ସୁଦଶା ବ୍ରତ ପୂଜା ନ କରିଲେ କଣ ଅସୁବିଧା ହେବ ? ସୁଦୁଶା ବ୍ରତର ପୂଜା ବିଧି… ମହିଳାମାନେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ ସୁଦଶା ବ୍ରତ । ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖ ଗୁରୁବାର ଦିନ ପଡିବାକୁ ଯାଉଛି ପବିତ୍ର ସୁଦଶା ବ୍ରତ । ଏହା ଦଶମୀ ତିଥି ରେ ପ୍ରତେକ ବର୍ଷ ପଡିଥାଏ । ଆଜି ଆମେ ଆପଣଙ୍କୁ କହିବୁ ସୁଦଶା ବ୍ରତ ବାପଘରେ କେମିତି କରିବେ, ଋତୁସ୍ରାବ ସମୟରେ କେମିତି ପୂଜା କରିବେ । ଯଦି ସ୍ତ୍ରୀ ମାନେ ନିଜ ବାପଘରେ ଅଛନ୍ତି ଆଉ ସୁଦଶା ବ୍ରତ ପଡୁଛି ତେବେ ସେମାନେ ମନ୍ଦିର ରେ ପୂଜା କରି ପାରିବେ ।

କିନ୍ତୁ ଭୋଗ ଅଲଗା କରିବେ । ବାପଘରର ପଇସା ନାରୀ ମାନେ ପୂଜା କରି ପାରିବେ ନାହି । ସୁଦଶା ବ୍ରତ ପାଇଁ ଭୋଗ କରିଥିବା ବିଭିନ୍ନ ପ୍ରକାରର ଫଳକୁ ନାରୀ ମାନେ ନିଜେ ଖାଇବା ଉଚିତ । ଓଡିଶାରେ ସୁଦଶା ବ୍ରତର ବିଶେଷ ମାହାତ୍ମ୍ଯ ରହିଛି । ସୁଦଶା ବ୍ରତକୁ କେବେ ବି ଘରୁ ବାହାରକୁ ନେଇ ପୂଜା କରିବା ଉଚିତ ନୁହେଁ । ସୁଦଶା ବ୍ରତ ମା ଲକ୍ଷ୍ମୀଙ୍କର ବ୍ରତ ହୋଇଥାଏ ।

ମନ୍ଦିର ରେ ବ୍ରତ ଓ ଗୁଆ ନେଇ ପୂଜା କରି ପାରିବେ ଯେଉଁ ମାନେ ବାପଘରେ ରହିଥିବେ । ଋତୁସ୍ରାବ ସମୟରେ ଜଣେ ବୋହୂ ପୂଜା ନ କରି ପାରିଲେ ତାଙ୍କ ପରିବାର ଲୋକେ ପୂଜା କରି ପାରିବେ । ଯଦି କେହି ନାହାନ୍ତି କିମ୍ବା ଅବିବାହିତ ଝିଅ ଅଛନ୍ତି ତେବେ ପୂଜା କରି ପାରିବେ । କୌଣସି ପୁଅ ମଧ୍ୟ ମା ଲକ୍ଷ୍ମୀ ଙ୍କର ବ୍ରତ ପୂଜା କରି ପାରିବେ । କିନ୍ତୁ ଘର ଲୋକ ହିଁ ପୂଜା କରି ପାରିବେ ।

କେହି ବି ବାହାର ଲୋକ ସୁଦଶା ବ୍ରତ ପୂଜା କରି ପାରିବେ ନାହି । ପୂଜକ ଙ୍କୁ ଡାକି ସୁଦଶା ବ୍ରତ ପୂଜା କରି ପାରିବେ ଯଦି ଋତୁସ୍ରାବ ହୋଇଛି । ଆସନ୍ତା କାଲି ସୁଦଶା ବ୍ରତ ପଡୁ ଥିବାରୁ ସକାଳ 6ଟା 40 ମିନିଟ ଯାଏଁ ପୂଜା ରହିଛି । ବ୍ରତ ପୂଜା କରିବା ପୂର୍ବରୁ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଇ ପାରିବେ । ତା ପରେ ଆପଣ ଯେପରି ଭାବେ ସୁଦଶା ବ୍ରତ ର ବିଧି ବିଧାନ ରହିଛି ତାହା ପୂଜା କରି ପାରିବେ ।

ଯଦି ପୂଜା ପୂର୍ବରୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇପାରୁ ନାହାନ୍ତି ତେବେ ପୂଜା ପରେ ଦେଇ ପାରିବେ । ମା ଙ୍କ ପୂଜା ପାଇଁ 10 ପ୍ରକାରର ଫଳ, ପିଠାପଣା କରି ଭୋଗ ଲଗାଇବେ । ସୁଦଶା ବ୍ରତ ରେ ୧୦ ଟି ଗଣ୍ଠି ପକାଇ ପୂଜା କରିବେ । ଏହି ବ୍ରତ ରେ ନାରୀ ମାନେ ୧୦ ପ୍ରକାରର ଯେଉଁ ପିଠା ଭୋଗ ଲାଗିଥିବ ତାହା ହିଁ ଖାଇବା ଉଚିତ । ଏହି ଭୋଗ କେବଳ ଘର ଲୋକ ହିଁ ଖାଇ ପାରିବେ ।

ଏହି ଦିନ ଗୋଟେ ବେଳା ଖାଇବା ଉଚିତ ଯାହା ବିଧାନ ରହିଛି । ଯଦି ନାରୀ ମାନେ ନିର୍ଜଳା ରହିଥିବେ ତେବେ ଖାଦ୍ୟ କି ପାଣି ଗ୍ରହଣ କରିବେ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *