ସାତ ଜନ୍ମର ସାଥି ହେବା ପାଇଁ ପ୍ରତିଶୃତି ଦେଇଥିଲେ, କିନ୍ତୁ ହୋମ ନିଆଁରୁ ଆରମ୍ଭ ହୋଇଥିବା ସମ୍ପର୍କ ଜୁଇ ନିଆଁରେ ହେଲା ଶେଷ… ଦେଖନ୍ତୁ Video

ବନ୍ଧୁଗଣ ହୋମ ନିଆଁରୁ ଆରମ୍ଭ ହୋଇ ଆଉ ଜୁଇ ନିଆଁରେ ଶେଷ । ସାତ ଜନ୍ମର ସାଥି ହେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ଏମାନେ ଅକ୍ଷରେ ଅକ୍ଷରେ ନିଭାଇଛନ୍ତି । ସାତ କଳସ ଆଠ ଦୀପକୁ ସାକ୍ଷୀକ ରଖି ବେଦିରେ ହାତ ଧରିଥିଲେ ଆଉ ଆଜି ୬ ଖଣ୍ଡ କୋକେଇରେ ଗାଁ ମୁଣ୍ଡ ମସାଣିରେ ଜୁଇ ଜଳୁଛି । ସେଦିନ ଜଳୁଥିଲା ହୋମ ନିଆଁ ଆଜି ଜାଲିଳା ଜୁଇର ନିଆଁ । ହଁ ଆଜ୍ଞା କନ୍ଧମାଳ ଜିଲା ସାରଙ୍ଗଡା ଥାନା ପାବୁରିଆ ପଞ୍ଚାୟତର ମାଲେରୀମହା ଗାଁ ରେ ଘଟିଛି ଏଭଳି ଅଭାବବୀୟ ଘଟଣା ।

ଏହି ଗାଁ ରେ ଗାରାମାହ ଜଙ୍ଗଲରୁ ଦମ୍ପତିଙ୍କର ମୃତ ଦେହ ଉଧାର କରାଯାଇଛି । ମୃତ ଦମ୍ପତି ମନୋରଞ୍ଜନ ନାୟକ ଓ ସ୍ମିତାଞ୍ଜଳି ନାୟକ ହୋଇଥିବା ଜଣା ପଡିଛି । ମନୋରଞ୍ଜନ ଗାଁ ସାଥି ଥିବା ବେଳେ ମିତାଞ୍ଜଳି ଆଶା କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ୨ଟି ପୁଅ ଓ ଗୋଟେ ଝିଅ ଥିବା ଜଣା ପଡିଛି । ବର୍ତ୍ତମାନ ସୁଧା ଦମ୍ପତି ଦୁହେଁ ମୃତ୍ୟୁବରଣ କଣ ପାଇଁ କରିଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି ।

ଖବର ପାଇବା ପରେ ସାରଙ୍ଗଡା ପୋଲିଦ ଘଟଣା ସ୍ଥଳରେ ପହଞ୍ଚି ଘଟନା ଆର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି । ଅନ୍ୟ ପକ୍ଷରେ ଏହା ପାରିବାରିକ କଳହ ହୋଇପାରେ କିମ୍ବା ସ୍ତ୍ରୀ କୁ ହତ୍ୟା କରି ସ୍ଵାମୀ ଜୀବନ ହାରିଥିବା କଥା ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି ପୋଲିସ । ଅନ୍ୟ ପଟେ ତଦନ୍ତରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଶବ ଉଧାର କରାଯିବ ନେଇ ପୋଲିସ ସୂଚନା ଦେଇଛି ।

ତେବେ ଏ ନେଇ ସ୍ଥାନୀୟ ଲୋକ କହିଛନ୍ତି ଦୁହେଁ ବହୁତ ଭଲ ମଣିଷ ଥିଲେ କିନ୍ତୁ ହଠାତ ଏମିତି ଚରମ ନିସ୍ପତି କଣ ପାଇଁ ନେଲେ ତାହା କୁଚି ବୁଝା ପଡୁ ନାହି । ଦୁହିଙ୍କର ମୃତ୍ୟୁ କୁ ନେଇ ସାରା ଅଞ୍ଚଳ ରେ ଶୋକାର ଛାୟା ଖେଳି ଯାଇଛି ।

ଏମିତିକି ଲୋକେ ମତ ଦେଇଛନ୍ତି କି ମନୋରଞ୍ଜନ କାହାର ସମସ୍ଯା ହେଲେ ନିଜେ ଯାଉଥିଲେ ବୁଝାଇବାକୁ କିନ୍ତୁ ଆଜି ନିଜେ ଅବୁଝା ହୋଇଗଲେ କିମ୍ବା ଦୁହିଙ୍କର ମଧ୍ୟରେ କୌଣସି ବଡ ସମସ୍ଯା ହୋଇଗଲା ଯାହା ପାଇଁ ଏଭଳି ନ୍ସିପତି ନେଲେ ଉଭୟ ମନୋରଞ୍ଜନ ଓ ସ୍ମିତାଞ୍ଜଳି ନାୟକ । ତେବେ ପୋଲିସ ଏହି ଘଟଣା ର ଯାଞ୍ଚ କରୁଛି ବହୁତ ଜଲ୍ଦି ସତ ସମାନା କୁ ଆସିବ ବୋଲି ଆଶଙ୍କା କରା ଯାଉଛି ।

ତେବେ ଦୁଇ ଜଣଙ୍କୁ ହରାଇ ପୁରା ପରିବାର ଆଉ ପିଲା ମାନେ ଦୁଖରେ ଭାଙ୍ଗି ପଡିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *