ମଣିଷର ସକାଳ ଭଲ ହେଲେ ଦିନ ଯାକ ଭଲ ହୁଏ ବୋଲି ପୂର୍ବ ପୁରୁଷ ମାନେ କହିଛନ୍ତି ତେବେ କଣ ଆପଣ ଜାଣିଛନ୍ତି ଯେ ସକାଳେ ଉଠି କେଉଁ କାର୍ଯ୍ୟ କରିବା ଉଚିତ ନୁହ ଯଦି ଆପଣ ଜାଣି ନାହାନ୍ତି ତେବେ ଆପଣଙ୍କୁ ଆଜି ଆମେ ଏହା ବିଷୟରେ କିଛି କଥା କହିବାକୁ ଯାଉଛୁ । ଜୀବନରେ କୌଣସି ଅସୁବିଧା ହେଲେ ଆପଣଙ୍କ ମନ ବହୁତ ବିଚଳିତ ହୋଇଥାଏ ଓ ଆପଣ ଏହା ଭାବି ଥାନ୍ତି ଯେ ସକାଳେ କଣ କରିଥିଲୁ ।
ତେବେ ଶାସ୍ତ୍ରରେ କୁହା ଯାଇଛି କି ସକାଳେ ଯଦି ଆପଣ ଭଗବାନଙ୍କ ଧ୍ୟାନ କରନ୍ତି ଓ ସକାଳେ ଉଠି ନିଜ ହାତ ପାପୁଲି ଦେଖନ୍ତି ଓ ତା ପ୍ପାରେ ପୃଥିବୀକୁ ନମସ୍କାର କରିଥାନ୍ତି ତେବେ ଆପଣଙ୍କ ଜୀବନ ସୁଖମୟ ହବା ସହ ବହୁତ ଶାନ୍ତିପୂର୍ଣ୍ଣ ହୋଇଥାଏ ।

ତେବେ ମଣିଷ ସକାଳେ ଯାହା ସକାରାତ୍ମକ ବା ନକରାତ୍ମକ ଭାବନା ମନରେ ରଖିଥାଏ ତେବେ ଦିନ ସାରା ତାଙ୍କ ଦିନ ଏହି ଭଳି ଦୁଃଖୀ ହୋଇଥାଏ ସେଥିପାଇଁ ମଣିଷ ସକାଳେ ଉଠିଲେ ସକାରାତ୍ମକ ଭାବନା ବିଚାର ମନକୁ ଆଣିବାକୁ ଚେସ୍ଥା କରିଥାନ୍ତି ଯାହା ଦ୍ଵାରା ସବୁ କିଛି ଭଲ ହେଉ । ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ସକାଳେ ଉଠିବା ପରେ ଶୁଭ ବସ୍ତୁ ଦେଖିବା ଦ୍ଵାରା ସକାରାତ୍ମକ ଊର୍ଜା ଦିନ ସାରା ରହିଥାଏ ଓ ବ୍ୟକ୍ତି ନିଜ ମନ ଶାନ୍ତିପୂର୍ଣ୍ଣ ପାଇଥାଏ ।

୧. ଶାସ୍ତ୍ର ଅନୁଯାଇ ସକାଳେ ଉଠି ଦର୍ପଣ ଦେଖିବା ବହୁତ ଅଶୁଭ ହୋଇଥାଏ ଯଦି ଆପଣଙ୍କୁ ଏମିତି ଦର୍ପଣ ଘରେ ରଖିବାକୁ ପଡୁଛି ତେବେ ଆପଣଙ୍କୁ ସକାଳେ ଉଠିବା ମାତ୍ରେ ଦର୍ପଣ ଦେଖିବା ଉଚିତ ନୁହଁ । ଯଦି ଆପଣଙ୍କ ରୁମରେ ଦର୍ପଣ ଅଛି ତେବେ ଆପପଣଙ୍କୁ ତାକୁ ଘୋଡେଇ ରଖିବା ଉଚିତ ଏହା ଦ୍ଵାରା ଆପଣଙ୍କ ଦିନ ଭଲ ଯାଇଥାଏ ।
୨. ସକାଳୁ ଶେଯରୁ ଉଠିବା ପରେ ନିଜର ବା ଅନ୍ୟ ମାନଙ୍କ ଛାଇ ଦେଖିବା ବହୁତ ଅଶୁଭ ହୋଇଥାଏ ସେଥିପାଇଁ ଚେଷ୍ଟା କରାନ୍ତୁ ଯେମିତି ଉଠିବା ପରେ ଆପଣଙ୍କୁ କାହାର ବା ନିଜ ଛାଇ ଯେମିତି ଦେଖା ନଦଉ । ଏହା ଛଡା କାହା ଛାଇ ଦେଖିବା ଦ୍ଵାରା ଦିନ ସାରା ଆପଣଙ୍କ ମନ ନକାରାତ୍ମକ ଭାବନା ଦ୍ଵାରା ଘେରି ହୋଇ ରହିଥାଏ ଓ ଆପଣଙ୍କୁ ଭୁଲ ସବୁବେଳେ ଠିକ ଲାଗିଥାଏ ।

୩. ଘରେ କୌଣସି ପ୍ରକାର ହିଂସକ ଜୀବ ଜନ୍ତୁ ଫଟୋ ଲଗାଇବା ବା ପାଳିବା । ଆପଣ ନିଜ ଘରେ ହିଂସକ ପଶୁ ମାନଙ୍କ ଫଟୋ ଲଗାଇଲେ ଆପଣଙ୍କ ଘରେ ନକାରାତ୍ମକ ଊର୍ଜାର ବାସ ହୋଇଥାଏ ଓ ଆପଣଙ୍କ ଜୀବନରେ ବହୁତ ପ୍ରକାର ଅସୁବିଧା ଆସିଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।