ଋଷ କନିଆଁକୁ ଜର୍ମାନୀ ବର, ଭାରତରେ ବିବାହ କାହିଁକି ? କାରଣ ଜାଣି ବିଶ୍ଵାସ ହେବନି

ନମସ୍କାର ବନ୍ଧୁଗଣ । ଜର୍ମାନୀ ଜଣେ ଧନୀ ବ୍ୟବସାୟୀ ରୁଷୀୟ ବନ୍ଧୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହ ହୋଇଛି ଭାରତରେ ତାହା ପୁଣି ହିନ୍ଦୁ ରୀତିନୀତି ଅନୁସାରେ । ଏବେ ଏହି ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ବିଦେଶରେ ଏସରେ ନିଜର ଜୀବନ କାଟୁଥିବା କ୍ରିସ ମୋଲାର ନିଜ ବାନ୍ଧବୀ ଜୁଲିଆ ଉକ୍ଷାତିକୁ ନେଇ ଭାରତ ଆସିଥିଲେ । ଗୁଜୁରାଟ ହିମତନଗର ସରୋଦିୟା ଗାଁରେ ରହିଥିଲେ ।

ଏଠିକାର ନୈଷ୍ଠିକ ବ୍ରାମହଣଙ୍କ ପରାମର୍ଶ କ୍ରମେ ପ୍ରସ୍ତୁତ ହୋଇଥିଲା ବିବାହ ସମାରୋହ । ଆରମ୍ଭ ହୋଇଥିଲା ବୈଦିକ ପାଠ । ସ୍ମପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବିବାହ ସମ୍ପନ ହୋଇଛି । ଦୁହିଙ୍କ ବିବାହରେ ଉପସ୍ଥିତ ରହି ସ୍ଥାନୀୟ ଲୋକ ମାନେ ବିଦେଶୀ ଦମ୍ପତିଙ୍କୁ ଶୁଭେଚ୍ଚା ଜଣାଇବା ସହ ଉପହାର ମଧ୍ୟ ଦେଇଥିଲେ । ଏହାକୁ ଏକ ଅନ୍ତରଙ୍ଗ ମୂହୁର୍ତ୍ତ ବୋଲି କହିଛନ୍ତି କ୍ରିସ ମୋଲାର ।

ଆମ ଦେଶର ଅଧିକାଂଶ ସେଲିବ୍ରେଟି ଓ ଧନିକ ଶ୍ରେଣୀର ପୁଅ ଝିଅ ଅଧିକ ଟଙ୍କା ଖର୍ଚ୍ଚ କରି ବିଦେଶରେ ବିବାହ କରୁଥିବା ବେଳେ ବିଦେଶର ଏହି ଧନୀ ବ୍ୟବସାୟୀ ଭାରତକୁ କାହିଁକି ଚୟନ କରିଲେ ଏହା ପ୍ରଶ୍ନ ପଚାରା ଯିବାରୁ କ୍ରିସ ଉତ୍ତରରେ କହିଲେ ତାହା ଶୁଣି ସ୍ଥାନୀୟ ଲୋକ ମାନେ ତାଙ୍କର ପ୍ରଶଂସା କରିଥିଲେ । କ୍ରିସ ଜଣେ ପ୍ରତିଷ୍ଠିତ ଜର୍ମାନୀ ବ୍ୟବସାୟୀଙ୍କ ପୁଅ । ଜର୍ମାନ ଓ ସିଙ୍ଗାପୁରରେ ତାଙ୍କର ରହଚି ଏକାଧିକ ବ୍ଯବସାୟିକ ସଂସ୍ଥା ।

ଯାହାର ସିଏଓ ହେଉଛନ୍ତି ନିଜେ କ୍ରିସ ମୋଲାର । ଧନ ସମ୍ପତି ଓ ପ୍ରାଚୁର୍ଜ୍ୟର ଜୀବନ ବଞ୍ଚୁଥିଲେ କ୍ରିସ । କିନ୍ତୁ ଅତିତରେ ତାଙ୍କୁ ଏ ସବୁ କିଛି ବି ସନ୍ତୁଷ୍ଟ କରିପାରି ନ ଥିଲା । ଫଳରେ ଏକ ସ୍ପୋର୍ଟ୍ସ କାର କିଣି ସାରା ବିଶ୍ଵ ଭ୍ରମଣ କରିବାକୁ ବାହାରି ଥିଲେ କ୍ରିସ । ଏହି ସମୟରେ ଜୁଲିଆଙ୍କ ସହ ତାଙ୍କ ଭେଟ ହୋଇଥିଲା । ଦୁହେଁ ମିଶି ବିଶ୍ଵ ଭ୍ରମଣ କରିଥିଲେ । ପରେ ଦୁହେଁ ଭାରତର ଗୁଜୁରାଟରେ ପହଞ୍ଚି ଥିଲେ ।

କିଛି ଦିନ ଶିରୋଦିୟା ଗାଁରେ ରହିବା ପରେ ଭାରତ ତାଙ୍କୁ ବେଶ ପସନ୍ଦ ଆସିଥିଲା । ଭାରତର ପରିବେଶ ଦୁହିଙ୍କୁ ଭଲ ଲାଗିଥିବା ବେଳେ ପରମ୍ପରା ଓ ସଂସ୍କୃତି ତାଙ୍କ ମନ ମୋହୀ ନେଇଥିଲା । ଭାରତୀୟ ସଂସ୍କୃତି ପ୍ରତି କ୍ରିସ ମୋଲାରଙ୍କର ରହିଛି ଗଭୀତ ଭକ୍ତି ଓ ସମ୍ମାନ । ଏଠାରେ ଗୁରୁ ଭ୍ରମଣ କରି ଦୀକ୍ଷିତ ମଧ୍ୟ ହୋଇଛନ୍ତି କ୍ରିସ ଓ ଜୁଲିଆ ।

ତେଣୁ ଯେବେ ବି ବିବାହ କରିବେ ଭାରତରେ କରିବେ ବୋଲି ମନସ୍ଥ କରିଥିଲେ ଦୁଇ ବିଦେଶୀ ଦମ୍ପତି । ଯାହା ଏବେ ସଫଳ ହୋଇଛି । ହିନ୍ଦୁ ରୀତିରେ ବିବାହ ଦୁହିଙ୍କୁ ଏକ ନୂଆ ଅନୁଭୂତି ଆଣି ଦେଇଛି । ତାଙ୍କର ଏଭଳି ପଦକ୍ଷେପରେ ୟୁଜର୍ସ ମାନେ ତାଙ୍କର ପ୍ରଶଂସା କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ବିଦେଶୀ ଦାମ୍ପତ୍ୟଙ୍କ ବିବାହକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *