ସ୍ତ୍ରୀର ଅପମାନ କରିବା ପୂର୍ବରୁ ଏହି କଥା ଜାଣି ରଖନ୍ତୁ- Krishna Vani

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନାରୀ ମାନଙ୍କର ଆମ ଜୀବନରେ ବିଶେଷ ମହତ୍ଵ ରହିଛି । ନାରୀ ହେଉଛି ଧର୍ମରେ କାହାର ସ୍ତ୍ରୀ, କର୍ମରେ କାହାର ମାତା । ଆମ ଜୀବନରେ ସ୍ତ୍ରୀ ର ଅତୁଳନୀୟ ସ୍ଥାନ ରହିଛି । ବିନା ନାରୀ ରେ ଆମ ଜୀବନରେ କୌଣସି ମୂଲ୍ୟ ନାହି । କିନ୍ତୁ ଯେତେବେଳେ ଗୋଟେ ଝିଅ ଏ ଦୁନିଆକୁ ଆସିଥାଏ ସେହି ସମୟରେ ତାର ଅସ୍ତିତ୍ଵ ଉପରେ ତାର ପିତାଙ୍କର ଅଧିକାର ରହିତ ।

ଯେତେବେଳେ ଗୋଟେ ଝିଅର ବିବାହ ହୋଇଯାଏ ଓ ସେ କାହାର ସ୍ତ୍ରୀ ଭାବେ ପରିଚୟ ପାଇଥାଏ ସେହି ସମୟରେ ତାର ଅସ୍ତିତ୍ଵ ଉପରେ ତାର ସ୍ଵାମୀର ଅଧିକାର ହୋଇଥାଏ । ଆଉ ଯେତେବେଳେ ଗୋଟେ ନାରୀ ମା ହୁଏ ସେହି ସମୟରେ ସେ ତାର ସବୁ ଅଧିକାର ତାର ସନ୍ତାନକୁ ସମର୍ପଣ କରିଥାଏ ।

କିନ୍ତୁ ଜଣେ ନାରୀ ଯିଏ ନିଜର ସବୁ କିଛି ସମାରୋନ କରିଥାଏ ଅନ୍ୟ ମାନଙ୍କ ପାଇଁ କଣ ତା ଜୀବନର ଅଧିକାର ତା ପାଖରେ ରହିବା ଉଚିତ ନୁହେଁ ଏହା ଏକ ବଡ ପ୍ରଶ୍ନ ଅଟେ । ଜଣେ ନାରୀ ନିଜ ଜୀବନର ନିସ୍ପତି ନିଜେ ନେଇ ପାରିବା ପାଇଁ ସକ୍ଷମ ରହିଛି । ତଥାପି ନିଜର ପରିବାର ଲୋକଙ୍କ ପାଇଁ ଜଣେ ନାରୀ ନିଜ ଖୁସି ଓ ଅଧିକାର ଓ ଅସ୍ତିତ୍ଵ କୁ ସମର୍ପଣ କରିଥାଏ ।

ଜଣେ ନାରୀ ଚାହିଁଲେ ନିଜର ଭାଗ୍ୟ ଗଢି ପାରିବ । ସେ ନିଜର ଭାଗ୍ୟ ନିଜେ ନିର୍ଧାରଣ କରି ପାରିବ । ଏ ସବୁ କରିବା ପାଇଁ ଆମକୁ ନିଜକୁ ବଦଳାଇବାକୁ ହେବ । କାରଣ ସମୟ ଅନୁସାରେ ତାଳ ଦେଇ ଚାଲିବା ହେଉଛି ଏ ଦୁନିଆର ନୀତି । ଜଣେ ନାରୀ ନିଜର ଚିନ୍ତାଧାରା କୁ ବଦଳାଇବା ଉଚିତ ।

କାରଣ ଏହି ଚିନ୍ତାଧାରା ଆଜିର କି କାଲି ର ନୁହେଁ ବରଂ ଏହା ଅନେକ ବର୍ଷ ରୁ ଚାଲି ଆସୁଛି ଓ ଆଗାମୀ ସମୟରେ ମଧ୍ୟ ଏହା ଚାଲି ରହିବ । ଜଣେ ନାରୀ ଚାହିଁଲେ ନିଜ ଭିତରେ ପରିବର୍ତ୍ତନ ଆଣି ପାରିବ । ଯାହା ପାଇଁ ତାକୁ ଜୀବନରେ କଠିନ ମେହନତ କରିବାକୁ ହେବ । ନିଜର ସ୍ଵଭାବ, ଚରିତ୍ର, ବ୍ୟବହାର ଓ ଚିନ୍ତାଧାରା ଉପରେ ନାରୀକୁ ପରିବର୍ତ୍ତନ ଆଣିବାକୁ ହେବ ।

ପ୍ରତେକ ବ୍ୟକ୍ତି ଗୋଟେ ନାରୀ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ପୂର୍ବରୁ ସହେ ଥର ଭାବିବା ଉଚିତ । ଯଦି ଗୋଟେ ନାରୀ ନିଜର ଅଧିକାର ପାଇଁ ଲଢିବା ଆରମ୍ଭ କରି ଦେବ ସେହି ସମୟରେ ପୃଥିବୀର ବିନାଶ ସୁନିଶ୍ଚିତ ଅଟେ । ତେଣୁ ପ୍ରତେକ ନାରୀକୁ ସ୍ଵାଧାନତା ମିଳିବା ଉଚିତ ।

ନାରୀଟି ନିଜ ଇଚ୍ଛା ରେ ବଞ୍ଚିବା ଠାରୁ ଆରମ୍ଭ କରି ନିଜର ଭଲ ମନ୍ଦ ବୁଝିବା ପାଇଁ ତାକୁ ଅଧିକାର ମିଳିବା ଉଚିତ । ତେବେ ଏହା ଭଗବାନ କୃଷ୍ଣଙ୍କ କିଛି ଉପଦେଶ ଯେ ନାରୀକୁ କେବେ ଅପମାନ ନ କରି ତାର ସମାନ କରିବା ସହ ତାକୁ ପ୍ରତେକଟି କ୍ଷେତ୍ର ରେ ଅଧିକାର ଦେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *