କ୍ରିକେଟ ଆମ ସମସ୍ତେଙ୍କର ବହୁତ ପ୍ରିୟ ଖେଳ ଅଟେ । ଏହା ସହିତ ଆମର କେତେକ ପ୍ରିୟ ଖେଳାଳି ବି ଅଛନ୍ତି । ଯାହାଙ୍କ ଖେଳ ଆମ ସମସ୍ତଙ୍କୁ ବହୁତ ଭଲ ଲାଗେ । ଦିନକୁ ଦିନ କ୍ରିକେଟ ଖେଳ ଆହୁରି ଅଧିକ ରୋମାଞ୍ଚକ ପୂର୍ଣ ହୋଇ ଚାଲିଛି । ଆପଣ ସମସ୍ତେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ଭଲ ଭାବରେ ଜାଣିଥିବେ । କେବଳ ଭାରତର ନୁହେଁ ଅନ୍ୟ କେତେକ ଦେଶରେ ବି ସଚିନ ତେନ୍ଦୁଲକରଙ୍କୁ ସମ୍ମାନ ଦିଆଯାଏ ।
ବର୍ତ୍ତମାନ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ସହ ସମସ୍ତ କ୍ରିକେଟ ଫର୍ମାଟରୁ ଅବସର ନେଇ ସାରିଛନ୍ତି । କିନ୍ତୁ ବେଳେ ବେଳେ ସେ କିଛି ମ୍ୟାଚରେ ନଜର ଆସି ଯାଆନ୍ତି । କ୍ରିକେଟ ପ୍ରତି ତାଙ୍କର ତ୍ୟାଗ ଅପୂରଣୀୟ ଅଟେ । ସେ ସବୁବେଳେ କ୍ରିକେଟ ଜଗତରେ ୧ ନମ୍ବରରେ ରହିବେ ।
ତାଙ୍କୁ କେତେକ କ୍ରିକେଟର ଭଗବାନ ରୂପରେ ବି ପୂଜା କରନ୍ତି । କହିଦେଉଛୁ କି ସଚିନ ସୋସିଆଲ ମିଡିଆରେ ଏକ୍ଟିବ ରୁହନ୍ତି ଓ ସେ ବେଳେ ବେଳେ ଏମିତି କିଛି ଭିଡିଓ ଓ ଫଟୋ ଶେୟାର କରି ଦିଅନ୍ତି ଯାହାକି ଦେଖୁ ଦେଖୁ ଭାଇରାଲ ହୋଇଯାଏ । ସେହି ଭିଡିଓ ବି ଭିନ୍ନ ପ୍ରକାରର ହୋଇଥାଏ । ସଚିନ ପୁଣି ଥରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ଗୋଟିଏ ଝିଅ ଓ ଗୋଟିଏ ପୁଅ କ୍ରିକେଟ ଖେଳୁଛନ୍ତି ଓ ସବୁଠୁ ମଜାଦାର କଥା ଏହା ଅଟେ କି ତାଙ୍କ ସହିତ ଗୋଟିଏ କୁକୁର ବି ଖେଳୁଛି ।
ଆପଣ ବି ଭିଡିଓରେ ଦେଖି ପାରିବେ ଗୋଟିଏ ଗାଁରେ ଝିଅ ବ୍ୟାଟିଙ୍ଗ କରୁଛି ଓ ପୁଅ ବୋଲିଙ୍ଗ କରୁଛି । ଏହି ସମୟରେ ସେମାନଙ୍କ ପାଖରେ ଥିବା କୁକୁର ବଳ ମିସ ହୋଇଗଲେ ବଳକୁ ମୁହଁରେ ଧରି ପୁଣି ଥରେ ପୁଅକୁ ଦଉଛି । ପୁଅ ପୁଣି ଥରେ ବୋଲିଙ୍ଗ କରୁଛି । ଯେତେବେଳେ ଝିଅ ବ୍ୟାଟରେ ବଳକୁ ମାରୁଛି ତେବେ ବଳ ଦୂରକୁ ଚାଲି ଯାଉଛି ତେବେ କୁକୁର ଦୌଡି ଯାଇ ଗଛଲତା ମଧ୍ୟରୁ ବଳକୁ ଖୋଜି ନେଇ ଆସୁଛି । ଯାହାକି ବହୁତ ମଜାଦାର ଲାଗିବା ସହ ଦେଖିବାକୁ ବି ଭଲ ଲାଗୁଛି ।
ଏହିଭଳି ଯେତେ ଥର ଝିଅ ବଳ ମାରୁଛି ସେତେ ଥର କୁକୁର ବଳ ଆଣି ସେହି ପୁଅକୁ ଦଉଛି ଓ ପୁଅ ବୋଲିଙ୍ଗ କରୁଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହାକୁ ସଚିନ ତେନ୍ଦୁଲକର ବି ଶେୟାର କରିଛନ୍ତି ଓ ଯାହାକି ଏହି ଭିଡିଓକୁ ଅଧିକ ଲାଇମଲାଇଟ ମିଳୁଛି । କହିଦେଉଛୁ କି ଏହି ଭିଡିଓ କେଉଁ ସ୍ଥାନର ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ ।