ମୁଁ ଏଠିକାର ସିକ୍ଯୁରିଟି ଗାର୍ଡ ନୁହେଁ ମୁଁ ଏଠିକାର ବ୍ରାଞ୍ଚର ମାଲିକ । ଯାହା କହିବାର ଅଛି କି ଅନୁମତି ନେବାର ଅଛି ମୋ ପକ୍ଷରୁ ନିଆ । ଆଉ ମୁଁ ହେଉଛି ଏଠିକାର ମାଲିକ । କଳିଙ୍ଗ ନଗର ଷ୍ଟେଟ ବ୍ଯାଙ୍କ ଇଣ୍ଡିଆ ଶାଖାରେ ସିକ୍ଯୁରିଟି ଗାର୍ଡ ମହିଷା ସୋରେନ କହୁଛନ୍ତି ଉକ୍ତ ଶାଖାର ମାଲିକ ବୋଲି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅନ୍ତର୍ଗତ କଳିଙ୍ଗ ନଗର ଷ୍ଟେଟ ବ୍ଯାଙ୍କ ଇଣ୍ଡିଆ ଶାଖାରେ ସିକ୍ଯୁରିଟି ଗାର୍ଡଙ୍କ ଦାଦାଗିରି ।
ସୂଚନା ଅନୁଯାୟୀ ଡୁବୁରି ଗାଁର ବିଜୟଲକ୍ଷ୍ମୀ ନାୟକ ଏଟିଏମ କାର୍ଡ ହଜିଥିଲା । ସେ ହାର୍ଟ ଓ କିଡନି ରୋଗରେ ପୀଡିତ ଥିବାରୁ ତାଙ୍କ ସ୍ଵାମୀ ରମେଶ ଚନ୍ଦ୍ର ନାୟକଙ୍କୁ ଏଟିଏମ କାର୍ଡ ନୂଆ ଆବେଦନ କରିବା ଆଇନ ଏହି ବ୍ଯାଙ୍କକୁ ଗତ କାଲି ଆସିଥିଲେ । କିନ୍ତୁ ସେଠାରେ ଏସବିଆଇ ର କର୍ମଚାରୀ ଖରାପ ବ୍ୟବହାର କରିବା ସହ ବ୍ଯାଙ୍କର ଶାଖା ପରିଚାଳକ ଦେଖା କରିଥିଲେ କିନ୍ତୁ କିଛି ଫଳପ୍ରଦ ହୋଇନ ଥିଲା । ଆଜି ଶାକଲେ ରୋଗିଣା ସ୍ତ୍ରୀ କୁ ଧରି ପହଞ୍ଚି ଥିଲେ ।
କିନ୍ତୁ ଆଜି ଶାକଲେ ସିକ୍ଯୁରିଟି ଗାର୍ଡ ନିଜର ହିତାହିତ ଜ୍ଞାନ ଭୁଲି ଯାଇ ବିନା ଶାଖା ପରିଚାଳନାକୁ ଖାତିର ନ କରି ଗଣ ମାଧ୍ୟମ ପ୍ରତିନିଧିକୁ ଅଟକାଇ ଥିଲେ । ଏଠାରେ ପ୍ରଶ୍ନ ଉଠଛି ଶାଖା ପ୍ରବନ୍ଧ ସମୁଖରେ ଉକ୍ତ ବ୍ୟାଙ୍କରେ ସିକ୍ଯୁରିଟି ଗାର୍ଡ ଦବଙ୍ଗଗିରି ଚଳାଇଲେ ଆଉ କହିଲେ ସେଠିକାର ମାଲିକ ବୋଲି । ପରେ ଶାଖା ପରିଚାଳକ ଗ୍ରାହକଙ୍କୁ ଡାକି ସମାଧାନ କରିଥିଲେ । ଉକ୍ତ ବ୍ୟକ୍ତି କର୍ମଚାରୀ ଉପରେ କଣ ପଦକ୍ଷେପ ନେଉଛନ୍ତି ଏସବିଆଇ ଉପରିସ୍ଥ ଅଧିକାରୀ ତାହା ଦେଖିବାକୁ ବାକି ରହିଲା ।
ଉକ୍ତ ମହିଳା ଙ୍କ ସ୍ଵାମୀ କହିଛନ୍ତି ଯେ ସେ ଯେତେବେଳେ ବ୍ଯାଙ୍କ ଏଟିଏମ ପାଇଁ ଆବଡେନ କରିବାକୁ ଗଲେ ସବୁ କାଗଜ ପତ୍ର ରେଡି କରି ସିନିୟର ପାଖକୁ ଅନ୍ୟ ଜଣେ କର୍ମଚାରୀ ପଠାଇଲେ । କିନ୍ତୁ ସିନିୟର ଜଣକ ଏଟିଏମ ର ପ୍ରକୃତ ମାଲିକ ଙ୍କୁ ଖୋଜିଥିଲେ ଉତ୍ତର ରେ ସ୍ଵାମୀ ଜଣକ ତାଙ୍କ ଦେହ ଅସୁସ୍ଥ ଥିବାର କହିଥିଲେ । ପରେ ସିନିୟର ଜଣକ ସେ ଧଳା, କାଳ କି ନେଳି ଏମିତି କିଛି କହିଥିଲେ ମହିଳା ଙ୍କ ସ୍ଵାମୀ ଙ୍କୁ ।
ମହିଳାଙ୍କ ସ୍ଵାମୀ କହିଥିଲେ ଏହି ବ୍ୟାଙ୍କରେ ତାଙ୍କ ସ୍ତ୍ରୀ ଙ୍କର ବହି ଅଛି ତାର ମ୍ଯାଚ କରନ୍ତୁ ଓ ତାଙ୍କ ଦସ୍ତଖତ ମଧ୍ୟ ମ୍ଯାଚ କରନ୍ତୁ । କିନ୍ତୁ ସିନିୟର ଜଣକ କହିଲେ ନ ଦେଖିଲେ ମୁଁ କହି ପାରିବି ନାହି । ଏହା ପରେ ମ୍ୟାନେଜର ଙ୍କୁ ଯାଇ ମହିଳା ଙ୍କ ସ୍ଵାମୀ କହିଲେ ଏଟିଏମ କାର୍ଡ କରିବାକୁ କିନ୍ତୁ ତଥାପି ସେମାନେ ଶୁଣିଲେ ନାହି । ଏହା ପରେ ବିବାଦ ଆରମ୍ଭ ହୋଇଥିଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।