ବନ୍ଧୁଗଣ ଆତଙ୍କବାଦୀ କ୍ଷେତ୍ରରେ ଆଗରେ ରହିଥିବା ପାକିସ୍ତାନ ଅର୍ଥନୀତି କ୍ଷେତ୍ରରେ ବହୁତ ପଛୁଆ ରହିଛି । ସରକାରଙ୍କର ଦିଗହାର ରଣନୀତି ଯୋଗୁ କାଙ୍ଗାଳ ପାଲଟିଛି ପାକିସ୍ତାନ । ଆମେରିକା ଡଲାର ତୁଳନାରେ ସମ୍ପତିର ମୂଲ୍ୟ ବହୁତ ତଳକୁ ଖସି ଆସିଛି । ପାକିସ୍ତାନ ଟଙ୍କା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଇଣ୍ଟର ବ୍ଯାଙ୍କ ବଜାରରେ ପାକ ଟଙ୍କା ଆମେରିକା ଡଲାର ତୁଳନାରେ ସର୍ବନିମ୍ନ ୧୯୦ ଟଙ୍କାକୁ ଖସି ଆସିଛି । ଅର୍ଥ ବଜାର କାରୋବରରେ ଡଲାର ତୁଳନାରେ ପାକିସ୍ତାନ ଟଙ୍କା ୮୨ ପଇସା ଦୁର୍ବଳ ହୋଇଛି ।
ପାକିସ୍ତାନ ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ କରେନ୍ସି ଡିଲରଙ୍କ ମୁତାବକ IMF ର କାର୍ଯ୍ୟକ୍ରମରେ ବିଳମ୍ବ, ଅନ୍ୟ ଦେଶ ଗୁଡିକରୁ ଆର୍ଥିକ ସହାୟତା ନ ମିଳିବା, ବାଇଦଶିକ ଭଣ୍ଡାର ଦ୍ରୁତ ବେଗରେ ହ୍ରାସ ପାଇବା, ବାଣିଜ୍ୟକ କ୍ଷତି କାରଣରୁ ଦେଶର ଘରୋଇ ମୁଦ୍ରା ଚାପରେ ରହିଛି । ରିପୋର୍ଟ ମୁତବାକ ଇମ୍ରାନ ଖାନ ସରକାରଙ୍କ ଯୋଗୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି I
MF ୬୦୦କୋଟି ଡଲାର ଆର୍ଥିକ ପ୍ଯାକେଜକୁ ଅଟକାଇ ଦେଇଥିଲା । ଆଇଏମଏଫ ପାକିସ୍ତାନକୁ ଇନ୍ଧନ ଓ ବିଦ୍ୟୁତ ସବସିଟି ପ୍ରତ୍ୟାହାର ଲାଗି କହିଥିଲା । ନୂଆ ସରକାର ସବସିଟି ହଟାଇବା ସପକ୍ଷରେ ନାହି । ଫଳରେ ଆଇଏମଏଫ କାର୍ଯ୍ୟକ୍ରମରେ ବିଳମ୍ବ ହେଉଛି । ପାକିସ୍ତାନ ଲଗାତାର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ।
ଏହା ମଧ୍ୟରେ ଦେଶରେ ଚଳନ୍ତି ଖାତାନୀୟ CAD ୧୯୫୬କୋଟି ଦାଲାରରେ ପହଞ୍ଚିଛି । CAD ହେଉଛି କୌଣସି ଦେଶର ବିଦେଶୀ ଖର୍ଚ୍ଚ ଓ ଆୟ ବଜାରରେ ଥିବା ପାର୍ଥକ୍ୟ । ଅନ୍ୟ ପାଖରେ ଷ୍ଟେତେ ବ୍ଯାଙ୍କ ଅଫ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଏପ୍ରିଲ ୨୩ ସୁଧା ହ୍ରାସ ପାଇ ୧ହଜାର ୯୫.୮ ଡଲାରକୁ ଖସି ଆସିଛି । ଆର୍ଥିକ ଓ ରାଜନୈତିକ ସମସ୍ଯା ଅମଧ୍ୟରେ ଛନ୍ଦି ହୋଇଥିବା ପାକିସ୍ତାନ ଆଗରେ କ୍ଷୁଧା ସଙ୍କଟର ଉଗ୍ର ରୂପ ନେଇଛି । ଏହା ଛଡା ଦେଶରେ ଶସ୍ୟ ଉତ୍ପଦାନ ହ୍ରାସ ପାଇଛି ।
ପାକିସ୍ତାନର ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଗହମ ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୩୦ଲକ୍ଷ ଟନ କମ ହୋଇଛି । ଏହା ସହ ତେଲ ଦର ବୃଦ୍ଧି ଓ ଦେଶରେ ଗ୍ରୀଷ୍ମ ପ୍ରଭାବ ଉତ୍ପାଦନ ହ୍ରାସର କାରଣ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି । ପାକିସ୍ତାନ ରେ ଯେ ଶ୍ରୀଲଙ୍କା ପରି ସ୍ଥିତି ଉପୁଯିବାକୁ ବେସୀ ଦିନ ଲାଗିବ ନାହି ବୋଲି ଚର୍ଚ୍ଚା ହେଉଛି ।
କାରଣ ଏଠାରେ ଏପରି ସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଦର ବୃଦ୍ଧି ହେବା ବେଳେ ଛୋଟ ପିଲାଙ୍କୁ ଚକକେଟ ଦେବା ପାଇଁ କଷ୍ଟ ହେଉଛି । କାରଣ ଏଠାରେ ଦୁର୍ଦ୍ଦଶା ସୁଧାରୀବାକୁ ଚକଲେଟ ଉପରେ ଟ୍ୟାକ୍ସ ଲାଗିଛି । ଏହି ସ୍ଥିତି ବିଷୟରେ ଲୋକସଭାରେ ପ୍ରଶ୍ନ କରିଥିଲେ ଜୈନିକ ସାମ୍ବାଦିକ । ଏହା ପରେ ଦେଶର ଖରାପ ସ୍ଥିତି ନେଇ ବାରମ୍ବାର ଖବର ଆସୁଥିଲେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏହାକୁ ପ୍ରତ୍ୟାଖାନ କରି ଆସୁଥିଲେ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।