ସ୍ତ୍ରୀ ଙ୍କ ପ୍ରତି ଯଦି ମନରେ ସବୁବେଳେ ଆକର୍ଷଣ ଭାବନା ଆସୁଥାଏ, ତେବେ କିପରି ନିଜକୁ ସଂଜତ କରିବେ ? Motivational speech

ବନ୍ଧୁଗଣ ବିବାହ ଏକ ପବିତ୍ର ବନ୍ଧନ ଅଟେ । ସେହି ବନ୍ଧନରେ ବାନ୍ଧି ହୋଇ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଗଢି ଉଠିଥିବା ବୈବାହିକ ସମ୍ପର୍କ ମଧ୍ୟ ପବିତ୍ର ହୋଇଥାଏ । ହେଲେ ଦାମ୍ପତ୍ୟ ଜୀବନ ମଧ୍ୟରେ ଯଦି ସ୍ଵାମୀର ସବୁବେଳେ ନିଜ ସ୍ତ୍ରୀ ଉପରେ ଖରାପ ନଜର ରହିଥାଏ । ତେବେ ଏହି କାରଣ ପାଇଁ ସ୍ତ୍ରୀ ଟି ହୁଏତ ନିଜ ସ୍ଵାମୀକୁ ଖରାପ ମଧ୍ୟ ଭବିପରେ । କାରଣ ଜୀବନରେ ଆଉ କୌଣସି ଲକ୍ଷ୍ୟ ନଥିବା ଭଳି ଲାଗିବ । ଜୀବନର ଗୋଟିଏ ଲକ୍ଷ୍ୟ କେବଳ ସଂଭୋଗ ଲକ୍ଷ୍ୟ ଯଦି ଆପଣ ରଖିବେ ତେବେ ସମ୍ପର୍କ ଭାଙ୍ଗିଯିବ । ସ୍ତ୍ରୀଙ୍କୁ ଆପଣଙ୍କ ଏହି ଭୋକ ନର୍କ ସଦୃଶ ଲାଗିବ । ଏଥିପାଇଁ ଆପଣଙ୍କୁ କ’ଣ କରିବାକୁ ହେବ ଆସନ୍ତୁ ଜାଣିବା ।

ଅମରାପଲି ନାମକ ଜଣେ ନାରୀ ଥିଲା । ଯାହାର ନାମ ତାଙ୍କ ଅଞ୍ଚଳରେ ଖରାପ କାମ ପାଇଁ ଚର୍ଚ୍ଚିତ ଥିଲା । ସେ ନିଜର ସୁନ୍ଦର ଚେହେରାକୁ ଦେଖାଇ ସମସ୍ତଙ୍କ ମନ ମୋହୁଥିଲା ଆଉ ମଜା କରୁଥିଲା । ଦିନେ ସେ ତାଙ୍କ ଗ୍ରାମରେ ଜଣେ ଭିକ୍ଷା ମାଗିବାକୁ ଆସିଥିବା ବୁଦ୍ଧ ଯୁବକଙ୍କୁ ଦେଖିଲା । ସେ ବହୁତ ସୁନ୍ଦର ଥିଲେ । ତେଣୁ ଅମରାପଲି ନିଜର ନଜର ତାଙ୍କ ଉପରେ ପକାଇଲା ।

ଏହାପରେ ଅମରାପାଲି ଏବଂ ବୁଦ୍ଧ ଯୁବକଙ୍କ ନଜର ମିଶିଲା । ଅମରାପାଲି କହିଲା ମୁଁ ଚାହୁଁଛି ଆପଣ ମୋ ଘରେ ଖାଦ୍ୟ ଗ୍ରହଣ କରନ୍ତୁ ସେଇଆ ହିଁ ହେଲା । ଏହାପରେ ଅମରାପଲି କହିଲା ଏବେ ତ ବର୍ଷା ଋତୁ ଆସିବ ଆପଣ କୁଆଡେ ଭିକ୍ଷା ମାଗିବାକୁ ନ ଯାଇ ଏହିଠାରେ ରହିଯାଅନ୍ତୁ ସୁବିଧା ହେବ ଆପଣଙ୍କୁ ।

ବୁଦ୍ଧ ଯୁବକ ଜଣଙ୍କ କହିଲେ ମୁଁ ମୋ ଗୁରୁଙ୍କୁ ପଚାରି କହିବି ତୁମକୁ । ଯୁବକ ଜଣଙ୍କ ଏଭଳି ଏକ ନାରୀ ଘରେ ଯାଇ ରହିବା ଦ୍ଵାରା ତାଙ୍କ ଧର୍ମ ନଷ୍ଟ ହୋଇଯିବ ବୋଲି ଗୁରୁଙ୍କୁ ଆଗୁଆ କହୁଥାନ୍ତି ଆପଣ ତାକୁ ମନା କରିଦେବେ ସେଠାରେ ରହିବା ପାଇଁ । କିନ୍ତୁ ଗୁରୁ ବୁଦ୍ଧ ଯୁବକକୁ ଅନୁମତି ଦେଲେ ସେଠାରେ ରହିବା ପାଇଁ । ଏହାପରେ ଗୁରୁ ଯୁବକଙ୍କ ସାଥି ମାନଙ୍କୁ କହିଲେ ସେ ଏତେ ଦିନ ହେବ କେଉଁ ଶିକ୍ଷା ଗ୍ରହଣ କରିଛି ତାହା ଆଜି ଜଣା ପଡିଯିବ ।

ସେ ତାର ସମସ୍ତ ଇନ୍ଦ୍ରିୟକୁ ନିଜ ନିୟନ୍ତ୍ରଣରେ ରଖିପାରୁଛି କି ନାହିଁ ତାହା ଜଣାପଡିଯିବ । ଯୁବକ ଜଣଙ୍କ ଚାରି ମାସ କାଳ ସେହି ଅମରାପାଲି ଘରେ ରହିଲେ । ପ୍ରତିଦିନ ନିଜର ନିତ୍ୟ କାମ କରିବାକୁ ଲାଗିଲେ କେବେ ମଧ୍ୟ ଅମରାପାଲି ଆଡକୁ ତାଙ୍କ ନଜର ଗଲା ନାହିଁ । ଶେଷରେ ଆମରାପାଲିର ଭାବନା ବଦଳିଗଲା ବୁଦ୍ଧ ଯୁବକଙ୍କ ସକାରାତ୍ମକ କାର୍ଯ୍ୟରେ ।

ଅମରାପଲିର ସୁନ୍ଦର ଆକର୍ଷଣ ଦେହ ପଛରେ ବୁଦ୍ଧ ନପଡି ଅମରାପାଲି ବୁଦ୍ଧଙ୍କ ସକାରାତ୍ମକ ଭାବନାରେ ମୁଗ୍ଧ ହେଲା ଆଉ ନିଜର ଖରାପ କର୍ମକୁ ତ୍ୟାଗ କଲା । ତେଣୁ ସବୁବେଳେ ନିଜର ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜର ସକାରାତ୍ମକ ଭାବନାରେ ନକରାତ୍ମକକୁ ସମ୍ପୂର୍ଣ ନଷ୍ଟ କରନ୍ତୁ । ଆଉ ଏହା ନିଶ୍ଚୟ ସମ୍ଭବ ଯାହାକି ଏହି କାହାଣୀ ପ୍ରମାଣ ସ୍ୱରୂପ । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର ନିହାତି କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *