ନିଜ ନାଁରେ ଲାଗିଥିବା ସବୁ ଅଭିଯୋଗକୁ ମିଥ୍ୟା କହିଲେ Humane Sagar, କହିଲେ ‘ଶ୍ରୀୟା ଓ ଛୁଆକୁ ବହୁତ Miss କରୁଛି’… ଦେଖନ୍ତୁ Video

ଦର୍ଶକ ବନ୍ଧୁ ନମସ୍କାର, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସାରା ଓଡିଶାରେ ଖାଲି ଉଠୁକି ପଡୁଛି ଓଲିଉଡ ଶିଂଗର ହ୍ୟୁମାନ ସାଗର ଓ ତାଙ୍କ ସ୍ତ୍ରୀ ଶ୍ରୀୟା ଙ୍କ ପାରିବାରିକ ବିବାଦ କୁ ନେଇ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟ ରେ କଳହ ଏତେ ବଢି ଯାଇଛି କି ଦୁହେଁ ଥାନର ଦ୍ଵାରସ୍ଥ ହୋଇଛି । ହ୍ୟୁମାନ ଓ ତାଙ୍କ ପରିବାର ତରଫରୁ ଆପୋଷ ସମାଧାନ ପାଇଁ ରାୟ ଦିଆ ଯାଇଛି କିନ୍ତୁ ଶ୍ରୀୟା ଓ ତାଙ୍କ ପରିବାର ତରଫରୁ ଏ ଯାଏଁ କିଛି ରାୟ ମିଳିପାରି ନାହି ।

ତେବେ ଏକ ସାକ୍ଷାତକାର ରେ ହ୍ୟୁମାନ ସାଗର ନିଜର ପାରିବାରିକ ମାମଲା କୁ ନେଇ କହିଛନ୍ତି ଯେ ଆମ ଦୁହିଙ୍କ ଭିତରେ ଯାହା ବି ହୋଇଛି ସେଟା ଆମର ବ୍ୟକ୍ତିଗତ କଥା । ଏ କଥା ସବୁ ମୁଁ ଗଣାମଧ୍ୟମରେ ପ୍ରକାଶ କରିବାକୁ ଚାହୁଁ ନାହି । ମୁଁ ଓ ମୋ ମା ମାତ୍ର 5 ମିନିଟ ରେ ଆମର ନିସ୍ପତି ଶୁଣାଇ ସାରିଛୁ ଥାନା ରେ ତେଣୁ ଆଉ ବିଶେଷ କିଛି ଏହା ଉପରେ ମୁଁ କହିବାକୁ ଚାହୁଁ ନାହି । ମୁଁ ମୋ ସ୍ତ୍ରୀ ଶ୍ରୀୟା ଓ ଛୁଆ କୁ ବହୁତ ଭଲ ପାଏ ।

ମୁଁ ଧର୍ମ କୁ ନେଇ କେବେ ବି କିଛି ଅଭିଯୋଗ କରି ନାହି କିମ୍ବା ବୁଇରୁଦ୍ଧରେ ଯାଇ ନାହି । ଶ୍ରୀୟ ଆମ ନାଁ ରେ ଏତେ ବଡ ଅଭିଯୋଗ ଆଣିଛି ଯାହାକୁ ଶୁଣିବା ପରେ ମୁଁ ପୁରା ସକ ହୋଇ ପଡିଛି । ତେବେ ସେ ଯାହା ବି ହେଉ ଆମ ଦୁହିଙ୍କ ଭିତରେ ସବୁ କିଛି ଠିକ ହୋଇଯାଉ ଏହା ମୁଁ ଆଉ ମୋ ପରିବାର ଚାହେଁ । ମୋ ପରିବାର ଶ୍ରୀୟା ଙ୍କୁ ବହୁତ ଭଲ ପାଆନ୍ତି । କେବେ ବି ତାଙ୍କର କୌଣସି ଅଭାବ ରଖି ନାହୁଁ ଆମେ ।

ବାକି ରହିଲା ମୋର ପ୍ରୋଫେସନ କଥା ମୁଁ ଗୀତ ଗାଉଛି ଆଉ ମରିବା ଜାଣେ ଗୀତ ଗାଇବି । ମୋ ଫ୍ୟାନ୍ସ ମାନେ ଗୀତ ପାଇଁ ମୋତେ ଭଲ ପାଆନ୍ତି ଆଉ ତାଙ୍କ ଭଲ ପାଇବା ଏମିତି ରହିଥାଉ । ଏତିକି ମୋର କାମନା ଆଉ ଇଚ୍ଛା । ମୁଁ ମୋ ଛୁଆ ଆକୁ ବହୁତ ମିସ କରୁଛି ଆଉ ଶ୍ରୀୟା ଙ୍କୁ ବି” । ଏଭଳି ଭାବେ ହ୍ୟୁମାନ ସାଗର ନିଜର ଓ ଶ୍ରୀୟା ଙ୍କ ସମ୍ପର୍କ କୁ ନେଇ ମତ ଦେଇଛନ୍ତି ।

ଯାହାକୁ ଶୁଣିବା ପରେ ଲାଗୁଛି ସେ ଶ୍ରୀୟା ଙ୍କୁ ବହୁତ ଭଲ ପାଉଛନ୍ତି । ଯଦି ଏହି କଥା କଥା ସତ ତେବେ କଣ ପାଇଁ ଦୁହିଙ୍କ ଭିତରେ କଳହ ଆରମ୍ଭ ହେଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ଦେଖାଯାଉ ଆଗକୁ ଶ୍ରୀୟା ଓ ତାଙ୍କ ପରିବାର କେଉଁ ଭଳି ନିସ୍ପତି ନେଉଛନ୍ତି ଆଉ ଦୁହିଙ୍କର ସମ୍ପର୍କ କେଉଁ ମୋଡ ନେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *