ବନ୍ଧୁଗଣ ଦିନର ଆରମ୍ଭ ଆମର ସକାଳ ସମୟରୁ ହିଁ ହୋଇଥାଏ । ଯଦି ସକାଳୁ ସକାଳୁ ଆମ ମନ ପ୍ରଫୁଲ୍ଲିତ ରହିଥାଏ । ତେବେ ଦିନ ସାରା ମଧ୍ୟ ଆମେ ଖୁସି ଅନୁଭବ କରିପାରିଥାଉ । ହେଲେ ଯଦି ସକାଳୁ ହିଁ ଆମର ମନ ଖରାପ କୌଣସି କାରଣ ଯୋଗୁ ହୋଇଯାଇଥାଏ । ତେବେ ଦିନ ସାରା ଆଜି ଆମର କିପରି ବିତିବ ବୋଲି ତାହାକୁ ନେଇ ଆମେ ଅନେକ ଚିନ୍ତା କରିଥାଉ । ତେବେ ବନ୍ଧୁଗଣ ସକାଳୁ ଉଠି ସର୍ବ ପ୍ରଥମେ କାହା କାହା ମୁଖ ଚାହିଁବା ଶୁଭ ଏବଂ କାହା ମୁଖ ଚାହିଁବା ଅଶୁଭ ଅଟେ ଆସନ୍ତୁ ସେ ସମ୍ପର୍କରେ ବାବା ଦିବାକର ଦାସଙ୍କ ମୁହଁରୁ ଜାଣିବା ।
1- ଯଦି ବ୍ୟକ୍ତି ସକାଳୁ ଉଠୁ ଉଠୁ ଗାଈ ଅର୍ଥାତ ଗୋମାତାଙ୍କର ଦର୍ଶନ ପାଇଯାଇଥାଏ । ତେବେ ସେହି ବ୍ୟକ୍ତିର ଦିନଟି ଶୁଭରେ ଯାଇଥାଏ । ସକାଳୁ ଗୋମାତାଙ୍କର ଦର୍ଶନ ପାଇବା ବହୁତ ଶୁଭ ଅଟେ ।
2- ଯଦି ସକାଳୁ ଉଠିବା ମାତ୍ରେ କୌଣସି ଧଳା ରଙ୍ଗର ସୁନ୍ଦର ଫୁଲ ଆପଣଙ୍କ ଆଖି ସାମ୍ନାରେ ପଡିଯାଇଏ । ବା ଆପଣ ଯଦି ଧଳା ରଙ୍ଗର କୌଣସି ଫୁଲକୁ ସକାଳୁ ଉଠିକି ଦେଖନ୍ତି । ତେବେ ଏହା ମଧ୍ୟ ଆପଣଙ୍କ ଦିନଟି ଶୁଭରେ କଟିବ ବୋଲି ଦର୍ଶାଇ ଥାଏ ।
3- ସକାଳୁ ଉଠୁ ଉଠୁ ଯଦି କୌଣସି ଧାର୍ମିକ ବ୍ରାହ୍ମଣ ଆପଣ ଦେଖିବାକୁ ପାଇଥାନ୍ତି । ଯେଉଁ ବ୍ରାହ୍ମଣ ଜଣେ ଭଲ ମଣିଷ ହେବା ସହ ଭଗବାନଙ୍କ ପୂଜାପାଠରେ ସର୍ବଦା ମନ ଲଗାଉଥାନ୍ତି । ତେବେ ଏପରି ବ୍ରାହ୍ମଣଙ୍କୁ ସକାଳୁ ଦେଖିଲେ ଦିନଟି ଭଲରେ ବିତିଥାଏ ।
ତେବେ ବନ୍ଧୁଗଣ ସକାଳୁ ଉଠିବା ମାତ୍ରେ କେଉଁ ମାନଙ୍କ ମୁଖକୁ ଜମାରୁ ମଧ୍ୟ ଦେଖିବା ଉଚିତ ହୋଇନଥାଏ । ସେହି ଲୋକ ମାନଙ୍କ ବିଷୟରେ ଜାଣନ୍ତୁ । ବହୁତ କୃପଣ ଲୋକ, କଳି କଜିଆ କରୁଥିବା ଖରାପ ସ୍ଵଭାବର ଲୋକ ଏହିସବୁ ଲୋକଙ୍କୁ ସକାଳୁ ଉଠୁ ଉଠୁ ତାଙ୍କ ମୁଖକୁ ଚାହିଁବା ଅନୁଚିତ ।
ନଚେତ ସେହି ଦିନ ବ୍ୟକ୍ତିର ଦିନଟି ମଧ୍ୟ ଭଲରେ କଟିନଥାଏ । ତେବେ ସକାଳୁ ଉଠୁ ଉଠୁ ଆମ ଆଖି ସାମ୍ନାକୁ କେଉଁ ବ୍ୟକ୍ତି ଆସିଯିବେ ତାହା ତ ସଠିକ ଭାବେ କହି ହେବନାହିଁ । ହେଲେ ସକାଳୁ ଉଠିବା ମାତ୍ରେ ଆପଣ ଯଦି ଆଖି ଖୋଲୁ ଖୋଲୁ ନିଜର ହାତ ପାପୁଲିକୁ ଦର୍ଶନ କରିଥାନ୍ତି । ତେବେ ଆପଣଙ୍କ ଦିନଟି ଭଲରେ ଯାଇଥାଏ ।
ନିଜ ହାତର ପାପୁଲିକୁ ଦର୍ଶନ କରି ଏହି ମନ୍ତ୍ରଟି କୁହନ୍ତୁ । କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟ ସରସ୍ଵତୀ କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ । ଏହି ମନ୍ତ୍ରଟି ପଢି ନିଜର ଏକ ଶୁଭ ଦିନ ସକାଳୁ ସକାଳୁ ଆରମ୍ଭ କରନ୍ତୁ । ଆଶା କରୁଛୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ