ନମସ୍କାର ବନ୍ଧୁଗଣ, ସପ୍ତାହକ ସାତ ଦିନର ମହତ୍ଵ ମଣିଷ ଜୀବନରେ ପ୍ରଭାବ ପକାଇଥାଏ । ତେବେ କେଉଁ ବାରରେ କେଉଁ କାର୍ଯ୍ୟ କରିବା ଉଚିତ ହୋଇଥାଏ ଏବଂ କେଉଁ କାର୍ଯ୍ୟ କରିବା ଅନୁଚିତ ହୋଇଥାଏ ତାହାର ଜ୍ଞାନ ରହିବା ନିହାତି ଦରକାର । କିଛି ଲୋକ ବାରର ଜ୍ଞାନ ନରଖି ଯେଉଁ ଦିନ ଇଚ୍ଛା ହୋଇଥାଏ ସେହିଦିନ ନଖ ଚୁଟି କାଟିଥାନ୍ତି । କିନ୍ତୁ ଏହାର ପ୍ରଭାବ ଆପଣଙ୍କ ପାଇଁ ଅନେକ ସମସ୍ୟା ଆଣିଦେଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ବାରରେ ଏହି କାମ କରିବା ଅନୁଚିତ ହୋଇଥାଏ ଏବଂ କାହିଁକି ।
ମଣିଷ ଜୀବନରେ ଧନର ଆବଶ୍ୟକତା ବହୁତ ରହିଛି । ଯେଭଳି ଜୀବନ ବଞ୍ଚିବା ପାଇଁ ଧନ ଆବଶ୍ୟକ ସେହିଭଳି ଜୀବନ ବଞ୍ଚିବା ପାଇଁ ଅନ୍ୟ ଏକ ପଟରେ ଧନ ଆବଶ୍ୟକ ହୋଇଥାଏ । ତେଣୁ ଆପଣ ନିଜ ଦୈନଦିନ ଜୀବନରେ ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହାଫଳରେ ଆପଣଙ୍କ ଜୀବନରେ ଧନର ଘୋର ଅଭାବ ହେବାକୁ ଲାଗିବ ।
ଆଜ୍ଞା ହଁ ଆପଣ ଯଦି ମଙ୍ଗଳବାର, ଗୁରୁବାର ଏବଂ ମଙ୍ଗଳବାର ଦିନ ଚୁଟି କାଟନ୍ତି ତେବେ ଆପଣ ଲକ୍ଷ୍ମୀ ଛଡା ହୋଇଯାନ୍ତି । ଯାହାଫଳରେ ଆପଣଙ୍କ ଜୀବନରେ ଧନର ଅଭାବ ଦେଖାଦେଇଥାଏ । ମାତା ଲକ୍ଷ୍ମୀ ନିଜର କୋପ ଦୃଷ୍ଟି ଆପଣଙ୍କ ଉପରେ ପକାଇଥାନ୍ତି । ରବିବାରକୁ ସୂର୍ଯ୍ୟ ଦେବଙ୍କ ବାର ବୋଲି ମନାଯାଇଥାଏ ।
କୁହାଯାଏ ଏହିଦିନ ନଖ ଏବଂ ଚୁଟି କାଟିବାଦ୍ବାରା ବ୍ୟକ୍ତି ଧନ ଏବଂ ବୁଦ୍ଧିର ନାଶ ହୋଇଥାଏ । ସୋମବାରକୁ ଭଗବାନ ଶିବଙ୍କ ବାର ବୋଲି ମନାଯାଏ । ଆପଣ ନିଜ ମୁଣ୍ଡକୁ ସ୍ଥିରା ରଖିବା ପାଇଁ ଚାହୁଁଥିଲେ ଏହିଦିନ ନଖ ଏବଂ ଚୁଟି କାଟନ୍ତୁ ନାହିଁ । ଯଦି ଆପଣ ବୁଧବାର ଏବଂ ଶୁକ୍ରବାର ଦିନ ଚୁଟି କାଟିଥାନ୍ତି ତେବେ ଆପଣଙ୍କ ଜୀବନରେ କୌଣସି ସମସ୍ଯା ଦେଖା ଦେଇନଥାଏ ।
ଆପଣଙ୍କ ଘରେ ରହିଥିବା ଧନ ମଧ୍ୟ ସ୍ଥିର ରହିଥାଏ ବେଶି ଖର୍ଚ ହୋଇନଥାଏ । ଯଦି ଆପଣ ଏହିଦିନ ଚୁଟି ଏବଂ ନଖ କାଟନ୍ତି ତେବେ ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ଆପଣଙ୍କ ଉପରେ ରହିଥାଏ । ଯାହାଫଳରେ ଆପଣଙ୍କ ବ୍ୟାପାର ବାଣିଜ୍ୟରେ ବୃଦ୍ଧି ହେବାକୁ ଲାଗିଥାଏ । ଆମ ହିନ୍ଦୁ ଧର୍ମରେ ରହିଥିବା ଏହି ସମସ୍ତ ନିୟମର କିଛି ନା କିଛି ସମ୍ପର୍କ ଆମ ଜୀବନ ସହ ଜଡିତ ଥାଏ ।
ତେଣୁ ଏହି ସମସ୍ତ ନିୟମ ଗୁଡିକର ପାଳନ କରିବା ଉଚିତ ନଚେତ କେବଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଥାଏ । ଜୀବନରେ କ୍ଷତି କିମ୍ବା ଧନର ଅଭାବ ଆଣିବାକୁ ଚାହୁଁନଥିଲେ ଆପଣ ନିହାତି ଏହି ନିୟମର ପାଳନ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।