ଏହି ସୁନ୍ଦରୀ ପିନ୍ଧିଲେ Miss Odishaର ତାଜ, ଜାଣନ୍ତୁ ତାଙ୍କ ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ

ବନ୍ଧୁଗଣ ଓଡିଶାର ଏକ ଉପାନ୍ତ ଅଞ୍ଚଳରୁ ବିୟୁଟି ପ୍ରତିଯୋଗିତାର ହେଉଛି ଚିକମିକ ସ୍ଟେଜର ଦୃଶ୍ୟ । ଏହି ଭିଡିଓରେ ସ୍ଟେଜ ଉପରେ ବିଜୟର ତାଜ ପିନ୍ଧୁଛନ୍ତି ସ ହେଉଛନ୍ତି ଆଦିବାସୀ ଅଧ୍ୟାସିତ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଅଧିକାରିଗୁଡା ଗାଁ ର ଝିଅଟି । ମିସ ଓଡିଶା ରନର୍ସ ଟାଇଟେଲ ବିଜୟନୀ ପୂଜା ମିସ୍ତ୍ରୀ । ବିଜୟର ମୁକୁଟ ପିନ୍ଧି ଘରକୁ ଫେରିବା ପରେ ତାଙ୍କ ପରିବାର ଓ ଗାଁ ଲୋକଙ୍କର ଖୁସି ନ କହିଲେ ସରେ ।

ଉମରକୋଟ ସହର ପୂଜାଙ୍କ ପାଇଁ ଆଜି ଗର୍ବିତ । ବିନା କୌଣସି କୋଚିଙ୍ଗରେ ନିଜର ଦକ୍ଷତା ବଳରେ ଗଞ୍ଜାମ ଶରଫର ଗୋପାଳପୁର ବେଳାଭୂମିରେ ଅନୁଷ୍ଠିତ ମିସ ଓଡିଶା ବିୟୁଟି ପ୍ରତିଯୋଗୀତାରେ ପ୍ରଥମ ରନର୍ସ ଅଫ ଟାଇଟେଲ ବିଜୟୀ ହୋଇ ଏକ ସୁନାମ୍ୟ ନାମ ଯୋଡିଛନ୍ତି ଅଧିକାରୀଗୁଡା ଗାଁ ର ସପନ ମିସ୍ତ୍ରୀ ଓ ଅପର୍ଣ୍ଣା ମିସ୍ତ୍ରୀଙ୍କ ଝିଅ ପୂଜା ।

ଏହି ଗାଁର ଉଚ୍ଚ ବିଦ୍ୟାଳୟରୁ ୧୦ମ ଶ୍ରେଣୀ ପାସ କରିବା ପରେ ଧର୍ମଗଡରେ ଯୁକ୍ତ ୨ ରେ ବିଜ୍ଞାନରେ କୃତକାର୍ଯ୍ୟ ହୋଇଥିଲେ ପୂଜା । ସେ ବର୍ତ୍ତମାନ ଭୁବନେଶ୍ଵରରେ ବିଏସସି ନର୍ସିଙ୍ଗ ଶେଷ ବର୍ଷର ଛାତ୍ରୀ ଅଟନ୍ତି । ପାଠ ପଢା ସହ ପୂଜା ମଡେଲିଙ୍ଗ ମଧ୍ୟ କରୁଥିଲେ । ସେ ମିସ ୟୁନିଭରସ ବିଯୁତି ପ୍ରତିଯୋଗିତାରେ ଭାଗ ନେବା ପାଇଁ ୨୦୨୦ ଜୁଲାଇ ମାସରେ ନାମ ପଞ୍ଜୀକରଣ କରିଥିଲେ ।

ନିଜ ଝିଅ ପାଇଁ ପରିବାର ଓ ଗାଁ ବେଶ ଖୁସି ପ୍ରକାଶ କରିଛନ୍ତି । ପୂଜା ନିଜ ରାଏରେ କହିଛନ୍ତି ଯେ ଅନେକ ଲୋକେ ଭାବାନ୍ତି କି ମଡେଲିଙ୍ଗ କରି ଝିଅ ମାନେ ଖରାପ ରାସ୍ତା ଆପଣେଇଥାନ୍ତି ଯାହା ସମପର୍ଣ୍ଣ ଭୁଲ ଧାରଣା ଅଟେ । କାରଣ ଏମିତି କିଛି ବି ହୁଏ ନାହି ।

ଆଜି ସେ ପ୍ରଥମ ରନର୍ସ ଅଫ ହାସଲ କରି ନିଜକୁ ଗର୍ବିତ ମାନେ କରୁଛନ୍ତି ବୋଲି ପୂଜା କହିଛନ୍ତି । ପୂଜାଙ୍କ ବାପା ମଧ୍ୟ ନିଜର ଖୁସି ଜାହିର କରି କହିଛନ୍ତି ତାଙ୍କ ଝିଅ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରୁ ଏହା ତାଙ୍କର ଇଚ୍ଛା ଥିଲା ଯାହାକୁ ଆଜି ପୂଜା ସତ କରି ଦେଖାଇଛନ୍ତି । ତାଙ୍କ ଝିଅ ପାଇଁ ଆଜି ସେ ଗର୍ବିତ ବୋଲ ପୂଜାଙ୍କ ବାପା କହିଛନ୍ତି ।

ଉମରକୋଟ ଭଳି ଏକ ଉପାନ୍ତ ଅଞ୍ଚଳରୁ ଯାଇ ମିସ ରନର୍ସ ହେବା ନିଶ୍ଚିନ୍ତ ଭାବେ ଗୌରବର କଥା ଅଟେ । ତାହା ପୁଣି ବିନା କୋଚିଙ୍ଗରେ ନିଜର ଚେଷ୍ଟା ବଳରେ । ଏହି ଗାଁ ର ଝିଅ ପୂଜା ଆଜି ନିଜ ଗାଁ ର ନାଁ ରଖିଛି । ଏଥିପାଇଁ ଗାଁ ଲୋକେ ପୂଜାଙ୍କୁ ଫୁଲ ପକାଇ ସ୍ଵାଗତ କରିବାର ଏହି ଭିଡିଓ ରେ ନଜର ଆସୁଛି । ବାସ୍ତବରେ ପୂଜାଙ୍କ ଏତେ ଦିନର ଉଦ୍ୟମର ଫଳ ଆଜି ତାଙ୍କୁ ମିଳି ପାରିଛି ଯାହାର ଅପେକ୍ଷାରେ ସେ ଥିଲେ ।

ବନ୍ଧୁଗଣ ଆପଣ ମାନଙ୍କର ପୂଜାଙ୍କ ଜୀବନୀ ଓ ସଫଳତାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *