ନମସ୍କାର ବନ୍ଧୁଗଣ। ଥଣ୍ଡା ରେ ଥରୁଛି ପୁରା ଭାରତ । ଶୀତ ର ପ୍ରକୋପରେ ଅସ୍ତ ବ୍ୟସ୍ତ ଜୀବନ । ପ୍ରବଳ ଥଣ୍ଡା ରେ ଜୀବନ ଜୀବିକା ଜଡାମୟ ହୋଇଥିବା ବେଳେ ଅତ୍ୟଧିକ ଥଣ୍ଡା ହାର୍ଟ ଆଟାକ ର କାରଣ ପାଲଟୁଛି । ଶୀତ ଏମିତି ହେଉଛି ଯେ ଏହା ମୃତ୍ୟୁ ର କାରଣ ବି ସାଜୁଛି । ଥଣ୍ଡା କାରଣରୁ ହୃଦଘାତରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।
ଉତ୍ତର ପ୍ରଦେଶର କାନୁପର ସହର ରେ ଗତ ସପ୍ତାହ ମଧ୍ୟ ରେ 131 ଜଣଙ୍କର ହାର୍ଟ ଆଟାକ ରେ ମୃତ୍ୟୁ ହେବା ସାରା ଭାରତର ଚିନ୍ତା ବଢାଇ ଦେଇକି । ତେବେ କେବଳ ହୃଦଘାତ ନୁହେଁ ବରଂ କିଛି ଲୋକଙ୍କର ବ୍ରେନ ଷ୍ଟ୍ରୋକ ରେ ମୃତ୍ୟୁ ହେବା ଜଣା ପଡିଛି । କାନୁପର ରେ ସପ୍ତାହେ ଭିତରେ 723 ହୃଦଘାତ ରୋଗୀ ଚିହ୍ନଟ ହୋଇଛନ୍ତି । ଅଧିକାଂଶ ଲୋକଙ୍କ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ମୃତ୍ୟୁ ହୋଇ ଯାଉଛି ।
ବିଶେଷ କରି ବାସ୍କ ଲୋକଙ୍କ କ୍ଷେତ୍ରରେ ହାର୍ଟ ଆଟାକ ଭଳି ସମସ୍ଯା ଆଦିକ ଦେଖା ଯାଉଛି । ଅତ୍ୟଧିକ ଥଣ୍ଡା କୁ ସେମାନେ ସହିପାରୁ ନାହାନ୍ତି । ଖାଲି ବୟସ୍କ ନୁହନ୍ତି ଯୁବ ବର୍ଗଙ୍କ କ୍ଷେତ୍ରରେ ଇ ଶୀତ ଜନିତ ହୃଦଘାତର ଆଶଙ୍କା ରହିଛି । ଶୀତ ଦିନରେ ଭାରରେ ଅଧିକ ହୃଦଘାତ ରେ ମୃତ୍ୟୁ ହେଉଥିବା ଡାକ୍ତର କହିଛନ୍ତି । ଥଣ୍ଡା ରେ ଅଚାନକ ବ୍ଲଡ଼ ପ୍ରେସର ବଢିବା ପରେ ସ୍ନାୟୁ କୋଷରେ ରକ୍ତ ଜମାଟ ବାନ୍ଧିବା ଭଳି କାରଣ ପ୍ରମୁଖ ରହିଛି ।
ଶୀତ ଦିନରେ ସ୍ନାୟୁ କୋଷ ସଙ୍କୋଚିତ ହୋଇଥାଏ । ତେଣୁ ଶରୀରର ଶିରା ପ୍ରଶିରା ରେ ରକ୍ତ ସଂଚାଳନ ଖୁବ କମ ହୋଇଯାଏ । ଯାହା ଫଳରେ ହାର୍ଟ ଉପରେ ଅଧିକ ପ୍ରଭାବ ପଡେ । ଆଉ ହୃଦ ରୋଗୀଙ୍କ ଜୀବନ ପ୍ରତି ଏହା ବିପଦ ସୃଷ୍ଟି କରେ । ଆଜି ଆମେ ଆପଣଙ୍କୁ କହିବୁ ଶୀତ ଦିନରେ ହୃଦଘାତରୁ ରକ୍ଷା ପାଇବାକୁ କେମିତି ନେବେ ଯତ୍ନ ଆଉ କରିବେ କଣ ?
ଶୀତ ଦିନରେ ଖାଦ୍ୟପେୟ ପ୍ରତି ଯତ୍ନବାନ ରୁହନ୍ତୁ । ଯଦି ନୃତ୍ୟୁରେ ରୁଚି ଅଛି ନୃତ୍ୟୁ ଜାରି ରଖନ୍ତୁ । ଫଳ ଓ ପନିପରିବା ପ୍ରଚୁର ପରିମାଣରେ ଖାଆନ୍ତୁ । କଫି ପିଅନ୍ତୁ । ଗବେଷଣାରୁ ଜଣାପଡିଛି ଯେଉଁ ମାନେ ଦିନକୁ 3ରୁ 5 କପ କଫି ପିଅନ୍ତି ସେମାନଙ୍କ କ୍ଷେତ୍ରରେ ହୃଦ ରୋଗର ଆଶଙ୍କା କମ ଥାଏ । କେମିତି ଚାପ ମୁକ୍ତ ରହିବେ ଚିନ୍ତା କରନ୍ତୁ । ଶୀତ ଦିନରେ ହୃଦ ରୋଗୀ ମାନେ ମଦ ଠାରୁ ଦୂରେଇ ରୁହନ୍ତୁ ।
ନିଜର ରକ୍ତଚାପ, ମେଡ ବହୁଳତା, ରକ୍ତ ରେ ଶର୍କରା ର ପରିଣାମ ଚେକ କରନ୍ତୁ । ଥଣ୍ଡା ହେଲେ ବା ଛାତିରେ ଯନ୍ତ୍ରଣା ହେଲେ ତୁରନ୍ତ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।