ଶ୍ରୀ କୃଷ୍ଣ କୁହନ୍ତି ଏହି 3 ପ୍ରକାରର ଭୋଜନ ଗ୍ରହଣ କରିବା ଦ୍ଵାରା ଆୟୁ କମ ହୋଇଥାଏ- Sri Krishna Vani

ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ଏମିତି ୩ ପ୍ରକାରର ଭୋଜନ ବିଷୟରେ କହିଛନ୍ତି ଯାହାକୁ ସେବନ କରିବା ଉଚିତ ନୁହେଁ । ଏପରି ଖାଦ୍ୟ ବିଷ ସମାନ ହୋଇଥାଏ । କୃଷ୍ଣ କୁହନ୍ତି ଏମିତି ଭୋଜନ କରିଲେ ମନୁଷ୍ୟର ଆୟୁଷ କମିବା ସହ ଇନ୍ଦ୍ରିୟ କ୍ଷୀଣ ହୋଇଥାଏ ଏବଂ ନାନା ପ୍ରକାରର ରୋଗ ମନୁଷ୍ୟ କୁ ଗ୍ରାସ କରିଥାଏ । ଏଭଳି ମନୁଷ୍ୟ ଯୌବନ ଅବସ୍ଥାରେ ବୃଦ୍ଧା ଦେଖାଯାଏ । ସ୍ତ୍ରୀ ଙ୍କୁ ଭୁଲରେ ବି ଏହି ପ୍ରକାରର ଭୋଜନ କରିବା ଉଚିତ ନୁହେଁ । ଖାସ କରି ଗର୍ଭବତୀ ସ୍ତ୍ରୀଙ୍କୁ ଏହି ପ୍ରକାରର ଭୋଜନ ଠାରୁ ଦୂରେଇ ରହିବା ଉଚିତ । ଏବେ ଆସନ୍ତୁ ଜାଣିବା ତାହା ବିଷୟରେ ବିସ୍ତାର ଭାବେ ।

ଭଗବାନ କୃଷ୍ଣ କୁହନ୍ତି ମନୁଷ୍ୟ କୁ ପାଞ୍ଚ ଆଙ୍ଗୁଳିର ବ୍ୟବହାର କରି ଖାଦ୍ୟ ଗ୍ରହଣ କରିବା ଉଚିତ । ଦୁଇ ଗୋଡ ଓ ହାତ ଏବଂ ମୁହଁ କୁ ଜଳରେ ସ୍ଵଛ କରି ହାଡି ଖାଇବା ଉଚିତ । ଏହାଦ୍ବାରା ମନୁଷ୍ୟ ଶରୀରରୁ ରୋଗ ଦୂର ହୁଏ । ଭୋଜନ କୁ ଇଶ୍ଵର ଭାବି ସ୍ଵଚ୍ଛ ହୋଇ ଗ୍ରହଣ କରିବା ଉଚିତ । ଭୋଜନ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଈଶ୍ଵରଙ୍କୁ ଧନ୍ୟବାଦ ଦେବା ପରେ ସଂସାରର ସବୁ ପ୍ରାଣୀ ଙ୍କୁ ଖାଦ୍ୟ ମିଳିବାର କାମନା କରିବା ଉଚିତ ।

ଏହି ପ୍ରକାରରେ ଅର୍ଣ୍ଣ ଦେବତାଙ୍କୁ ପ୍ରଣାମ କରି ଭୋଜନ ଗ୍ରହଣ କରିଲେ ମନୁଷ୍ୟ କୁ ପାପ ଲାଗେ ନାହିଁ । ଆଗକୁ ଶ୍ରୀ କୃଷ୍ଣ କୁହନ୍ତି ମନୁଷ୍ୟ କୁ ଖାଇବା ସମୟରେ ଅଧିକ କଥା ହେବା ଉଚିତ ନୁହେଁ । ଏବେ ମନୁଷ୍ୟ ରାଗରେ ଥିବ ସେଇ ସମୟରେ ଭୋଜନ କରିବା ଅନୁଚିତ । କାନ୍ଦିବା ବା ହସିବା ସମୟରେ ଭୋଜନ କରିବା ଅନୁଚିତ । ଅନୁଶୀ କୁ ଶାନ୍ତ ମନରେ ଭୋଜନ ଗ୍ରହଣ କରିବା ଉଚିତ ।

ଭୋଜନ କରିବା ସମୟରେ ଶୋକ ପ୍ରକା କରିବା, ଖରାପ ଶବ୍ଦ କହିବା, ଭୋଜନ କରିଥିବା ସ୍ତ୍ରୀ ର ଅପମାନ କରିବା ଅନୁଚିତ । ଭୋଜନ କରିଥିବା ସ୍ତ୍ରୀ ର ଅପମାନ କରିଲେ ମା ଅର୍ଣ୍ଣପୂର୍ଣ୍ଣ ରୁଷ୍ଟ ହୋଇଥାନ୍ତି । ଭୋଜନ ଭୂମି ଉପରେ ବସି କରିବା ଉଚିତ ହୋଇଥାଏ । ଖଟ ଉପରେ ବସି ଭୋଜନ କରିଲେ ମଣିଷର ଆୟୁଷ କମ ହୋଇଯାଏ ।

ଦୁଆର ବନ୍ଧରେ ବସି ଭୋଜନ କରିଲେ ଦେବୀ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ହାତରେ ରଖିକି ବା ଚାଲିବ ସମୟରେ ଭୋଜନ କରିଲେ ମନୁଷ୍ୟ ଜୀବନରେ ଦାରିଦ୍ରତା ଓ ଧନର ନାସ ହୋଇଥାଏ । ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବା ଅନୁଚିତ । ଭୋଜନ କରିବା ପାଇଁ ପୂର୍ବ ଓ ଉତ୍ତର ଦିଶା ଶ୍ରେଷ୍ଠ ଅଟେ । ଏହାଦ୍ବାରା ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହୁଏ ।

ରୋଗୀଙ୍କୁ ପୂର୍ବ ଦିଗକୁ ମୁଖ କରି ଭୋଜନ କରିଲେ ଶରୀରରୁ ରୋଗ ନଷ୍ଟ ହୋଇଥାଏ । ଶ୍ରୀକୃଷ୍ଣ କୁହନ୍ତି ଖାଦ୍ୟ ଉପରେ କେହି ଡେଇଁକି ଯାଇଥିଲେ, ଖାଦ୍ୟରୁ ଚୁଟି ବାହାରିଲେ, ଅନ୍ୟକୁ ପରଷା ଯାଇଥିବା ଖାଦ୍ୟ କେବେ ବି ଗ୍ରହଣ କରିବା ଉଚିତ ନୁହେଁ । ଏହାଦ୍ବାରା ମଣିଷର ଆୟୁଷ କମିଯାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *