ବନ୍ଧୁଗଣ ନମସ୍କାର, ସ୍କୁଟି ରେ ମାତ୍ର ଗୋଟିଏ ଥର ରେ ୫୫ ହଜାର ଟଙ୍କାର ପେଟ୍ରୋଲ ଭରିଲେ ବ୍ୟକ୍ତି ଜଣକ । ଆପଣ ବି କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ଆପଣ ଭାବୁଥିବେ ସ୍କୁଟି ଭଳି ଗାଡିରେ ଏକା ଠାରେ ୫୫ ହଜାର ଟଙ୍କାର ପେଟ୍ରୋଲ କିଭଳି ଭରିଲେ ? କିନ୍ତୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ । ସ୍କୁଟି ରେ ପେଟ୍ରୋଲ ଭରିବା ପରେ ଜଣେ ଗ୍ରାହକ କୁ ୫୫ ହଜାର ଟଙ୍କା ଦେବାକୁ ପଡିଛି । ହଁ ଆଜ୍ଞା ଏଭଳି ଆଶ୍ଚର୍ଯ୍ୟ ଜଣକ ଘଟନା ଘଟିଛି ମହାରାଷ୍ଟ୍ର ର ଥାନେ ରେ ।
ପେଟ୍ରୋଲ ପମ୍ପ ରେ କମ ପେଟ୍ରୋଲ ଭରିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଥାନେ ରେ କିନ୍ତୁ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଗ୍ରାହକ ଙ୍କୁ ନିଜ ସ୍କୁଟି ରେ ପେଟ୍ରୋଲ ଭରିବା ପାଇଁ ୫୫ ହଜାର ଟଙ୍କା ଆଦାୟ କରା ଯାଇଛି । ସୂଚନା ଅନୁଯାୟୀ ଗ୍ରାହକ ଜଣକ ସ୍କୁଟି ରେ ମାତ୍ର ୫୦୦ ଟଙ୍କାର ପେଟ୍ରୋଲ ଭରି ଥିଲେ । କିନ୍ତୁ ପେଟ୍ରୋଲ ଭରିବା ପରେ ତାଙ୍କୁ ୫୫ ହଜାର ଟଙ୍କା ଦେବାକୁ ପଡିଲା ।
ଏହା ପରେ ବ୍ୟକ୍ତି ଜଣକ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଆଉ ଭାବିଲେ ସ୍କୁଟି ଭଳି ଗାଡିରେ କିଭଳି ୫୫ ହଜାର ଟଙ୍କାର ପେଟ୍ରୋଲ ଭାରି ଦେଲେ । ଯେଉଁ ଗାଡିରେ ୫୫୦ ଟଙ୍କା ରୁ ୬୦୦ ଟଙ୍କାର ପେଟ୍ରୋଲ ପକାଇଲେ ଟାଙ୍କି ଭର୍ତ୍ତି ହୋଇଯାଏ ସେହି ଗାଡିରେ ୫୫ ହଜାର ଟଙ୍କାର ପେଟ୍ରୋଲ କିଭଳି ଜାଗା ହେଲା ? ଆଉ ଗ୍ରାହକଙ୍କ ଗାଡି ଟି ଥିଲା ହୋଣ୍ଡା ଆକ୍ଟିଭା । ଗ୍ରାହକ ଜଣକ ନିଜ ହୋଣ୍ଡା ଆକ୍ଟିଭା ଧରି ଥାନେ ର ଏକ ପେଟ୍ରୋଲ ପମ୍ପ ରେ ପହଞ୍ଚି ଥିଲେ ।
କିନ୍ତୁ ୫୫୦ ଟଙ୍କାର ପେଟ୍ରୋଲ ଭରିବା ପରେ କେତେବେଳେ ସେ ଅନ ଲାଇନ ପେମେଣ୍ଟ କରିଲେ ସେହି ସମୟରେ ତାଙ୍କ ଆକାଉଣ୍ଟ ରୁ ୫୫ ହଜାର ଟଙ୍କା କଟା ଯାଇଥିଲା । ଏହା ପରେ ଗ୍ରାହକ ପେଟ୍ରୋଲ ପମ୍ପ ମାଲିକ ଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣା ସାମନାକୁ ଆସିବା ପରେ ପେଟ୍ରୋଲ ପମ୍ପ ମାଲିକ ଅସୁବିଧାରେ ପଡି ଯାଇଥିଲେ । ପରେ ନିଜ ଭୁଲ ସୁଧାରୀ ଗ୍ରାହକ ଙ୍କ ଆକାଉଣ୍ଟ କୁ ଟଙ୍କା ଫେରସ୍ତ କରିଥିଲେ ।
ତେବେ ଏହି ଘଟଣା ଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏଠାରେ ପ୍ରଶ୍ନ ଉଠିଛି ଯଦି ୫୫୦ ଟଙ୍କାର ପେଟ୍ରୋଲ ପକାଇ ୫୫ ହଜାର ଟଙ୍କା କଟି ଯାଉଛି ତେବେ ପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ଘଟି ଥାଇ ପରେ । ତେବେ ପେଟ୍ରୋଲ ପକାଇବା ସମୟରେ ଆମ ଟଙ୍କା କେତେ ଯେ ସୁରକ୍ଷିତ ସେ ପ୍ରତି ଦ୍ରୁଷ୍ଟି ଦେବା ନିତ୍ୟାନ୍ତ ଜରୁରି ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖାରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।