ମହାଭାରତ ଯୁଦ୍ଧରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଇଥିଲେ । ଯାହା ପାଇଁ ଧନୁର୍ଦ୍ଧର ଅର୍ଜୁନ ମହାଭାରତ ଯୁଦ୍ଧ ଆରମ୍ଭ କରିଥିଲେ । ଭଗବାନ କୃଷ୍ଣଙ୍କୁ ଭବିଷ୍ୟତରେ କଣ ହେବାକୁ ଯାଉଛି ତାହା ତାଙ୍କ ପୂର୍ବରୁ ଜଣା ହୋଇଥାଏ । ଯାହା ପାଇଁ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ମାଧ୍ୟମ କରି ମାନବ ଜାତିକୁ ଉପଦେଶ ଦେଇହକନ୍ତି । ଗୀତାରେ ଲେଖା ଅଛି ମଣିଷ ନିଜ ଜୀବନର ସମସ୍ୟାକୁ ସମାଧାନ କରିବା ପାଇଁ ଅନେକ ଉପାୟମାନ ବିଷୟରେ କୁହା ଯାଇଛି । ତେବେ ଆସନ୍ତୁ ଜାଣିବା ସେହି କଥା ଗୁଡିକ ବିଷୟରେ ଯାହା ଗୀତାରେ କୁହା ଯାଇଛି ।
୧ – ଭଗବାନ କୃଷ୍ଣଙ୍କ ମତ୍ୟରେ ବ୍ୟକ୍ତି ଭବିଷ୍ୟତ କଥା ନ ଭାବି କର୍ମ କରି ଚାଲିବା ଉଚିତ । ଯଦି ଆମେ ଆଜି ମେହନତ ଓ କଠିନ ପରିଶ୍ରମ କରି କାମ କରି ଚାଲିବା ତେବେ ନିଶ୍ଚିନ୍ତ ଭାବେ ଆମ ଭବିଷ୍ୟତ ଉଜ୍ବଳ ହେବ । ଅର୍ଥାତ ମଣିଷକୁ ଫଳ ବିଷୟରେ ନ ଚିନ୍ତା କରି କର୍ମ କରି ଚାଲିବା ଉଚିତ । ଫଳ ଦେବା ହେଉଛି ଭଗବାନଙ୍କର ହାତରେ ଅଛି ।
୨- ଭଗବାନ କୃଷ୍ଣ ଙ୍କ ମତରେ ମଣିଷକୁ ଯେଉଁ କାମରେ ସଫଳତା ମିଳିଲେ ଅଧିକ ଖୁସି ବା ଆନନ୍ଦ ହେବା ଅନୁଚିତ । ଏମିତି କରିବା ଦ୍ଵାରା ଭୁଲ ହେବାର ଆଶଙ୍କା ଅଧିକ ବଢିଥାଏ । ଏହା ଛଡା ଅନ୍ୟକୁ କେବେ ପରିହାସ କରିବା ଅନୁଚିତ । ଯଦି ମଣିଷ ନିଜ ସଫଳତା ପାଇଁ ଅନ୍ୟକୁ ପରିହାସ କରିବ ତେବେ ଏହା ଠିକ ନୁହେଁ । ନଚେତ ଭବିଷ୍ୟତରେ ଏହାର ବିପରୀତ ପରିଣାମ ଭୋଗିବାକୁ ପଡିଥାଏ ।
୩- ଭଗବାନ କୃଷ୍ଣ ଙ୍କ ମତରେ ପ୍ରତେକ ମଣିଷ ପାଇଁ କିଛି ନା କିଛି କାର୍ଯ୍ୟ ରହିଥାଏ । ଯାହା କରିବାକୁ ମଣିଷ ବାଧ୍ୟ ହୋଇଥାଏ । ପ୍ରତେକ ମଣିଷ ଠାରେ କିଛି ନା କିଛି ଗୁଣ ରହିଥାଏ । ତେଣୁ ମଣିଷକୁ ଆବଶ୍ୟକ ପଡିଥାଏ କେବଳ ନିଜର ଗୁଣକୁ ପ୍ରକାଶ କରିବା ପାଇଁ । ଯେବେ ଆପଣ ନିଜ ଭିତରେ ଲୁଚି ରହିଥିବା ଗୁଣକୁ ଚିହ୍ନି ପାରିବେ ସେହି ଦିନ ଆପଣଙ୍କୁ ସଫଳ ହେବାରେ କେହି ରୋକି ପାରିବେ ନାହି ।
୪- ଭଗବାନ କୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ବାହାରୁ ଦେଖାଇ ଥାଏ ସେ ନିଜ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରି ପାରୁଛି କିନ୍ତୁ ଯଦି ତାର ମନ ଭିତରୁ ଚଞ୍ଚଳ ରହିଥାଏ ତେବେ ସେହିଭଳି ବ୍ୟକ୍ତି ସବୁଠାରୁ ବଡ ମିଛୁଆ ଓ କପଟୀ ହୋଇଥାଏ । କିଛି ଲୋକ ଏମିତି ଅଛନ୍ତି ଯିଏ ବାହାରୁ ଦେଖାଇଥାନ୍ତି ସେ ବହୁତ ଭଲ କିନ୍ତୁ ତାଙ୍କ ଭିତରେ ଯେଉଁ ଖରାପ ଗୁଣ ଲୁଚି ରହିଥାଏ ସେଭଳି ବ୍ୟକ୍ତିକୁ କପଟୀ ମାନାଯାଏ ।
ଏହିପରି ଭାବେ ଭଗବାନ କୃଷ୍ଣ ମାନବ ଜାତିକୁ ସନ୍ଦେଶ ଦେଇଛନ୍ତି କେଉଁ ବ୍ୟକ୍ତି ସବୁଠାରୁ ବଡ ମିଛୁଆ ଓ ପାପୀ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।