ଅନ୍ତିମ ଯାତ୍ରାରେ ଅର୍ଥୀ(କୋକେଇ)କୁ କାନ୍ଧ ଦେଉଥିବା ବ୍ୟକ୍ତି ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ନଚେତ ପସ୍ତେଇବେ

ମଣିଷର ମୃତ୍ୟୁ ପରେ ତାର ଅନିମ ସଂସ୍କାର ପାଇଁ ଶତ୍ରୁ ଠାରୁ ଆରମ୍ଭ କରି ପରିବାର ଓ ପ୍ରିୟଜନ ଆସିଥାନ୍ତି । ଏମିତିକି ଅନ୍ତିମ ସଂସ୍କାରରେ ଭାଗ ନେବା ଓ କୋକେଇକି କାନ୍ଧ ଦେବାରେ ପଛକୁ ହଟନ୍ତି ନାହି । ଆମ ଧର୍ମ ଗ୍ରନ୍ଥରେ ମୃତ ଶରୀରକୁ କାନ୍ଧ ଦେବା ସମୟରେ କିଛି ଜରୁରୀ କଥା ପ୍ରତି ସାବଧାନତା ରହିବାକୁ ପଡିଥାଏ । ବାସ୍ତବରେ ହିନ୍ଦୁ ଧର୍ମରେ ମୃତ ବ୍ୟକ୍ତିକୁ କାନ୍ଧ ଦେଇ ତାର ଅନ୍ତିମ ସଂସ୍କାରରେ ଭାଗ ନେବା ବହୁତ ଶୁଭ କାର୍ଯ୍ୟ ମାନାଯାଇଥାଏ । ଏହାର ପ୍ରଭାବରେ ପୂର୍ବରୁ କରିଥିବା ପାପ ମଧ୍ୟ ନଷ୍ଟ ହୋଇଥାଏ । ଆଜି ଆମେ ଆପଣଙ୍କୁ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ଅନ୍ତିମ ସଂସ୍କାର ସମୟରେ ସେହି ବିଷୟରେ କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁଯାୟୀ ଘରର ଆଖପାଖରେ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଯାଏ ତେବେ ତାର ଅନ୍ତିମ ସଂସ୍କାରରେ ଭାଗ ନେବା ଶୁଭ ହୋଇଥାଏ । ଏମିତିକି ଘରେ ଚୁଲି ନ ଲଗାଇବା ବା କୌଣସି ଶୁଭ କାମ ମଧ୍ୟ ହୁଏ ନାହି । ଏହାର କାରଣ ଯେବେ ଶବ ଘରେ ଥାଏ ସେଠିକାର ପବିବେଶରେ ନାକାରାତ୍ମକ ଊର୍ଜା ଭରିଯାଇଥାଏ । ଯାହାକୁ ସୁତକ କୁହାଯାଏ । ତେବେ ଆସନ୍ତୁ ଜାଣିବା ସେହି ସଂକେତ ଗୁଡିକ ବିଷୟରେ ଯାହାକୁ ଶବ ଯାତ୍ରା କରିବା ସମୟରେ ଧ୍ୟାନ ଦେବା ଉଚିତ ।

ଯଦି ମୃତ ବ୍ୟକ୍ତି ବ୍ରାମହଣ ହୋଇଥିବେ ତେବେ ତାଙ୍କର ଶବ ଯାତ୍ରା କରିଲେ ପୂଣ୍ୟ ମିଳିଥାଏ । ଏହା ସହ ଯେଉଁ ବ୍ୟକ୍ତି ବ୍ରମ୍ହଚାରୀ ପାଳନ କରୁଥିବେ ସେମାନେ ଅନ୍ୟ କୌଣସି ମୃତ ବ୍ୟକ୍ତିର ଶବ ଯାତ୍ରାରେ ଯାଇପାରିବେ ନାହି । ସେହି ବ୍ୟକ୍ତି କେବଳ ମାତା, ପିତା ଓ ଗୁରୁଙ୍କର ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ । ମୁକ୍ତି ଧାମରେ କୌଣସି ବ୍ୟକ୍ତିକୁ ଶବ ଆଗରେ ଥଟ୍ଟା ମଜା କରିବା ବା ଅପଶବ୍ଦ ପ୍ରୟୋଗ କରିବା ଉଚିତ ନୁହେଁ । ସବୁଠାରୁ ବଡ କଥା ହେଉଛି ଯଦି କୌଣସି ଅନୁଚିତ ବ୍ୟବହାର କରିଥାଏ ତେବେ ତାକୁ ଯମଲୋକରେ ତାର ଜବାବ ଦେବାକୁ ପଡିଥାଏ ।

ତେଣୁ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ବ୍ୟକ୍ତି ବିନା ପଛକୁ ଚାହିଁ ନଦୀରେ ବସ୍ତ୍ର ସହ ସ୍ନାନ କରିବା ଉଚିତ । ମୃତ ବ୍ୟକ୍ତିଙ୍କର ନାମରେ ଜପ ଅର୍ପଣ କରି ବୀନା କିଛି କହି ଘରକୁ ଫେରି ଆସିବା ଉଚିତ । ଶବ ଯାତ୍ରା ସମୟରେ କେବେ ବି ଚାଲ ଶବ୍ଦର ପ୍ରୟୋଗ କରିବା ଉଚିତ ନୁହେଁ । କାରଣ ଏପରି କରିବା ଦ୍ଵାରା ମୃତ ବ୍ଯକ୍ତିର ଆତ୍ମା ଆପଣଙ୍କ ସହ ଘରକୁ ଯାଇଥାଏ ଯାହା ଫଳରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ ।

ଦାହ ସଂସ୍କାର କରିବା ପରେ ବ୍ୟକ୍ତି ଘରକୁ ଫେରିଲେ ନିମ୍ବ କାଠି ଚୋବାଇବା ସହ ଲୁହା, ଜଳ, ଅଗ୍ନି ଓ ପଥରକୁ ସ୍ପର୍ଶ କରିବା ଉଚିତ । କାରଣ ଶବା ଯାତ୍ରା କରିବା ସମୟରେ ମଣିଷର ଶରୀର ଦୂଷିତ ହୋଇଯାଇଥାଏ । ଏହି ବସ୍ତୁ ଗୁଡିକୁ ସ୍ପର୍ଶ କରିଲେ ଶରୀରର ଅଶୁଦ୍ଧି ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *