ସାହସୀ Forest ଗାର୍ଡ: ମାଡି ଆସିଲା ଦନ୍ତା, ତଥାପି ପଛକୁ ହଟିଲେନି…. ଦେଖନ୍ତୁ Video

ଓଡିଶା ବନ ବିଭାଗର ବାହାଦୁର ଫରେଷ୍ଟ ଗାଁରେ ହାତରେ ମାସଲ ଧରି ଆକ୍ରମଣ କରିବାକୁ ମାଡି ଆସୁଥିବା ଦାନତା ହାତୀକୁ ଅଟକାଇ ଦେଲେ । ଏହି କାମଟି ବିପଦ ଜଣକ ହେଲେ ମଧ୍ୟ ହାତିକି ନିଆଁ ଦେଖାଇ ଅଟକାଇ ଦେଇଥିବା ଏହି ହୋମଗାର୍ଡଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ରେଢାଖୋଲ ବନ ବିଭାଗର ଏହି ଭିଡିଓଟି ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଆମ ଦେଶର ହାତୀ ମଣିଷର ବିବାଦକୁ ନେଇ ବନ ବିଭାଗ ସର୍ବଦା ନିନ୍ଦିତ ହେଉଥିବା ବେଳେ ଏହିପରି ସଚ୍ଚୋଟ ଓ ନିର୍ଭୀକ ବନ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଗାଁ ଗହଳିରେ ହାତୀ ଓ ଲୋକଙ୍କର ଧନ ଜୀବନ ସୁରକ୍ଷା ପାଇଁ କାମ କରୁଛନ୍ତି । ଭିଡିଓରେ ହାତୀ ଆଗରେ ସାହସିକତା ଦେଖାଉଥିବା ଗାର୍ଡ ଜଣକ ହେଉଛନ୍ତି ଚିତ୍ତରଞ୍ଜନ ମିରି ।

କିଛି ଦିନ ତଳେ ଚଡାଚଡି ଓ ଅଙ୍ଗାମୀରା ଗାଁ ମଝିରେ ଦନ୍ତା ହାତୀଟି ଆସି ଫସଲ ଖାଇବା ସହ ନଷ୍ଟ କରିବା ଆରମ୍ଭ କରିଥିଲା । ଖବର ପାଇ ଚିତ୍ତରଞ୍ଜନ ନିଜର କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଗାଁ ଲୋକେ ସେହି ଜାଗରୁ ଯିବା ପରେ ଚିତ୍ତରଞ୍ଜନ ହାତୀକୁ ଘଉଡେଇବା କାର୍ଯ୍ୟ ଆରମ୍ଭ କରିଥିଲେ ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ହାତୀ ଘଉଡେଇବା ପାଇଁ ହାବେଳି ବା ରକେଟ ବାଣ ବ୍ୟବହାର କରାଯାଇ ପାରିବ ନାହି । ତେଣୁ ଚିତ୍ତରଞ୍ଜନ ନିଜେ ୧୦-୧୨ ଫୁଟର ମସାଲ ଧରିବା ସହ ତାଙ୍କ ସହ ଆଉ ଜଣେ ଲୋକ ଆଉ ଏକ ମସାଲ ଧରିଲେ । ମାତ୍ର ୫ଜଣ ଲୋକଙ୍କୁ ଧରି ସେ ନିଜର ଅପରେସନ ଆରମ୍ଭ କରିଲେ । ଯେତେବଳେ ଡନ୍ତା ହାତୀକୁ ଘଉଡେଇବା ସମୟରେ ସେ ମାଡି ଆସିଥିଲା ତାହାର ଦୃଶ୍ୟ ଥିବା ବହୁତ ଭୟଙ୍କର ।

କିନ୍ତୁ ଚିତ୍ତରଞ୍ଜନ କ୍ରୋଧୀ ହାତୀର ମନସ୍ତତ୍ଵ ପଢିବାରେ ପାରଙ୍ଗମ ଅଟନ୍ତି । ତେଣୁ ସମସ୍ତେ ଦଉଡିକୁ ପଛ ଘୁଞ୍ଚା ଦେଇଥିଲେ ସୁଧା ଚିତ୍ତରଞ୍ଜନ ପାଦେ ପଛକୁ ଘୁନ୍ଚି ନ ଥିଲେ । ସାହସର ସହ ମସାଲ ଦେଖାଇ ହାତୀକୁ ଅଟକାଇ ଦେଇଥିଲେ । ହାତୀ ଓ ତାଙ୍କ ଭିତରେ ଆନୁମାନିକ ଦୂରତା ଥିଲା ୧୫ଫୁଟ ।

କିଛି ସମୟରେ ପରେ ଦୁହେଁ ନିଜ ନିଜର ସ୍ଥାନରେ ରହିବା ପରେ ଭୟଙ୍କର ଡନ୍ତା ହାତୀ ପାଞ୍ଚ ଘୁଞ୍ଚା ଦେଇଥିଲା । ଚିତ୍ତରଞ୍ଜନ ଏ ନେଇ କହିଛନ୍ତି ଏହା କୌଣସି ବାହାଦୁରି କାମ ନୁହେଁ, ଆମକୁ ବନ ବିଭାଗ ପକ୍ଷରୁ ଏଭଳି ଟ୍ରେନିଙ୍ଗ ଦିଆଯାଏ, ମୁଁ ଶିଖିଥିବା କଥା ଏଠାରେ ପାଳନ କରିଛି, ହାତୀ ନିଆଁକୁ ଭୟ କରେ ତେଣୁ ମୁଁ ନିଆଁ ଦେଖାଇଲେ ହାତୀ ମୋ ପାଖକୁ ଆସିବନି ମୁଁ ଜାଣିଥିଲି ।

ଆହୁରି ମଧ୍ୟ ଚିତ୍ତରଞ୍ଜନ କହିଛନ୍ତି ଯେ ଲୋକ ମାନଙ୍କର ଗହଳି ଯୋଗୁ ଅନେକ ସମସ୍ଯା ସ୍ରୁତି ହୋଇଥିଲା । କିନ୍ତୁ ଲୋକ ମାନେ ଦୂରକୁ ଯିବା ପରେ ସେ ଏହି ଅପରେସନ ଆରମ୍ଭ କରିଥିଲେ । ସେ ହାତୀ ଆସିବାର ସୂଚନା ଦେବା ସହ ଲୋକଙ୍କୁ ସଚେତନ କରାଇବା ପାଇଁ ମାଇକରେ ପ୍ରଚାର କରିଥିଲେ ।

ବନ୍ଧୁଗଣ ଏହା ଉପରେ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *