Vastu tips; – ରୋଷେଇ ଘର କିପରି ଓ କେଉଁଠି ହେବା ଉଚିତ ? କେଉଁ ଜିନିଷ କେଉଁଠି ରଖିବେ ?

ବନ୍ଧୁଗଣ ଘରର ସମସ୍ତ ସଦସ୍ୟଙ୍କୁ ଭୋଜନ କରିବା ପାଇଁ ଖାଦ୍ୟକୁ ରୋଷେଇ କରିବାର ଆବଶ୍ୟକତା ରହିଥାଏ । ଠିକ ସେହିପରି ଖାଦ୍ୟକୁ ରୋଷେଇ କରିବା ପାଇଁ ସ୍ଵତନ୍ତ୍ର ରୋଷେଇ ଘର ଘରେ ରହିବାର ଆବଶ୍ୟକତା ରହିଥାଏ । ଯେଉଁଠାରେ ସ୍ଵୟଂ ମାତା ଅର୍ଣ୍ଣପୂର୍ଣ୍ଣାଙ୍କର ବାସ ହୋଇଥାଏ। ତେଣୁ ରୋଷେଇ ଘର କେଉଁଠି ଓ କିପରି ଭାବେ ହୋଇବ ? ଏଥିସହ ରୋଷେଇ ଘରେ କଣ କଣ ସବୁ ଜିନିଷ କେଉଁ ସ୍ଥାନରେ ସବୁ ରହିବ ? ଏ ସବୁ ସମ୍ପର୍କରେ ଭଲ ଭାବେ ଜ୍ଞାନ ଥିବା ନିହାତି ଦରକାର ହୋଇଥାଏ ।

ଯାହାଦ୍ୱାରା ପରିବାରରେ କେବେବି ଖାଦ୍ୟଅଭାବ ଦେଖାଯାଇନଥାଏ । ପ୍ରଥମେ ଜାଣିବା ରୋଷେଇ ଘର କେଉଁଠି ହେବା ଉଚିତ ? ରୋଷେଇ ଘର ଘରର ଦକ୍ଷିଣପୂର୍ବ କୋଣରେ ରହିବା ଉଚିତ । ଏହା ଆଗ୍ନେୟ କୋଣ ଅଟେ । ଏଥିସହ ରୋଷେଇଘରର ଦ୍ୱାର ଗୃହର କୌଣସି କୋଣରେ ରହିବା ଉଚିତ ନୁହେଁ । ରୋଷେଇ ଘରର କବାଟ ଉତ୍ତର ପୂର୍ବ ଦିଗରେ ରହିବା ଉଚିତ । ରୋଷେଇ ଘରର ଝରକା ପୂର୍ବ ଦିଗରେ ରହିବ ଉଚିତ ।

ରୋଷେଇଘରର କବାଟ ସମ୍ନାରେ କେବେବି ଚୁଲି ରଖି ରାନ୍ଧିବା ଉଚିତ ନୁହେଁ । ରୋଷେଇଘରର ରଙ୍ଗ ହଳଦିଆ, କମଳା, ଗୋଲାପୀ, ଚକଲେଟ ରଙ୍ଗରର ହେବା ଉଚିତ । ହେଲେ କଳା କିମ୍ବା ଧଳା ରଙ୍ଗ ହେବା ଉଚିତ ନୁହେଁ । ଅଟା, ଚାଉଳ , ଗ୍ରାଇଣ୍ଡର ଜିନିଷ ଆଦି ରୋଷେଇ ଘରର ଦକ୍ଷିଣ ଦିଗରେ ଥିବା ଥାକ ବା ବେଞ୍ଚ ଉପରେ ରଖିବା ଉଚିତ । ରୋଷେଇ ଘରର ଦକ୍ଷିଣ ପୂର୍ବ ଦିଗରେ ଗ୍ୟାସ ଚୁଲା ରହିବା ଦରକାର ।

ରୋଷେଇ କରିବା ସମୟରେ ପୂର୍ବ ଦିଗକୁ ମୁହଁ କରି ରୋଷେଇ କରିବା ଉଚିତ । ରୋଷେଇ ଘରର ଟ୍ୟାପ ଆଦି ପାଣିର ଜାଗା ଉତ୍ତରପୂର୍ବ ଦିଗରେ ବା ଉତ୍ତର ଦିଗରେ ରହିବା ଉଚିତ । ରୋଷେଇଘରର ଅନ୍ୟ ଜିନିଷ ପତ୍ର ରୋଷେଇ ଘରର ପଶ୍ଚିମ ବା ଦକ୍ଷିଣ ଦିଗରେ ରହିବା ଉଚିତ ।

ରୋଷେଇଘରେ ଫ୍ରିଜ ଥିଲେ ଏହା ଦକ୍ଷିଣ ପଶ୍ଚିମ କୋଣରେ ରଖିବା ସବୁଠୁ ଭଲ ବା ଏହାକୁ ଆପଣ ଉତ୍ତର ପୂର୍ବ କୋଣରେ ରଖି ପାରିବେ । ରୋଷେଇ ଘରେ ଯଦି ଖାଇବା ଟେବୁଲ ପକାଉଛନ୍ତି । ତେବେ ଏହାକୁ ଆପଣ ଉତ୍ତର ପଶ୍ଚିମ ଦିଗରେ ବା ପଶ୍ଚିମ ଦିଗରେ ପକାଇବା ଦରକାର । ଖାଇବା ସମୟରେ ଉତ୍ତର ବା ପୂର୍ବ ଦିଗକୁ ମୁହଁ କରି ଖାଇବା ଉଚିତ ନୁହେଁ ।

ତେବେ ବନ୍ଧୁଗଣ ଉପୋରୋକ୍ତ ରୋଷେଇ ଘର ସହ ଜଡିତ କିଛି ମହତ୍ଵପୂର୍ଣ୍ଣ ବାସ୍ତୁଟିପ୍ସ ମାନିବା ଦ୍ଵାରା ଘର ପାଇଁ ବହୁତ ମଙ୍ଗଳ ହୋଇଥାଏ । ଏଥିସହ ସେହି ଘରେ ସଦା ସର୍ବଦା ମାତା ଅର୍ଣ୍ଣପୂର୍ଣ୍ଣାଙ୍କର କୃପା ଭରି ରହିଥାଏ । ବନ୍ଧୁଗଣ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *