ହିନ୍ଦୁ ପରମ୍ପରା ଅନୁସାରେ ବାସ୍ତୁ ଶାସ୍ତ୍ର ର ବିଶେଷ ମହତ୍ଵ ରହିଛି ବାସ୍ତୁ ଅନୁସାରେ ଏମିତି କିଛି ନିୟମ ରହିଛି ଯାହାର ପାଳନ କରିଲେ ମଣିଷ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ବେଳେବେଳେ ମଣିଷ ନିଜ ଜୀବରେ ଛୋଟ ଛୋଟ ଭୁଲ କରିଥାଏ ଯାହା ପାଇଁ ଆଗାକୁ ଯାଇ ଅନେକ ସମସ୍ୟାର ସମୁଖିନ୍ନ ହେବା ସହ ଦରିଦ୍ରତା ଶିକାର ହେବାକୁ ପଡିଥାଏ । ଶାସ୍ତ୍ର ଅନୁସାରେ କୌଣସି କାମ କରିବାର ଏକ ସଠିକ ସମୟ ସୀମା ରହିଥାଏ ।
ରାତିରେ ଶୋଇବା ସମୟରେ କିଛି ଲୋକେ ଏମିତି ଭୁଲ କରିଥାନ୍ତି ଯାହା ତାଙ୍କୁ କରିବା ଅନୁଚିତ । ଆଜି ଆମେ ଆପଣ ମାନଙ୍କୁ ରାତିରେ ଶୋଇବା ସମୟରେ କେଉଁ ଭୁଲ କରିବା ଦ୍ଵାରା ଦରିଦ୍ରତା ଆସିବା ସହ ଧନ ହାନି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
୧- ବାସ୍ତୁ ଶାସ୍ତ୍ର ଅନୁସାରେ ବ୍ୟକ୍ତି ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ କେବେ ବି ମନିପର୍ସ ରଖି ଶୋଇବା ଉଚିତ ନୁହେଁ । ଏହା କରିବା ଦ୍ଵାରା ବ୍ୟକ୍ତି ଜୀବନରେ ଖର୍ଚ୍ଚ ବୃଦ୍ଧି ହେବା ସହ ଦରିଦ୍ରତା ଦେଖାଯାଏ । ତେଣୁ ଭୁଲରେ ବି ଶୋଇବା ସମୟରେ ମୁଣ୍ଡ ପାଖରେ ମନିପର୍ସ ବା ଟଙ୍କା ରଖନ୍ତୁ ନାହି ।
୨- ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ଜୋତା ବା ଚପଲ ରଖିକି ଶୋଇବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବହୁତ ବଡ ଭୁଲ ହୋଇଥାଏ । ଏପରି କରିବା ଦ୍ଵାରା ଘରେ ମା ଲକ୍ଷ୍ମୀଙ୍କର ବାସ ରୁହେ ନାହି । ଏହା ସହ ଧନର ଅଭାବ ହୋଇଥାଏ ।
୩- ବାସ୍ତୁ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ରାତିରେ ଶୋଇବା ସମୟରେ ସୁନା ବା ଚାନ୍ଦି ଜିନିଷ ମୁଣ୍ଡ ଉପରେ ରଖିକି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ସୌଭାଗ୍ୟ ବି ଦୁର୍ଭାଗ୍ୟରେ ପରିଣତ ହୋଇଥାଏ ।
୪- ଶାସ୍ତ୍ର ଅନୁସାରେ ବ୍ୟକ୍ତି ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ଧାତୁରେ ତିଆରି କୌଣସି ଚାବି ରଖିକି ଶୋଇବା ଅନୁଚିତ । ଲୁହା ବ୍ଯତୀତ ଅନ୍ୟ କୌଣସି ଧାତୁ ନିର୍ମିତ ଚାବିକୁ ଯଦି ମୁଣ୍ଡ ପାଖରେ ରଖି ଶୋଇବେ ତେବେ ଆପଣଙ୍କ ଜୀବନରେ ଅଭାବ ଦେଖା ଯାଇଥାଏ । ତେଣୁ ଭୁଲରେ ବି ଧାତୁ ରେ ତିଆରି ହୋଇଥିବା ଚାବି ରଖି ଶୁଅନ୍ତୁ ନାହି ।
ଏହା ଥିଲା ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ସମୟରେ ଏହି ସବୁ ଜିନିଷ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।