ବନ୍ଧୁଗଣ ଅଭିନେତା ସବ୍ୟଶଚୀ ବିବାହ କରିଲେ ଅର୍ଚ୍ଚିତାଙ୍କୁ । ସେ ତାଙ୍କ ପ୍ରଥମ ସ୍ତ୍ରୀ ସାଙ୍ଗେ ମଧ୍ୟ ପ୍ରେମ ବିବାହ କରିଥିଲେ । ସେ ତାଙ୍କ ପ୍ରଥମ ସ୍ତ୍ରୀ ପ୍ରସଙ୍ଗରେ କଣ କହିଥିଲେ ଆସନ୍ତୁ ଜାଣିବା । ବନ୍ଧୁଗଣ ଓଡିଆ ଫିଲ୍ମ ଜଗତର ରିଲ ହିରୋ ଶେଷରେ ସତରେ ହାତକୁ ଦୁଇ ହାତ ହୋଇଛନ୍ତି ଅର୍ଥାତ ସେ ପୁନ୍ନର୍ବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସବ୍ୟଶଚି ଅର୍ଚ୍ଚିତା ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି । ତାଙ୍କର ବିବାହ କୁ ନେଇ ଆଞ୍ଚଳିକ ତଥା ଜାତୀୟ ଗଣ ମାଧ୍ୟମରେ ଖୁବ ଚର୍ଚ୍ଚା ହୋଇଅଛି ।
ସମସ୍ତେ ନବ ଦମ୍ପତ୍ତିଙ୍କୁ ଶୁଭେଛା ଜଣାଇବାକୁ ବ୍ୟସ୍ତ ଅଛନ୍ତି । କିନ୍ତୁ ସବ୍ୟଶଚୀ ଙ୍କ ପ୍ରଥମ ସ୍ତ୍ରୀ କୁ ନେଇ ସାମାଜିକ ଗଣ ମାଧ୍ୟମରେ ଆଲୋଚନା ହୋଇ ଯାଇଛି । ସେ ନିଜ କ୍ଳାସମେଟ ସୀମା କୁ ୨୦୦୮ ମସିହାରେ ପ୍ରେମ ବିବାହ କରିଥିଲେ । ବିବାହ ସମୟରେ ଦୁଇଜଣ ଏକ ଘରୋଇ ଇଂଜିନିୟରିଂ କଲେଜ ରେ ପାଠ ପଢୁଥିଲେ, ତାହା ପରେ ସୀମା ଏବଂ ସବ୍ୟ ଆଗକୁ ସାଥି ହୋଇ ପାଦରେ ପାଦ ମିଶାଇ ଚଳିବେ ବୋଲି ନିସ୍ପତି ନେଲେ । ଏହା ପରେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, ମାତ୍ର କୌଣସି କାରଣରୁ ତାଙ୍କ ଦାମ୍ପତ୍ୟ ଜୀବନ ଅଧିକ ଆଗକୁ ନଯାଇ ୮ ମାସ ମଧ୍ୟରେ ଭାଙ୍ଗି ଯାଇଥିଲା ।
ଦୁହେଁ ଦୁହିଙ୍କୁ ଛାଡପତ୍ର ଦେଇଥିଲେ । ବନ୍ଧୁଗଣ ଏହା ପରେ ସୀମା ଙ୍କ ସହିତ ବିଛେଦ ପରେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ସହିତ ପ୍ରେମ ସମ୍ପର୍କ ରେ ଥିବା ଗଣମାଧ୍ୟମରୁ ସୂଚନା ମିଳିଥିଲା । ସେ ଦୁହେଁ ଅନେକ ଗୁଡିଏ ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି । ଦରସକେ ଉଭୟଙ୍କ ଯୋଡିକୁ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ବର୍ତ୍ତମାନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରଥମ ଥର ଅଗ୍ନିକୁ ସାକ୍ଷୀ ରଖି ସାଥି ହେଇ ରହିବାକୁ ସପତ ନେଇଥିଲେ, ଆଜିଭଳି ଦିନରେ ଦ୍ଵିତୀୟ ଥର ପାଇଁ ଅର୍ଚ୍ଚିତାଙ୍କ ସହିତ ଠିକ ସେହିଭଳି ସପତ ନେଇଛନ୍ତି ।
ମାତ୍ର ଏବେ ବିବାହ ବେଦି ଓଡିଶାରେ ନୁହେଁ ରାଜସ୍ଥାନ ରେ ସଜା ଯାଇଥିଲା । ବନ୍ଧୁଗଣ ଏହି ସମୟରେ ସୀମା ଏବଂ ସବ୍ୟଶଚୀ ଙ୍କର ପୁରୁଣା ସାକ୍ଷାତ୍କାର କୁ ନେଇ ଚର୍ଚ୍ଚା ହୋଇଛି । ଭ୍ୟାଲେନ ଟାଇନ୍ସ ଦିବସ ଅବସରରେ ଗୋଟିଏ ଜାତୀୟ ଗଣ ମାଧ୍ୟମରେ ସେତେବେଳେ ର ଏକ ନବଦମ୍ପତି ସୀମା ଏବଂ ସବ୍ଯଙ୍କ ସାକ୍ଷତକାର ପ୍ରକାଶିତ ହୋଇଥିଲା ସେଥିରେ ସୀମା କହିଥିଲେ ଯେ, ସବ୍ୟ ସର୍ବଦା ବେଷ୍ଟ ଫ୍ରେଣ୍ଡ ହୋଇ ରହିବେ । ଏହା ହିଁ ଏକ ସମ୍ପର୍କର ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ବିଷୟ ।
ସେତେବେଳେ ସବ୍ୟ ଫିଲ୍ମ ଶୁଟିଙ୍ଗ ରେ ବ୍ୟସ୍ତ ଥିବା ଯୋଗୁ ପତ୍ନୀଙ୍କୁ ସମୟ ଦେଇ ପାରୁ ନଥିବା ସବ୍ୟ କହିଥିଲେ, ଉଭୟ ସବୁବେଳେ ଭ୍ୟାଲନ ଟାଇନ ଡେ ପାଳନ କରୁଥିବେ ଏହା ସହିତ କ୍ୟାଣ୍ଡେଲ ନାଇଟ ଡିନର କରି ଏହି ଦିନକୁ ଅଧିକ ସ୍ପେଶାଲ ବନାଇବେ ।
ଦର୍ଶକ ବନ୍ଧୁ ବର୍ତ୍ତମାନ ସୀମା କେଉଁଠାରେ ଅଛନ୍ତି ? କିପରି ଅଛନ୍ତି ? ଏବଂ କାହିଁକି ସୀମା ସବ୍ୟଶଚୀ ଙ୍କ ଜୀବନରୁ ଦୂରେଇ ଗଲେ ଏପରି ବହୁତ ପ୍ରଶ୍ନ ସବ୍ଯ ଙ୍କ ଫ୍ୟାନ ମାନେ ଜାଣିବାକୁ ଚାହୁଞ୍ଚନ୍ତି । ତେବେ ବନ୍ଧୁଗଣ ତାହା ଜାହା ହେଉ ନା କାହିଁକି, ଅଲିଉଡ ର ଫେମସ ଯୋଡି ସବ୍ୟଶଚି ଏବଂ ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଲେଣି, ଆମ୍ଭେ ମାନେ ସମସ୍ତେ ତାଙ୍କୁ ଶୁଭ କାମନା ଜଣାଉଛୁ ଯେ ଉଭୟଙ୍କ ଆଗାମୀ ଜୀବନ ଆନନ୍ଦରେ ବିତୁ । ଆଶା କରୁଛୁ ଏହି ବିବରଣୀ ଆପଣଙ୍କ ମନକୁ ଛୁଇଁ ପାରିବ ଯଦି ଏହା ଆପଣଙ୍କୁ ଭଲ ଲାଗିଥାଏ ତେବେ ଦୟାକରି ଗୋଟିଏ ଲାଇକ କରନ୍ତୁ ।