ୟୁକ୍ରେନ ସହ ଯୁଦ୍ଧ କରିବା ପାଇଁ ଋଷ ସେନାରେ ସାମିଲ ହେବେ 1 ଲକ୍ଷ ଯୁବକ, ମନାକଲେ ମିଳିବ 4ବର୍ଷ ଜେଲ ସହ ଏହି ଭୟଙ୍କର ଦଣ୍ଡ!

ବନ୍ଧୁଗଣ ସୂଚନା ଅନୁସାରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜିକୁ ୧୭ ଦିନରେ ପହଞ୍ଚିଲାଣି । ଗତ ୧୭ ଦିନ ହେବ ୟୁକ୍ରେନକୁ ଦାଖଲ କରିବା ପାଇଁ ପ୍ରାୟ ୨ ଲକ୍ଷ ସେନା କ୍ରମାଗତ ଭାବେ ଲଢେଇ ଜାରି ରଖିଛନ୍ତି । ଋଷିଆ ସେନା ମାନେ ଠିକ ଭାବେ ଖାଇବା, ପିଇବା ଓ ବିଶ୍ରାମ ଅଭାବରୁ ଥକି ପଡିଲେଣି । ଯାହା ଫଳରେ ଋଷିଆ ର ସାମରିକ ଅଭିଯାନ ଆଡକୁ ବଢିପାରୁ ନାହି । ତେଣୁ ସୈନ୍ୟ ସଂଖ୍ୟା କମ ପଡୁଥିବା ଦେଖିବା ପରେ ଋଷିଆ ରାଷ୍ଟ୍ରପତି ପୁଟିନ ତୁରନ୍ତ ୧ ଲକ୍ଷ ସୈନ୍ୟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏ ସଂକ୍ରାନ୍ତରେ ପ୍ରସ୍ତାବ ସାଂସଦ ରେ ମଧ୍ୟ ପାସ ହୋଇଛି । ସାଂସଦ ରେ ଗୃହିତ ହୋଇଥିବା ପ୍ରସ୍ତାବ ଅନୁଯାୟୀ ଯେଉଁ ୧ ଲକ୍ଷ ଯୁବକ ସେନାରେ ସାମିଲ ହେବେ ସେମାନଙ୍କୁ ଯୁଦ୍ଧ ପାଇଁ ୟୁକ୍ରେନ ପଠାଯିବ । ଏହା ସହ ସେନାରେ ନିଯୁକ୍ତି ପ୍ରକ୍ରିୟା ନିୟମକୁ ଆହୁରି କଡାକଡି କରା ଯାଇଛି । ସେହି ଅନୁସାରେ ଦେଶର ସମସ୍ତ ୧୭ରୁ ୨୮ ବର୍ଷର ସୁସ୍ଥ ଯୁବକ ମାନେ ସେନାରେ ଭର୍ତ୍ତି ହେବାକୁ ବାଧ୍ୟ ଅଟନ୍ତି । ଅତି କମରେ ସେମାନଙ୍କୁ ସେନାରେ ୨ ବର୍ଷ କାର୍ଯ୍ୟ କରିବାକୁ ପଡିବ ।

ଯେଉଁ ମାନେ ସେନାରେ ଭର୍ତ୍ତି ହେବାକୁ ମନା କରିବେ ସେମାନଙ୍କୁ ୨ ରୁ ୪ ବର୍ଷ ଯାଏଁ ଜେଲ ଦଣ୍ଡ ମିଳିବ ବୋଲି ନୂଆ ନିୟମରେ ବ୍ୟବସ୍ଥା କରା ଯାଇଛି । ତେବେ ଆସନ୍ତୁ ଜାଣିବା କେମିତି ଯୁବକ ଓ ଯୁବତୀଙ୍କୁ ସେନାରେ ଭର୍ତ୍ତି କରିବା ପାଇଁ ଚିହ୍ନଟ କରାଯିବ । ପ୍ରଥମେ ଋଷିଆ ସେନା ପକ୍ଷରୁ ସମସ୍ତ ଯୋଗ୍ୟ ଯୁବକ ଯୁବତୀଙ୍କ ପାଖକୁ ଚିଠି ପଠାଯିବ । ସେମାନଙ୍କୁ ଦୁଇ ସପ୍ତାହ ଅମଧ୍ୟରେ ସେନାରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯିବ ।

ଯଦି ଏହି ସମୟ ସୀମା ମଧ୍ୟରେ ସେମାନେ ସେନାରେ ସାମିଲ ନ ହେବେ ତେବେ ସେମାନଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରାଯିବ । ଏପ୍ରିଲ ୧ ତାରିଖ ସୁଧା ୧ ଲକ୍ଷ ସେନା ଋଷିଆ ସେନାରେ ସାମିଲ ହେବେ । ଏପରିକି ସିରିୟା ସମେତ ମଧ୍ୟ ପ୍ରାଚ୍ୟ ଅଞ୍ଚଳରୁ କିଛି ଯୋଦ୍ଧାଙ୍କୁ ଆଣି ୟୁକ୍ରେନ ରେ ଲଢିବା ପାଇଁ ଋଷିଆ ଯୋଜନା କରିଛି ।

ଅନ୍ୟ ପକ୍ଷରେ ଋଷିଆ ର ପ୍ରତିରକ୍ଷା ଅମଧ୍ୟ କହିଛନ୍ତି କି ଏ ଯାଏଁ ଋଷିଆ ସେନାରେ ସାମିଲ ହେବା ପାଇଁ ମଧ୍ୟ ପ୍ରାଚ୍ୟର ୧୬ ହଜାର ଯୋଦ୍ଧା ଆବେଦନ କରିଛନ୍ତି । ସେହି ସବୁ ଦେଶରେ ଏହି ଯୋଦ୍ଧା ମାନେ ଆଇଏସ ପକ୍ଷରୁ ଋଷିଆ ସହ ଲଢୁଥିଲେ । ସେମାନଙ୍କୁ ନିଯୁକ୍ତି କରିଆବା ସହ ତୁରନ୍ତ ୟୁକ୍ରେନକୁ ପଠାଇବା ଲାଗି ପୁରିନ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ପୁଟିନଙ୍କର ସେନା ନିଯୁକ୍ତି ନିସ୍ପତି ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *