ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ବ୍ୟକ୍ତି ସକାଳୁ ଉଠିବା ପରେ ଏହି ଜିନିଷ ଗୁଡିକର ଦର୍ଶନ କରିଲେ ଖରାପ ସମୟର ଅନ୍ତ ହୋଇ ସୁଖ ଶାନ୍ତି ଆସିଥାଏ । ଘରେ ବା ଘର ଚାରି ପାଖରେ ଏମିତି କିଛି ଜିନିଷ ରହିଛି ଯାହା ଖରାପ ଓ ଭଲ ପ୍ରଭାବ ଆମ ଜୀବନ ଉପରେ ପକାଇଥାଏ । ଯଦି ଆମେ ସକାଳୁ ଉଠିବା ପରେ ସାକାରାତ୍ମକ ବସ୍ତୁର ଦର୍ଶନ କରାଯାଏ ତେବେ ଶୁଭ ଫଳ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ସକାଳୁ ଉଠିବା କେଉଁ ଜିନିଷ ବା ବସ୍ତୁ ଗୁଡିକ ଦେଖିଲେ ଜୀବନରୁ ସମସ୍ଯା ଦୂର ହୋଇଯିବ ।
୧- ବାସ୍ତୁ ଶାସ୍ତ୍ର ଅନୁସାରେ ବ୍ୟକ୍ତି ସକାଳେ ଉଠିବା ପରେ ଦର୍ପଣ ଦେଖିବା ଅନୁଚିତ । ଏପରି କରିବା ଦ୍ଵାରା ଶୁଭାବ ପ୍ରଭାବ ଭାଗ୍ୟ ଉପରେ ପଡିବା କାରଣରୁ ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । କାରଣ ସକାଳୁ ଉଠି ନିଜ ମୁହଁ ଆଇନାରେ ଦେଖିଲେ ଏହାର ଖରାପ ପ୍ରଭାବ ଦିନ ତମାମ ରହିଥାଏ ।
୨- ଶାସ୍ତ୍ର ଅନୁସାରେ ବ୍ୟକ୍ତି ନିଜ ଛାଇ ଦେଖିବା ଦ୍ଵାରା ଖରାପ ସମୟ ଆସିଥାଏ । କାରଣ ଛାଇ ମଣିଷ ଜୀବନରେ ଭୟ ଓ ଭ୍ରମ ନିର୍ମାଣ କରିଥାଏ । ଏପରି କରିବା ଦ୍ଵାରା କୌଣସି କାମ ଠିକ ଭାବେ ହୁଏ ନାହି । ଏହା ସହ ଆର୍ଥିକ ସ୍ଥିତିରେ ସମସ୍ଯା ସୃଷ୍ଟି ହୋଇଥାଏ ।
୩- ସକାଳୁ ଉଠିବା ପରେ ବ୍ୟକ୍ତି ନିଜ ହାତ ପାପୁଲି ଦେଖିବା ଉଚିତ । କାରଣ ହାତର ଅଗ୍ରଭାଗରେ ମା ଲକ୍ଷ୍ମୀ, ମଧ୍ୟ ଭାଗରେ ସରସ୍ଵତୀ ଓ ସଂପୂର୍ଣ୍ଣ ହାତରେ ଭଗବାନ ଗୋବିନ୍ଦ ନିବାସ କରିଥାନ୍ତି । ତେଣୁ ସକାଳୁ ଉଠି ହାତର ଦର୍ଶନ କରିଲେ ବିଦ୍ୟା, ଧନ ସମ୍ପତି ଓ ସୁଖ ପ୍ରାପ୍ତ ହୋଇଥାଏ ।
୪- ସକାଳୁ ଉଠିବା ପରେ ଯଦି ଆପଣଙ୍କୁ ଗୋ-ମାତାଙ୍କ ଦର୍ଶନ ହେଉଛି ତେବେ ଏହା ଶୁଭ ହୋଇଥାଏ । ଗାଈ ଦେଖିଲେ ରୋଟି ଖାଇବାକୁ ଦେଇ ତାଙ୍କ କାନରେ ନିଜର ମନସ୍କାମନା କୁହନ୍ତି । ଏହା ଦ୍ଵାରା ଆପଣଙ୍କର ଅଟକି ଥିବା କାମ ପୁରା ହେବ ସହ ଧନର ଆଗମନ ହୋଇଥାଏ ।
୫- ସକାଳୁ ଉଠିବା ପରେ ତୁଳସୀ ଗଛର ଦର୍ଶନ ଶୁଭ ହୋଇଥାଏ । ତୁଳସୀ ଗଛ ଦେଖିଲେ ବ୍ୟକ୍ତି ଜୀବନରେ ଉନ୍ନତି ଆସିଥାଏ । କିନ୍ତୁ ଯଦି ତୁଳସୀ ଗଛ ଶୁଖିଯାଏ ତେବେ ଏହା କୌଣସି ବିପଦର ସଙ୍କେତ ହୋଇଥାଏ । ତେଣୁ ଘରୁ ବାହାରିବା ସମୟରେ ତୁଳସୀ ଗଛର ଦର୍ଶନ କରିବା ଦ୍ଵାରା ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।
୬- ମାତା ପିତାଙ୍କ ପାଦ ଛୁଇଁବା ଶୁଭ ମାନାଯାଏ । ସକାଳୁ ଉଠିବା ପରେ ମାତା ପିତାଙ୍କ ଚରଣ ଛୁଇଁ ଘରୁ ବାହାରିବା ଦ୍ଵାରା ବ୍ୟକ୍ତି ସବୁ କ୍ଷେତ୍ରରେ ସଫଳତା ହାସଲ କରିଥାଏ ।
୭- ସକାଳୁ ଉଠି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ମହତ୍ଵପୂର୍ଣ୍ଣ କାମ ହୋଇଥାଏ । ଏପରି କରିବା ଦ୍ଵାରା ବ୍ୟକ୍ତି ଭଲ ଫଳ ପ୍ରାପ୍ତ କରିଥାଏ । ତମ୍ବା ଢାଳରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିଲେ ନିରାଶା ଦୂର ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।