“ସକାଳୁ ବେଲେ ପଖାଳ, 7 ପିସ୍ ମାଛ ଆଉ କଞ୍ଚା ଲଙ୍କା ପେଟରେ ପୁରେଇ ଦେଇକି ଆସିଛି “… Sura Routray

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାଏ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଭାଷଣ ପାଇଁ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ତାଙ୍କର କଥା କହିବାର ଶୈଳୀ ସମସ୍ତଙ୍କ ଠାରୁ ଭିନ୍ନ ଅଟେ ସେଥିପାଇଁ ସେ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ଗତ କାଲି ଥିଲା ଛାଡଖାଇ । ସେ ଛାଡଖାଇ କେମିତି ପାଳନ କରିଛନ୍ତି ସେ ବିଷୟରେ ବାୟନ ଦେଇଛନ୍ତି । ସୁର ଭାଇ କହିଛନ୍ତି ଯେ “ଏଟା ହେଉଛି ଆମ ପରମ୍ପରା ।

ଏ ହେଉଛି ପ୍ରଭୁ ଜଗନ୍ନାଥ ଙ୍କ ପରମ୍ପରା ଲିଙ୍ଗରାଜ ଙ୍କ ପରମ୍ପରା । ଆମେ ମାସେ କାଳ ନିଷ୍ଠା ରେ ବୀନା ଆମିଷ ଖାଇ ଠାକୁର ପୂଜା କରି ପିତୃ ପୁରୁଷ ଙ୍କୁ ପୂଜା କରି ଭାରତର ବଣିକ ଯାଇ ଦେଶ ବାହାରେ ବେପାର କରିବେ । କେମିତି ଭାରତ ବା ଓଡିଶାର ସର୍ବାଙ୍ଗୀନ ଉନ୍ନତି ହେବ ସେୟା କାମନା କରି ଗୁଡ ପକାଇ ଆମେ ଆଜି ମାଛ, ମାଂସ, ଅଣ୍ଡା, କୁକୁଡା ଯେତେ ପ୍ରକାରର ଆମିଷ ପୃଥିବୀ ରେ ଅଛି ଆଜି ପୁରା ରମ୍ପା ହେବେ ସବୁ ଆଡେ । ମାସେ କାଳ ଆମିଷ ଖିଆ ହୋଇ ନ ଥାଏ ।

କେରାଣ୍ଡି ଠାରୁ ଆରମ୍ଭ କରି କଣ୍ଟିଆ, ଭାକୁର, ରୋହି, ଇଲିଶି ଠାରୁ ଆରମ୍ଭ କରି କଙ୍କଡା, ଗେଣ୍ଡା, ବେଙ୍ଗ ପର୍ଯ୍ୟନ୍ତ ଆଜି ପୁଅର ମାସେ ଯେହେତୁ ଖିଆ ହୋଇ ନ ଥାଏ । ସେଥିପାଇଁ ଆମେ ସବୁ ବ୍ୟାକୁଳ ହୋଇଥାଉ ପ୍ରାୟ ଧୂପ କରିବାକୁ । ମୋର ତ ସକାଳ ଧୂପ ସଋ ଗଲାଣି । ବେଲେ ପଖାଳ ୭ ପିସ ମାଛ ଦୁଇ ଟା କଞ୍ଚା ଲଙ୍କା ଖାଇକି ମୁଁ ଆସିଛି । ରୋହି ମାଛରେ କଣ୍ଟା ବେସୀ ଇଲିଶିରେ ବି କଣ୍ଟା ବେସୀ କିନ୍ତୁ ଭାକୁର ମାଛରେ ବେସୀ କଣ୍ଟା ନାହି ।

ଖରା ବେଳେ  ଜଟଣୀ ରେ ରୋଷେଇ ହେଉଛି ମଟନ, ମାଛ ଭଜା, ମଲ୍ଲିଫୁଲିଆ ଖିରୀ ହେଉଛି ଯଦି ଆପଣ ମାନେ ଆସିବେ ଜଟଣୀ ଠିକ । ଜଟଣୀ କଂଗ୍ରେସ ଅଫିସ ସେଠାରେ ଖାଇବା ପିଇବା ହେଉଛି । ଆଜି ମୋ ସାନ ପୁଅର ଜନ୍ମ ଦିନ ଯାହାର ନାଁ ମନ୍ମଥ ରାଉତରାଏ । ସେଠାରେ ଗୋଟେ ବିରାଟ ଖାଇବା ପିଇବା । ଯେଉଁ ମାନେ ଆସିବେ ସେମାନଙ୍କୁ ମୋର ଅଭିନନ୍ଦନ । ସଫିସେଣ୍ଟ ମଟନ, ମାଛ ଭଜା, ଚିଙ୍ଗୁଡି ପକାଇ ମିକ୍ସ ଘାଣ୍ଟ ଦିଆ ହେବ ।

ଆଉ ଡାଲି, ଭାତ, ଓଉ ଖଟା, ମଲ୍ଲୀଫୁଲିଆ ଖିରୀ ଗୋଟେ ଦିଆ ହେବ । ଯେଉଁ ମାନେ ଖାଇବେ ଆସନ୍ତୁ” । ତେବେ ସୁର ଭାଇ କାର୍ତ୍ତିକ ମାସ ପୁରା ନିଷ୍ଠା ର ସହ ପାଳନ କରିଛନ୍ତି ଆଉ ଛାଡଖାଇ ବି ବେଶ ଜାକଜମକ ରେ କରିଛନ୍ତି ତାହା ତାଙ୍କର କଥା ରୁ ସ୍ପଷ୍ଟ ହେଉଛି । ବନ୍ଧୁଗଣ ଆପଣ ମାନଙ୍କୁ ସୁର ଭାଇ ଙ୍କ ମନ୍ତବ୍ୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *