ଏହି ସବୁ ପଶୁପକ୍ଷୀ ଆପଣଙ୍କୁ କରିଦେବେ କୋଟିପତି, ଭଲ ସମୟ ଆସିବାଆଗରୁ ଦିଅନ୍ତି ଏହି ସଂକେତ- Sakuna Sashtra

ଗାଈ, କୁକୁର, କାଉ, ପାରା ଓ ପିମ୍ପୁଡି ଆପଣଙ୍କୁ ଧନୀ କରିଥାନ୍ତି । ଏମାନଙ୍କ ସହ କଣ କରିଲେ ଜୀବନରେ ସୁଖ ସମୃଦ୍ଧି, ଧନ ସମ୍ପତ୍ତି ମିଳିଥାଏ । ସବୁ ଦୁଃଖ ଓ ଗ୍ରହ ଦୋଷ ଦୂର ହୋଇଥାଏ । ବହୁତ ପୁରାତନ ଯୁଗର ଏହି ସବୁ ପଶୁ ପକ୍ଷୀମାନଙ୍କୁ ଘରର ଖାଦ୍ୟ ଦିଆଯାଏ । ଏମାନଙ୍କର ସେବା ମଧ୍ୟ କରନ୍ତି । ବିଶେଷ କରି ସାଧ ଓ ପର୍ବ ପର୍ବାଣିରେ ଏମାନେ ଯଦି ଖାଦ୍ୟ ଖାଆନ୍ତି ତେବେ ତାହା ପିତୃ ପୁରୁଷ ପାଇଗଲେ ବୋଲି ଅନୁଭବ କରାଯାଏ ।

କାଉ: କାଉ ଶନିଦେବଙ୍କ ବାହାନ ଅଟେ । କାଉକୁ ଭୋଜନ ଦେବା ଓ ସନ୍ତୁଷ୍ଟ କରିବା ସ୍ଵୟଂ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ସଙ୍ଗେ ସମାନ ହୋଇଥାଏ । ସବୁଦିନ ଯଦି କାଉ କିଛି ଖାଦ୍ୟ ଯେମିତି କି ଖିରୀ, ପୁରୀ, ରୁଟି, ଚାଉଳ, ଡାଲି, ସେଓ, ବିସ୍କୁଟ ଇତ୍ୟାଦି ଖାଦ୍ୟ ଦେଇ ଯଦି ଆପଣ କାଉକୁ ସନ୍ତୁଷ୍ଟ କରୁଛନ୍ତି ତେବେ ଜୀବନରେ ଆପଣ ପୂଣ୍ୟ ଅର୍ଜନ କରିବେ ।

ଏହିଭଳି କରିବା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ଓ ଧନ ପ୍ରାପ୍ତି ହୋଇଥାଏ । ଯେଉଁମାନେ ଭଲ ସଞ୍ଚୟ କରି ପାରନ୍ତି ନାହିଁ ସେମାନେ ଭଲ ସଞ୍ଚୟ ମଧ୍ୟ କରନ୍ତି । ରୋଜଗାରରେ ଉନ୍ନତି ହୋଇଥାଏ । ଏହି ସବୁ ଖାଦ୍ୟ କାଉକୁ ଦେବା ଦ୍ଵାରା ଆପଣଙ୍କର ବହୁତ ଗ୍ରହ ଦୋଷ ଦୂର ହୋଇଥାଏ । କେବଳ ଖାଇବା ନୁହେଁ ଏହା ପରେ ପାଣି ଦେବା ଉଚିତ । ନଚେତ ଏହା ଦ୍ଵାରା ଜୀବନରେ ଖରାପ ପ୍ରଭାବ ପଡିପାରେ ।

ପାରା: ପାରା ଘରେ ରହିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ପାରାଙ୍କୁ ପ୍ରତିଦିନ ଦାନା ଦେବା ଓ ଖାଦ୍ୟ ଦେଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଜନ୍ଦା କିମ୍ବା ପିମ୍ପୁଡି: ଜନ୍ଦା କିମ୍ବା ପିମ୍ପୁଡିକୁ ଦେଖିଲେ ପ୍ରାୟତଃ ଲୋକମାନେ ଏହାକୁ ଅଣଦେଖା କରି ଦିଅନ୍ତି । କିନ୍ତୁ ଶାସ୍ତ୍ରରେ ବର୍ଣିତ ଅଛି କି ଜନ୍ଦା କିମ୍ବା ପିମ୍ପୁଡିକୁ ଚିନି ଗୁଡ ଇତ୍ୟାଦି ଖାଇବାକୁ ଦିଆଯାଏ ତେବେ ବ୍ୟକ୍ତିର ଭାଗ୍ୟ ଖୋଲିଯାଏ । ଶନି ରାହୁ ଓ କେତୁ ଗ୍ରହ ଶାନ୍ତି ହୋଇ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

ଗାଈ: ଗାଈ ଓ ଗାଈର ମଳ ମୁତ୍ର ଅତି ପବିତ୍ର ହୋଇଥାଏ । ଗାଈର ଶରୀରରେ ସମସ୍ତ ପ୍ରକାରର ଦେବତା ବାସ କରନ୍ତି । ଗାଈକୁ ଯଦି ଆପଣ ସବୁଦିନ ଘରର ପ୍ରଥମ ରୁଟି ଦେଉଛନ୍ତି ତେବେ ଏହା ଦ୍ଵାରା ବହୁତ ଶୁଭ ଫଳ ମିଳିଥାଏ ।

କଳା କୁକୁର: କଳା କୁକୁରକୁ ଯଦି ଆପଣ ପ୍ରତ୍ୟକ ଶନିବାର ଓ ଅମାବାସ୍ୟାରେ ରୁଟି, ଗୁଡ ଓ ବିସ୍କୁଟ ଖାଇବାକୁ ଦେଉଛନ୍ତି ତେବେ ଶନିଦେବ ସନ୍ତୁଷ୍ଟ ହୋଇଥାନ୍ତି । ତେଲ ସେକା ହୋଇଥିବା ରୁଟି ଯଦି କୁକୁରକୁ ଦିଆଯାଏ ତେବେ ଶନି, ରାହୁ ଓ କେତୁ ସମସ୍ତ ପ୍ରକାରର ଦୋଷ, ଦୁଃଖ ଦୂର ହୋଇଥାଏ । ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *