ଶ୍ରୀକ୍ଷେତ୍ରରେ ଘଟିଲା ଅଲୌକିକ ଘଟଣା । ପ୍ରାର୍ଥନା ଶୁଣିଲେ ମହା ବାହୁ, ସେବାୟତଙ୍କୁ ହେଲା ସ୍ଵପ୍ନାଦେଶ । ଦର୍ଶନ ଦେଲେ ପ୍ରଭୁ ବିଭୀଷଣ । ଶୁଣିଲେ ଟାଙ୍କୁରି ଉଠିବ ଲୋମ । ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଏଭଳି ଏକ ଖବର ସାମ୍ନା କୁ ଆସିଛି । ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଆସନ୍ତୁ ଜାଣିବା ପୁରା ଖବର ବିଷୟରେ ।
ଦର୍ଶକ ବନ୍ଧୁ ସମୟ ଥିଲା ରଥଯାତ୍ରାର ସବୁ ଦିନ ଭଳି ସେଦିନ ବି ମହା ବାହୁଙ୍କ ପୂଜା କରୁଥିଲେ ତାଙ୍କ ପ୍ରିୟ ସେବାୟତ । ଆଉ ପ୍ରାର୍ଥନା ବାସ ଗୋଟିଏ ହେ ଚକା ଆଖି ଆପଣଙ୍କୁ ବା ମୁଁ ଆଉ କଣ କହିବି ଆପଣ ତ ସବୁ ଜାଣିଛନ୍ତି । ଆରମ୍ଭରୁ ଶୁଣି ଆସୁଛି ଆଉ ଲୋକ ବି କହୁଛନ୍ତି ଆପଣଙ୍କୁ କୁଆଡେ ସାକ୍ଷାତ ପ୍ରଭୁ ବିଭୀଷଣ ଦର୍ଶନ କରିବାକୁ ଗୁଣ୍ଡିଚା ମନ୍ଦିର ଆସନ୍ତି ।
ମୁଁ ତ ଆପଣଙ୍କ ସେବା ପୁରା ନିଷ୍ଠା ଆଉ ଶ୍ରଦ୍ଧାର ସହ କରେ । ମୋର ବହୁତ ଦିନ ହେବ ଗୋଟେ ଆଶା ଅଛି । ପ୍ରଭୁ ବିଭୀଷଣଙ୍କୁ ଗୋଟେ ଥର ଦର୍ଶନ କରିବାକୁ ମୋତେ ସୁଯୋଗ ଦିଅନ୍ତୁ ପ୍ରଭୁ । ବାସ ଏଭଳି ଭାବେ ସବୁଦିନ ମହାବାହୁଙ୍କ ଆଗରେ ପ୍ରାର୍ଥନା କରି ଆସନ୍ତି ସେବାୟତ । ଆଉ ହଠାତ ଦିନେ ମଧ୍ୟ ରାତ୍ରିରେ ସେବାୟତଙ୍କ ସ୍ଵପ୍ନରେ ଆସିଲେ ମହାପ୍ରଭୁ ।
ଆଉ କହିଲେ ଠିକ ଅଛି ବିଭୀଷଣଙ୍କୁ ଦେଖା କରିବାର ଆଶା ତୁମର ପୂରଣ ହେବ । ହେଲେ ଏହା ପାଇଁ ତୁମକୁ ଗୋଟେ କାମ କରିବାକୁ ପଡିବ । କାଲି ସକାଳୁ ତମେ ମନ୍ଦିର ଦ୍ଵାରରେ ଏକ ବେତ ଧରି ବସିବ । ଆଉ ସବୁ ଭକ୍ତଙ୍କୁ ବେତ ମଧ୍ୟ ଦେଇ ଯିବାକୁ କହିବ । ବାସ ଏତିକି କହି ଅନ୍ତର୍ଧ୍ୟାନ ହେଇଗଲେ ମହାପ୍ରଭୁ । ପ୍ରଭୁଙ୍କୁ ସ୍ଵପ୍ନରେ ପାଇ ସେବାୟତ ଯେତିକି ଖୁସି ଆଉ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ।
ପରଦିନ ସକାଳୁ ସେବାୟତ ଠିକ ସେୟା କଲେ । ଏହି ବେତ ଧରି ମନ୍ଦିର ଦୁଆରେ ବସି ରହିଲେ ଆଉ ଠିକ ଏତିକି ବେଳୁ ମନ୍ଦିର ଦୁଆରେ ପ୍ରବେଶ କଲେ ଜଣେ ସାଧୁ । ମୁହଁର ଚମକ କିଛି ଅଲଗା । ଗେରୁଆ ବସ୍ତ୍ର ଲମ୍ବା ଶରୀର ସେ ଆସି ସେବାୟତଙ୍କୁ କହିଲେ ବେତ ହଟାଅ ମୁଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବି । ଏତିକି ଶୁଣିବା ପରେ ସେବାୟତ କୁହନ୍ତୁ ଯେ ସାଧୁ ଆପଣ ବେତ ମଧ୍ୟ ଦେଇ ଯାଆନ୍ତୁ ।
କିନ୍ତୁ ସାଧୁ ବାରଣ କରିଲେ ଯାହା ଫଳରେ ସାଧୁଙ୍କ ଆଚରଣରେ ସେବାୟତଙ୍କୁ ଜଣା ପଡି ଯାଇଥିଲା ଯେ ସେ ହିଁ ପ୍ରଭୁ ବିଭୀଷଣ । ସାଧୁ ମନ୍ଦିରକୁ ଯେବେ ବାହାରକୁ ଆସିଲେ ସେବାୟତ ତାଙ୍କୁ ପିଛା କରି ପହଞ୍ଚିଲେ ସମୁଦ୍ର କୂଳରେ । ଠିକ ସେତେବେଳେ ସେବାୟତ ସାଧୁଙ୍କ ନିକଟକୁ ଯାଇ ନିଜର ବାସ୍ତବ ପରିଚୟ ଦେବାକୁ ଅନୁରୋଧ କରିବାରୁ ସେ ଦର୍ଶନ ଦେଇ ସୁନାର ଖଡୁ ଦେଇ ଅନ୍ତର୍ଧ୍ୟାନ ହୋଇଯାଇଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।