ଆପଣ ମାନେ ଗତ କାଲି ଓଡିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତ୍ରୀ ସୋମାଲିନ ପରିଡା ଙ୍କ ବିବାହ ଶେଷ ହୋଇଛି । ସେ ତାଙ୍କର ପ୍ରେମିକ ନିଶିତଙ୍କ ସହ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି । ଦୁହେଁ ପରସ୍ପର କୁ ଅନେକ ଦିନ ହେବ ପ୍ରେମ କରଆବା ପରେ ଉଭୟଙ୍କ ସହମତିରେ ଗତ କାଲି ବିବାହ ସମ୍ପନ୍ନ ହୋଇଛି । ସୋମାଲିନ ତାଙ୍କ ମ୍ୟାରେଜ କୁ ନେଇ ବହୁତ ସାରା ମଜାମସ୍ତି କରିବାର ନଜର ଆସିଛନ୍ତି । ଏମିତି କି ସେ ତାଙ୍କ ମେହେନ୍ଦି ରସମ ରେ ବହୁତ ମଜା କରିବା ସହ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସିଛନ୍ତି ।
ଏହା ସହ ତାଙ୍କର ହଳଦୀ ବିଧି ରେ ସୋମାଲିନ ଙ୍କ ପୁରା ପରିବାର ରୀତିନୀତି ଅନୁସାରେ ହଳଦୀ ବିଧି ପଲାଣ କରିଛନ୍ତି । ନିଶିତ ସୋମାଲିନ ଙ୍କ ଘରକୁ ବରଯାତ୍ରୀ ଆସିବାର ଦୃଶ୍ୟ ଖୁବ ନିଆରା ହୋଇଛି । ଏହା ପରେ ରହିଛି ସୋମାଲିନଙ୍କ ବିବାହ ବିଧି ।
ନିଶିତ ସୋମାଲିନ ଉଭୟଙ୍କୁ ବରମାଳା ପିନ୍ଧାଇବା ସହ ବିବାହର ସବୁ ରୀତି ବିଧି ବିଧାନ ଅନୁସାରେ ସମ୍ପନ୍ନ ହୋଇଛି । ନିଶିତ ସୋମାଲିନ ଙ୍କ ମଥା ରେ ସିନ୍ଦୁର ଦେଇ ତାଙ୍କୁ ସାତ ଜନ୍ମ ପାଇଁ ନିଜର ଜୀବନ ସାଥି ଭାବେ ସ୍ଵୀକାର କରିଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି ।
ଦୁହେଁ ସାତ ଫେରା ନେଇ ପରସ୍ପର ର ଜୀବନ ସାଥି ଭାବେ ଶପଥ ନେଇଛନ୍ତି । ଏହା ପରେ ରହିଛି ସୋମାଲିନ ଙ୍କ ବିଦାୟୀର ଦୃଶ୍ୟ ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ସୋମାଲିନ ନିଜ ଶାଶୁଘର କୁ ଯିବା ସମୟରେ ତାଙ୍କ ଭଉଣୀ ଜ୍ୟାଙ୍କଲିନ ଙ୍କୁ ଧରି ଜୋରରେ କାନ୍ଦି ପକାଇଛନ୍ତି ।
ତେବେ ସୋମାଲିନ ନିଜ ଶାଶୁଘରେ ବହୁତ ଖୁସି ଅଛନ୍ତି ବୋଲି ଜଣା ପଡୁଛି । ତେବେ ସୋମାଲିନ ତାଙ୍କ ଶାଶୁଘରକୁ ଯିବା ପରେ ପ୍ରଥମ ଥର ପାଇଁ ତାଙ୍କ ଭଉଣୀ ଜ୍ୟାଙ୍କଲିନ ଓ ତାଙ୍କ ସ୍ଵାମୀ ଅରିନ୍ଦମ ସୋମାଲିନ ଙ୍କ ଶାଶୁଘରକୁ ବୁଲିବାକୁ ଯାଇଛନ୍ତି ।
ଯାହାର ଦୃଶ୍ୟ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ସୋମାଲିନ ଙ୍କ ଶାଶୁଘର ଲୋକେ ଜ୍ୟାଙ୍କଲିନ ଓ ଅରିନ୍ଦମ ବହୁତ ଧୂମଧାମ ରେ ସ୍ଵାଗତ କରୁଛନ୍ତି । ଫୁଲ ପକାଇ ବନ୍ଦାପନା କରି ଜ୍ୟାଙ୍କଲିନ ଓ ଅରିନ୍ଦମ ଙ୍କ ସ୍ଵାଗତ କରୁଛନ୍ତି ସୋମାଲିନ ଙ୍କ ପରିବାର । ତେବେ ନିଜ ଭଉଣୀ ଘରକୁ ଯାଇ ଦୁହେଁ ଜ୍ୟାଙ୍କଲିନ ଓ ଅରବିନ୍ଦ ବହୁତ ଖୁସି ଥିବାର ନଜର ଆସୁଛନ୍ତି । ସୋମାଲିନ ଓ ନିଶିତ ଙ୍କ ବୈବାହିକ ଜୀବରେ ଆଗକୁ ସୁଖ ଶାନ୍ତି ରେ ରହୁ ଏହା ଆମର କାମନା ।
ବନ୍ଧୁଗଣ ଆପଣ ମାନଙ୍କୁ ସୋମାଲିନଙ୍କ ପରିବାର ଲୋକେ ଜ୍ୟାଙ୍କଲିନ ଓ ଅରିବିନ୍ଦଙ୍କୁ ଯେଉଁ ନିଆରା ଢଙ୍ଗରେ ସ୍ଵାଗତ କରିଛନ୍ତି ତାହାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।