଗକୁ ରଖିବା ଅନୁଚିତ । ଏହା ଦ୍ଵାରା ଖର୍ଚ୍ଚ ବୃଦ୍ଧି ପାଇଥାଏ । ଘରେ ଭାଙ୍ଗିଥିବା ଖଟ ରଖିବା ଅନୁଚିତ । ଏହା ଦ୍ଵାରା ଧନ ହାନି ହୋଇଥାଏ ।
୮- ଶୋଇବା ଘରେ ମୁଣ୍ଡ ଉପରେ ପାଣି ବୋତଲ ବା ଗ୍ଳାସ ରଖିବା ଶୋଇବା ଦ୍ଵାରା ବାସୁ ଦୋଷ ଦେଖାଯାଇଥାଏ । ଘରେ ଭଙ୍ଗା ଆଇନା ବା କାଚ ଜିନିଷ ରଖିବା ଦ୍ଵାରା ଆର୍ଥିକ ସମସ୍ଯା ହୋଇଥାଏ ।
୯- ଘରେ ଅର୍ଥ ଅଭାବ ହେଉଥିଲେ ବା ରୋଜଗାରର ବାଟ ମିଳୁ ନ ଥିଲେ ମିଠା ଅର୍ଣ୍ଣ ପ୍ରତୁଷ୍ଟ କରି କାଉକୁ ଖାଇବା ଦେବା ଶୁଭ ହେବ ସହ ଜଲ୍ଦି ରୋଜଗାର ର ବାଟ ଖୋଲିଥାଏ ।
୧୦- ପ୍ରତେକ ଗୁରୁବାର ଦିନ ତୁଳସୀ ମୂଳରେ କ୍ଷୀର ଅର୍ପଣ କରିଲେ ଘରେ ଆର୍ଥିକ ସମସ୍ଯା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।