Shraddha Aryaଙ୍କ ଲାଇଫଷ୍ଟାଇଲ, ଘର ପରିବାର ଓ Income ବିଷୟରେ ଜାଣି ହୋସ ଉଡିଯିବ

ଶ୍ରଦ୍ଧା ଆର୍ୟା ଜଣେ ଫେମସ ଟିଭି ଅଭିନେତ୍ରୀ ଅଟନ୍ତି । ଆଜିକାଲି ସେ ମିଡିଆରେ ଛାଇ ରହିଛନ୍ତି । କାରଣ କିଛି ଦିନ ତଳେ ହିଁ ସେ ବିବାହ କରିଛନ୍ତି । ଏହା ଛଡା ଶ୍ରଦ୍ଧା ଆର୍ୟା ନିଜର ସିରିଏଲ କୁଣ୍ଡଳୀ ଭାଗ୍ୟରୁ ବି ଜଣା ଯାଆନ୍ତି । ସେ ଜଣେ ଅଭିନେତ୍ରୀ ଓ ମଡେଲ ଅଟନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କର ଲାଇଫ ଷ୍ଟାଇଲ ବିଷୟରେ କହିବୁ । ଶ୍ରଦ୍ଧା ଆର୍ୟାଙ୍କ ଜନ୍ମ ୧୭ ଅଗଷ୍ଟ ୧୯୮୭ରେ ନୂଆ ଦିଲ୍ଲୀରେ ହୋଇଥିଲା ଓ ବର୍ତ୍ତମାନ ସେ ୩୪ ବର୍ଷର ହୋଇ ଯାଇଛନ୍ତି । ସେ ନିଜର ପୁରା ଶିକ୍ଷା ଦିଲ୍ଲୀରେ ପୁରା କରିଛନ୍ତି ।

ଶ୍ରଦ୍ଧା ଆର୍ୟାଙ୍କ ବିଷୟରେ କହିଲେ ତାଙ୍କୁ ବହି ପଢିବା, ଫଟୋଗ୍ରାଫି, ରୋଷେଇ କରିବାକୁ ଭଲ ଲାଗେ । ସେ ୨୦୦୪ରେ ଟିଭି ସିରିଏଲରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୨୦୦୬ରେ ତାମିଲ ଫିଲ୍ମରେ ବି ନଜର ଆସିଥିଲେ ।

୨୦୦୭ରେ ଆସିଥିବା ବଲୀଉଡ ଫିଲ୍ମ ନିଶବରେ ବି ସେ ନଜର ଆସିଥିଲେ । ପିଲାଦିନୁ ହିଁ ତାଙ୍କୁ ଅଭିନୟ କରିବାର ଇଚ୍ଛା ଥିଲା । ସିରିଏଲ ଓ ଫିଲ୍ମ ଛଡା ସେ ମ୍ୟୁଜିକ ଭିଡିଓରେ ବି ଦେଖା ଯାଆନ୍ତି । ଏହା ଛଡା ସେ ବହୁତ ପୁରଷ୍କାର ମଧ୍ୟ ପାଇଛନ୍ତି । ସେ କେବଳ ହିନ୍ଦୀ ନୁହେଁ ତାମିଲ, ତେଲୁଗୁ, ମଲାୟାଲାମ, କନ୍ନଡ, ପଞ୍ଜାବୀ ଭାଷାରେ ବି ଫିଲ୍ମ କାମ କରିଛନ୍ତି । ଶ୍ରଦ୍ଧା ଆର୍ୟା ବହୁତ ବିଜ୍ଞାପନରେ ବି କାମ କରିଛନ୍ତି । ଶ୍ରଦ୍ଧା ଆର୍ୟା ୨୦୦୪ରେ ନିଜର କ୍ୟାରିୟର ଆରମ୍ଭ କରି ଦେଇଥିଲେ ।

କିନ୍ତୁ ତାଙ୍କର ପ୍ରଥମ ଟିଭି ସିରିଏଲ ଯେଉଁଥିରେ ସେ ମୁଖ୍ୟ ଅଭିନେତ୍ରୀ ଥିଲେ ତାହା ୨୦୧୧ରେ ଆସିଥିଲା ଓ ତାହାର ନାଁ ଥିଲା ଲକ୍ଷ୍ମୀ ତେରି ଆଗନ କି । ସେ କେବେ ବି ପଛକୁ ବୁଲି ଦେଖି ନାହାନ୍ତି । ସେ ବହୁତ ଟିଭି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ରୂପରେ କାମ କରିସାରିଛନ୍ତି । ଅଭିନେତ୍ରୀ ସହ ଶ୍ରଦ୍ଧା ଗୋଟିଏ କମେଡି ଶୋ ବି ହୋସ୍ଟ କରନ୍ତି । ଯାହାର ନାଁ ମଜାକ ମଜାକ ମେ । ୧୬ ନଭେମ୍ବର ଦିନ ଶ୍ରଦ୍ଧା ନିଜ ବୟଫ୍ରେନ୍ଡକୁ ବିବାହ କରିଛନ୍ତି ।

ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କର ମାତା, ପିତା, ଭାଇ ଓ ଭଉଣୀ ଅଛନ୍ତି । ତାଙ୍କ ସ୍ଵାମୀଙ୍କ ନାଁ ଆଲାମ ଅଟେ । ଯିଏକି ଜଣେ ବିଜନେସମ୍ୟାନ ଓ ଓକିଲ ଅଟନ୍ତି । ଯଦି ଶ୍ରଦ୍ଧାଙ୍କ ଇନକମ ବିଷୟରେ କହିବା ତେବେ ସେ ଗୋଟିଏ ଏପିସୋଡରେ କାମ କରିବା ପାଇଁ ୧.୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ତାଙ୍କର ମୋଟ ସମ୍ପତ୍ତି ୧୫ କୋଟି ଟଙ୍କା । ଶ୍ରଦ୍ଧା ନିଜ ସ୍ଵାମୀ ଆଲାମଙ୍କ ସହ ମୁମ୍ବାଇରେ ରୁହନ୍ତି । ତାଙ୍କର ଏହି ଘରର ମୂଲ୍ୟ ୭ କୋଟି ଟଙ୍କା । ଶ୍ରଦ୍ଧାଙ୍କ ପାଖରେ ଗୋଟିଏ Mercedes GLC ଅଛି ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ।

Leave a Reply

Your email address will not be published. Required fields are marked *