ବନ୍ଧୁଗଣ ଶନିବାର ଦିନ କୁ ବହୁତ ପବିତ୍ର ଓ ଶୁଭ ବାର ବୋଲି ମାନା ଯାଇଥାଏ । ସପ୍ତାହର ୭ ଦିନ ମଧ୍ୟରୁ ଶନିବାର ହେଉଛି ଶେଷ ଦିନ । ଶନିବାର ଦିନ ଭଗବାନ ହନୁମାନ ଓ ଶନିଦେବ ଙ୍କୁ ପୂଜା କରିବା ପାଇଁ ସବୁଠାରୁ ଉତ୍ତମ ଦିନ ହୋଇଥାଏ । ଶନିବାର ଭଗବାନ ଶନି ଙ୍କ ଦିନ ହୋଇ ଥିବାରୁ ଏହି ଦିନ କିଛି ବସ୍ତୁ କୁ କିଣିବା ଦ୍ଵାରା ଶୁଭ ମାନା ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଶନିବାର ଦିନ କେଉଁ ଜିନିଷ ଆଣିବା ଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
ଶାସ୍ତ୍ର ଅନୁଯାୟୀ ଶନିବାର ଦିନ ଏହି ସବୁ ବସ୍ତୁ କୁ ଭୁଲରେ ବି ଘରକୁ ଆଣନ୍ତୁ ନାହି । ଶନିବାର ଦିନ ଲୁହା ଜିନିଷ ଦାନ କରିବାର ବିଶେଷ ମହତ୍ଵ ରହିଛି । ଶନିବାର ଦିନ ଲୁହା ଦାନ କରିଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଏହା ସହ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହୋଇଥାଏ । ଶନିବାର ଦିନ ଲୁହା ଦାନ କରନ୍ତୁ ସତ କିନ୍ତୁ ଘରକୁ ଲୁହା ଜିନିଷ ଆଣନ୍ତୁ ନାହି । ଭୁଲରେ ବି ଶନିବାର ଦିନ କୌଣସି ତେଲ ଘରକୁ ଆଣନ୍ତୁ ନାହି । ଏହି ଦିନ ଘରକୁ ତେଲ ଅଣାଇବା ଦ୍ଵାରା ଘରକୁ ରୋଗ ବା କଷ୍ଟ ଆସିଥାଏ ।
କିନ୍ତୁ ଏହି ଦିନ ତେଲ ଚଢାଇବା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଖାଇବା ତେଲ ହେଉ କି ଅନ୍ୟ କୌଣସି ତେଲ ଘରକୁ ଭୁଲରେ ବି ଶନିବାର କିଣି କି ଆଣନ୍ତୁ ନାହି । ଭୁଲରେ ବି ଶନିବାର ଦିନ ଘରକୁ ଲୁଣ ଆଣନ୍ତୁ ନାହି । ଶନିବାର ଦିନ ଭୁଲରେ ବି ଝାଡୁ ଘରକୁ ଆଣନ୍ତୁ ନାହି । ଶନିବାର ଦିନ ଆଣିଥିବା ଝାଡୁ ଧନ ହାନୀର ସୂଚନା ହୋଇଥାଏ । କଳାରାଶି ଶନିବାର ଦିନ ଶନିଦେବ ଙ୍କୁ ଚଢାଇବା ଦ୍ଵାରା ସବୁ ବିପଦରୁ ମୁକ୍ତି ମିଳିଥାଏ । କିନ୍ତୁ ଏହି ଦିନ କଳାରାଶି ଆଣିବା ଦ୍ଵାରା ଘରକୁ ଦାରିଦ୍ରତା ଆସିଥାଏ ।
ଶନିବାର ଦିନ ଚମଡା ବା ଚମଡାରେ ତିଆରି କୌଣସି ଜିନିଷ ଯେମିତି କି ବେଲଟ, ପର୍ସ କିଣିବା ଅଶୁଭ ହୋଇଥାଏ । ଏହା ସବୁ କିଣିବା ଦ୍ଵାରା ସବୁ କାମରେ ବାଧା ଆସିଥାଏ । ତେବେ ଏହି ସବୁ ଜିନିଷ ଶନିବାର ଦିନ ଭୁଲରେ ବି ଆଣନ୍ତୁ ନାହି । ନଚେତ ଘର ପରିବାରରେ ଦୁଖ ଦାରିଦ୍ରତା ଆସିବା ସହ ଧନ ହାନି ମଧ୍ୟ ହୋଇଥାଏ ।
ଏହା ସହ ଜୀବନରେ ଅନେକ ପ୍ରକାରର ସମସ୍ୟା ମାନ ଦେଖା ଯାଇଥାଏ । ତେଣୁ ଏହି ସବୁ କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।