ସଧବା ମହିଳା କେଉଁ ଦିନ ନିଜ କେଶ ଧୋଇଲେ ଘରକୁ ଲକ୍ଷ୍ମୀ ମାତା ଆସିଥାନ୍ତି ? ସ୍ଵାମୀ ହେବେ ମାଲାମାଲ୍ ! Bayagita tips

ମହିଳା ମାନେ ଘରର ଲକ୍ଷ୍ମୀ ଅଟନ୍ତି । ତାଙ୍କ ପାଦ ଘରେ ପଡିବା ପରେ ଘର ସ୍ଵର୍ଗ ଭଳି ହୋଇଯାଏ । ତାଙ୍କ ନୀତି ନିୟମ ଘରକୁ ସୁଖ ଶାନ୍ତିର ଆଗମନ କରାଏ । ତେଣୁ ମହିଳାମାନେ ନୀତିକାନ୍ତି ରଖିବା ନିତାନ୍ତ ଆବଶ୍ୟକ । ସେହିଭଳି ଯେଉଁ ମହିଳା ଏହିଦିନ ଦିନ ନିଜ କେଶ ଧୋଇଥାନ୍ତି ତାଙ୍କ ଘରକୁ ଧନ ସମ୍ପତ୍ତି ଏବଂ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କେଉଁଦିନ କେଶ ଧୋଇବା ଦ୍ଵାରା ଏହି ଫାଇଦା ମିଳିଥାଏ ।

1- ବୁଧବାର ଦିନ ବିଶେଷ କରି କୌଣସି କୁଆଁରୀ ଝିଅ ନିଜ କେଶ ସଫା କରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ତାଙ୍କ ଭାଇ ଉପରେ ବହୁତ ବଡ ବିପଦ ଆସିପାରେ ।

2- ଗୁରୁବାର ଦିନ ଯଦି କୌଣସି ମହିଳା ନିଜ କେଶ ଧୋଇଥାଏ ତେବେ ତାଙ୍କ ସ୍ଵାମୀଙ୍କ ଆୟୁଷ କମିବାକୁ ଲାଗିଥାଏ । ତେଣୁ ଭୁଲରେ ମଧ୍ୟ ଗୁରୁବାର ଦିନ ବିବାହିତା ମହିଳା କେଶ ସଫା କରନ୍ତୁ ନାହିଁ କିମ୍ବା କେଶ ଓ ନଖ କାଟନ୍ତୁ ନାହିଁ ।

3-  ଯଦି ଜଣେ ବିବାହିତା ମହିଳା ସୋମବାର ଦିନ ନିଜ କେଶ ସଫା କରିଥାଏ ତେବେ ତାଙ୍କର ପୁଅ କିମ୍ବା ଝିଅ ଉପରେ କୌଣସି ବଡ ବିପଦ ଆସିବାର ସମ୍ଭାବନା ରହିଛି । ପରିବାର ଲୋକଙ୍କୁ ବଡ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିଥାଏ ।

4- ମହିଳାମାନେ ଶୁକ୍ରବାର ଦିନ ନିଜ କେଶ ନିଶ୍ଚୟ ଧୋଇବା ଆବଶ୍ୟକ । କାରଣ ଏହିଦିନ କେଶ ସଫା କରିବାକୁ ବହୁତ ଶୁଭ ମନାଯାଇଥାଏ । ମହିଳାମାନେ ଏହାକୁ ନିୟମ ଭଳି ହିଁ ପାଳନ କରିବାର ଅଭ୍ୟାସ କରିଦେବା ଉଚିତ । ଏହାଦ୍ୱାରା ଧନ ସମ୍ପତ୍ତି ଏବଂ ସୁଖ ସୁବିଧାର ପ୍ରାପ୍ତି ହେବ ।

5- ଯଦି ଆପଣ କୌଣସି ବାରରେ ବ୍ରତ ରଖୁଛନ୍ତି ତେବେ ସେହିଦିନ ଭୁଲରେ ମଧ୍ୟ ନିଜ କେଶ ଧୁଅନ୍ତୁ ନାହିଁ । ବ୍ରତ ରଖିବାର ପୂର୍ବଦିନ ଆପଣ ନିଜ କେଶ ଧୋଇଦେବା ଉଚିତ ହୋଇଥାଏ । ଯଦି ଆପଣଙ୍କୁ କୌଣସି କାରଣ ପାଇଁ ନିଜ ମୁଣ୍ଡ ସେଦିନ ଧୋଇବାକୁ ପଡେ ତେବେ ଆପଣ ମୁଣ୍ଡରେ କ୍ଷିର ଲଗାଇ ମୁଣ୍ଡ ଧୋଇପାରିବେ ।

6- ଯଦି ବିବାହିତା ମହିଳା ମାନେ ପର୍ବପର୍ବାଣିରେ ମୁଣ୍ଡ ସଫା କରିପାରି ନଥାନ୍ତି ତେବେ ସେମାନେ ନିଜ ମୁଣ୍ଡରେ ସିନ୍ଦୁର ଲଗାଇ ପୂଜାରେ ବସି ପାରିବେ । ଏହା ଦ୍ୱାରା ମୁଣ୍ଡ ନ ଧୋଇବାର ଦୋଷ କଟି ଯାଇଥାଏ । ଯଦି ଆପଣ ଏହିସବୁ ନିୟମକୁ ଧ୍ୟାନରେ ରଖି ପାଳନ କରିବାକୁ ଲାଗିବେ ତେବେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ସୁନିଶ୍ଚିନ୍ତ ଏବଂ ଧନର ଆଗମନ ମଧ୍ୟ ନିଶ୍ଚିନ୍ତ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *