ଶୀତ ଦିନରେ ଗୋଇଠିର ଯତ୍ନ ନେବେ କିପରି…. Health Tips

ଆପଣ ମାନେ ଜାଣିଥିବେ କିଛି ମହିଳା ମାନଙ୍କର ଗୋଡ ରେ ଅନେକ ସମସ୍ଯା ଦେଖା ଯାଇଥାଏ । ଯେମିତି ଗୋଇଠି ଫାଟିବା ବା ଚରମ ଶୁଖିଯିବା ଇତଯଦି ସମସ୍ଯା ଦେଖା ଯାଇଥାଏ । ତେବେ ଏଥିପାଇଁ କିଛି ମହିଳା ମାନେ ଅନେକ ମେଡ଼ିସିନ ର ସେବନ କରିଥାନ୍ତି । କିନ୍ତୁ କିଛି କ୍ଷେତ୍ର ରେ ଏହା ସୁଫଳ ହୋଇଥାଏ ତ ଆଉ କିଛି କ୍ଷେତ୍ର ରେ ବିଫଳ ହୋଇଥାଏ । ତେବେ ବିଶେଷ କରି ସିତା ଦିନରେ ପ୍ରାୟତ ମହିଳା ମାନଙ୍କର ଗୋଇଠି ଫାଟିବା ଭଳି ସମସ୍ଯା ଦେଖା ଯାଇଥାଏ ।

ଯାହା ପାଇଁ ଏତେ ସମସ୍ଯା ହୋଇଥାଏ ଯେ କିଛି ମହିଳା ମାନେ ଠିକ ଭାବେ ଚାଲି ପାରନ୍ତି ନାହି । ପାଦ ଏତେ ଜୋର ରେ ଦରଜ ହୋଇଯାଏ ଯାହା ପାଇଁ କିଛି ମହିଳା ମାନେ ଅନେକ କଷ୍ଟ ଅନୁଭବ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଗୋଇଠି ନ ଫାଟିବା ପାଇଁ କେଉଁ ଉପାୟ କରିଲେ ଠିକ ହେବ ସେହି ବିଷୟରେ କହିବାକୁ ଯାଉଛୁ । ସାଧାରଣତ ଶୀତ ଦିନରେ ଗୋଇଠି ଫାଟିବା ଭଳି ସମସ୍ଯା ଉତପନ ହୋଇଥାଏ । କାରଣ ଥଣ୍ଡା ଅଧିକ ହେବାରୁ କିଛି ମହିଳା ମାନଙ୍କର ସ୍କିନ ଜନିତ ସମସ୍ଯା ଦେଖା ଯାଇଥାଏ ।

ଏହା ସହ ପାଦ ସବୁବେଳେ ଖୋଲା ରହିଲେ ସେଥିରେ ମଇଳା ଜମା ହୋଇ ଗୋଇଠି ଫାଟିଥାଏ । ଏଥିପାଇଁ ଆପଣ ପ୍ରତି ଦିନ ଉଷୁମ ପାଣି ରେ ଲୁଣ ପକାଇ ସେଥିରେ ପାଦ ବୁଡାଇ ୫ରୁ ୧୦ ମିନିଟ ଯାଏଁ ରଖନ୍ତୁ । ଏହା ପରେ ପାଦ କୁ କୌଣସି ଶୁଖିଲା କପଡା ରେ ପୋଛି ଦେଇ ଭେଶଲିନ ବା ଅନ୍ୟ କୌଣସି ମସଚରାଇଜର ବା ନଡିଆ ତେଲ ଲଗାନ୍ତୁ । ଏହା ସହ ସିତା ଦିନରେ ଯଦି ଆପଣ ବାହାରୁ ଯାଉଥାନ୍ତି ତେବେ ନିଜ ପାଦ କୁ ସବୁବେଳେ ମଉଜା ରେ ଢାଙ୍କି ରଖନ୍ତୁ । ଏହା ଦ୍ଵାରା ପାଦ ରେ ମଇଳା ଜମିବା ନାହି ଓ ପାଦ ଫାଟିବ ନାହି ।

ଶୀତ ଦିନରେ କମ ସାବୁନର ବ୍ୟବହାର କରନ୍ତୁ । ଏହା ବ୍ଯତୀତ ବାହରକୁ ଯିବା ସମୟରେ ପାଦ ରେ ମଶ୍ଚୁରାଇଜର ବ୍ୟବହାର କରିବା ଉଚିତ । ଏହା ପରେ ଘରକୁ ଫେରିବା ପରେ ପାଦ କୁ ଭଲ ଭାବେ ଧୋଇ ତେଲ, କ୍ରିମ ବା ମଶ୍ଚୁରାଇଜର ବ୍ୟବହାର କରିବା ଉଚିତ । ଏହା ଦ୍ଵାରା ପାଦ ସ୍ଵାଭାବିକ ହେବା ସହ ଗୋଇଠି ଫାଟି ନ ଥାଏ । ତେବେ ଏହା ଥିଲା ଆଜିର ଆମର ବିଷୟ ବସ୍ତୁ ଏହା ଯେ କେଉଁ ଉପାୟ କରିଲେ ଶୀତ ଦିନରେ ଗୋଇଠି ଫାଟିବା ସମସ୍ଯା ଦୂର ହୋଇ ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *