ସମ୍ପର୍କକୁ ନେଇ କିଛି ସତ କଥା,(Love Tips)ସଚ୍ଚା ପ୍ରେମ କରୁଥିଲେ ନିଶ୍ଚୟ ଜାଣନ୍ତୁ- Krishna Vani

ପ୍ରତେକ ମଣିଷ ଜୀବନରେ ସମ୍ପର୍କର ମୂଲ୍ୟ ର ଗୁରୁତ୍ଵ ରହିଥାଏ । କିଛି ଲୋକ ମାନେ ନିଜ ସମ୍ପର୍କକୁ ବେଶ ଭଲ ଭାବେ ନିଭାଇଥାନ୍ତି ତ ଆଉ କିଛି ଲୋକ ଏହାର ଅବମାନନା କରିଥାନ୍ତି । ତେବେ ହଜାର ଲୋକ ଥିଲେ ମଧ୍ୟ ଜଣେ ବ୍ୟକ୍ତି ସମ୍ପର୍କ ନିଭାଇବା ପାଇଁ ଯଥେଷ୍ଟ ହୋଇଥାଏ । ସର୍ବଦା ହୃଦୟ ସ୍ଵଚ୍ଛ ରଖିବା ଉଚିତ କାରଣ କର୍ମ ଦ୍ଵାରା ମଣିଷ ସବୁ କିଛି ଜିତିଥାଏ । ଭୁଲ ରାସ୍ତାରେ ଯିବା ଅପେକ୍ଷା ସଠିକ ରାସ୍ତାରେ ଧୀରେ ଧୀରେ ଚାଲିବା ଉଚିତ । ସବୁବେଳେ ଧର୍ଯ୍ୟ ଧରିବା ଉଚିତ ଯାହା ଏ ସୃଷ୍ଟି ଇଚ୍ଛା କରିଥାଏ ।

ଯଦି ସମୟ ଖରାପ ଅଛି ତେବେ ମେହନତ କରିବା ସହ ସମୟ ଭଲ ଥିଲେ ଅନ୍ୟର ସହାୟତା କରନ୍ତୁ । ଯଦି କେହି ଆପଣଙ୍କୁ ବୁଝି ପାରୁନି ତେବେ ନିରାଶ ନ ହୋଇ ଆଗକୁ ବଢନ୍ତୁ । ସବୁ ପରିସ୍ଥିତିକୁ ସାମନା କରୁଥିବା ବ୍ୟକ୍ତି କେବେ ହାରେ ନାହି । ଯଦି କେହି ନିଜର ଦୁଖ ଆପଣଙ୍କୁ କହୁଛି ତେବେ ଆପଣ ଧ୍ୟାନର ସହ ଶୁଣିବେ କିନ୍ତୁ ସେ ବ୍ୟକ୍ତି ନିଜେ ଅନୁଭବ କରୁଛି ।

କେତେବେଳେ ଆମ ମନ କହିଥାଏ ଯେଉଁ ଲୋକ ଆମ ସହ ଯେପରି ବ୍ୟବହାର କରୁଛି ଆମେ ବି ସେମିତି କରିବା ଠିକ ହେବ । କିନ୍ତୁ ଆପଣ ନିଜ ହୃଦୟ କଥା ସୁନନ୍ତୁ । ଯଦି ଆପଣ ଅନ୍ୟ ଭଳି ବ୍ୟବହାର କରିବେ ତେବେ ଆପଣଙ୍କ ଓ ତାଙ୍କ ମଧ୍ୟରେ କଣ ଫରକ ରହିଯିବ । ସବୁବେଳେ ସମସ୍ତଙ୍କର ଭଲ ଚିନ୍ତା କରିବା ଶିଖିବା ଉଚିତ । କାରଣ ଧନ ଦ୍ଵାରା କେହି କେବେ କିଛି ଆପେ ନାହି ।

ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ତାଙ୍କୁ ଅଟେ ଭଲ ପାଆନ୍ତୁ କି କୌଣସି କମି ନ ଥିବ । ଯଦି କେହି ଆପଣଙ୍କୁ ଭଲ ପାଉ ନାହାନ୍ତି ତେବେ ତାଙ୍କୁ ଯିବାକୁ ଦିଅନ୍ତୁ । ନିଜ ଜୀବନକୁ ପୁଣି ଥରେ ନୂଆ କରି ବଞ୍ଚିବା ଉଚିତ । ମିଛ କହି ଭରସା ଭାଙ୍ଗିବା ଅପେକ୍ଷା ସତ କହି ସମ୍ପର୍କ ଭାଙ୍ଗି ଦେବା । କାରଣ ସମ୍ପର୍କ କେବେ ବି ଯୋଡି ହୋଇଯିବ କିନ୍ତୁ ଭରସା କେବେ ଯୋଡି ହେବ ନାହି ।

ଯେତିକି ସମୟ ମିଳୁଛି ସେତିକିରେ ଖୁସି ରହିବା ଶିଖିବା ଉଚିତ । ଯାହା ଅଛି ଯାଉ ଅଛି ସେଠାରୁ ଆରମ୍ଭ କରିବା ଉଚିତ । କାରଣ ସମୟର ଅପେକ୍ଷାରେ ଅନେକ ସ୍ଵପ୍ନ ଭାଙ୍ଗି ଯାଇଥାଏ । ବ୍ୟକ୍ତି ସର୍ବୋତ୍ତମ ସେଠାରେ ହୋଇଥାଏ ଯେଉଁଠାରେ ଆଲୋଚନାକୁ ଶୁଣି ସହିବା ଶିଖିଥାଏ । ସେହି ମଣିଷ ଉପରେ କେବେ ଭରସା କରିବେନି ଯିଏ ଅନ୍ୟର ଗୁପ୍ତ କଥା ଆପଣଙ୍କୁ କହୁଥିବ ।

ଜୀବନରେ କୌଣସି ଦୁଖ ବା ସମସ୍ଯା ରହିଛି ତେବେ ସୁଧାରିବାକୁ ଚେଷ୍ଟା କରିବା ଉଚିତ । ଲୋକ ମାନେ କଣ କହିବେ ତାହା ନ ଭାବି କଣ କରିଲେ ଠିକ ହେବ ତାହା କରିବା ଉଚିତ । ସର୍ବଦା ମନ ଖୁସିରେ ରଖି ଜୀବନ ବଞ୍ଚିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *