Suryakumar Yadavଙ୍କ ଫ୍ୟାନ ହେଲେ ପାକିସ୍ତାନୀ କ୍ରିକେଟର ଆଉ କଣ କହିଲେ ଦେଖନ୍ତୁ…

ବନ୍ଧୁଗଣ ଟି-୨୦ ବିଶ୍ଵକପ ରେ ଧମାଲ ମଚାଉଛନ୍ତି ଭାରତୀୟ କ୍ରିକେଟର ସୂର୍ଯ୍ୟ କୁମାର ଯାଦବ । ସେ ମିଡିଲ ଅଣ୍ଡର ରେ ଏବେ ଟିମ ଇଣ୍ଡିଆର ମେରୁଦଣ୍ଡ ପାଲଟିଛନ୍ତି । ସେ କେବଳ ଦ୍ରୁତ ରନ କରୁ ନାହାନ୍ତି ବରଂ ଆକର୍ଷଣୀୟ ସର୍ଟ ଖେଳି ସମସ୍ତଙ୍କୁ ନିଜର ଦିୱାନା କରୁଛନ୍ତି । କେବଳ ଭାରତୀୟ ନୁହେଁ ସୂର୍ଯ୍ୟ ପାକିସ୍ତାନୀ ଉପରେ ନିଜର ଜାଦୁ ଚଳାଇଛନ୍ତି । ସୂର୍ଯ୍ୟଙ୍କ ସର୍ଟ ର ଫ୍ୟାନ ହୋଇଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ୱାସିମ ଆକ୍ରାମ । ସୂର୍ଯ୍ୟଙ୍କ ପ୍ରଶଂସା କରି ଆକ୍ରାମ କହିଛନ୍ତି କି ସୂର୍ଯ୍ୟ ଯେମିତି ଖେଳୁଛନ୍ତି ଲାଗୁଛି ସେ ଅନ୍ୟ ଗ୍ରହରୁ ଆସିଛନ୍ତି ।

ସେ ଅନ୍ୟ ମାନଙ୍କ ଠାରୁ ପୁରା ଅଲଗା ଖେଳାଳି । ସେ କେବଳ ଜିମ୍ବାୱେ ନୁହେଁ ବରଂ ବିଶ୍ଵର ବଡ ବଡ ଟିମ ବିରୁଦ୍ଧରେ ଆକ୍ରାଣତ୍ମକ ଭାବେ ବ୍ୟାଟିଙ୍ଗ କରିଥାନ୍ତି । ସେହିପରି ୱାକର ୟୁନିସ କହିଛନ୍ତି ସୂର୍ଯ୍ୟଙ୍କ ବିପକ୍ଷରେ କୌଣସି ପ୍ଳାନ କରିବା ସମ୍ଭବ ନୁହେଁ । ବୋଲର କରିବ ତ କଣ କରିବ । ଟିମ ଇଣ୍ଡିଆର ସୁପର-୧୨ ର ଶେଷ ମ୍ୟାଚ ଜିମ୍ବାୱେ ବିପକ୍ଷରେ ଥିଲା । ଏହି ମ୍ଯାଚରେ ସୂର୍ଯ୍ୟ ଏକ ଧୂଆଁଦାର ଇନିଙ୍ଗ୍ସ ଖେଳିଥିଲେ । ଏଥିରେ ସେ ଏକ ଫୁଲଟଜ ବଲ କୁ ଫାଇଲ ଲେଗ ଉପରେ ଛକା ମାରିଥିଲେ ।

ଏହି ଆକର୍ଷିଣୀୟ ସର୍ଟ କୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛନ୍ତି । ଦେଶ ବିଦେଶ ଚାରିଆଡେ ସୂର୍ଯ୍ୟଙ୍କ ସର୍ଟ ର ପ୍ରଶଂସା ହେଉଛି । ଜିମ୍ବାୱେ ବ୍ଯତୀତ ନେଦରଲ୍ୟାଣ୍ଡ, ଦକ୍ଷିଣ ଆମେରିକା, ବାଙ୍ଗାଲଦେଶ ବିପକ୍ଷରେ ବି ସୂର୍ଯ୍ୟ ଚମତ୍କାର ଇନିଙ୍ଗ୍ସ ଖେଳିଥିଲେ । ଏହି ସର୍ଟ ପାଇଁ ତାଙ୍କ ଫ୍ୟାନ ମାନେ ମିଷ୍ଟର-୩୬୦ ବୋଲି କହୁଛନ୍ତି । ସୂର୍ଯ୍ୟ ଏହାର ଜବାବରେ କହିଛନ୍ତି କି ଦୁନିଆରେ କେବଳ ଜଣେ ମିଷ୍ଟର-୩୬୦ ଆଉ ସେ ହେଉଛନ୍ତି ଡିଭିଲିୟର୍ସ ।

ଏହା ସହ ୨୦୨୨ରେ ସୂର୍ଯ୍ୟ ଟି-୨୦ ରେ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟ୍ସ ମ୍ୟାନ ହୋଇଛନ୍ତି । ସେ ଚଳିତ ବର୍ଷ ଟି-୨୦ ରେ ୧୦୦୦ ରନ ପୁରା କରିଛନ୍ତି । ଗୋଟିଏ ବର୍ଷରେ ୧୦୦୦ ରନ ପୁରା କରିଥିବା ସେ ପ୍ରଥମ ଭାରତୀୟ ମଧ୍ୟ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଧୂଆଁଦାର ଇନିଙ୍ଗ୍ସ ଯୋଗୁଁ ସେ IIC ଟି-୨୦ ରେ ଏକ ନମ୍ବର ସ୍ଥାନ ରେ ରହିଛନ୍ତି । କେବଳ ସେତିକି ନୁହେଁ ଚଳିତ ବର୍ଷ ଟି-୨୦ ବିଶ୍ଵକପ ରେ ବିରାଟ କୋହଲି ଙ୍କ ପରେ ଦ୍ଵିତୀୟ ସର୍ବାଧିକ ରନ କରିଛନ୍ତି ।

ସୂର୍ଯ୍ୟ କୁମାର ଯାଦବ ଏବେ ଭାରତୀୟ ଟିମ ପାଇଁ ସଂପୂର୍ଣ୍ଣ ମୋଚକ ସାଜିଛନ୍ତି । ଯେବେ ଟିମ ଇଣ୍ଡିଆର ବିପର୍ଯ୍ୟୟ ଘଟିଥାଏ ସେତେବେଳେ ମଇଦାନ କୁ ଓଲହାଇଥାନ୍ତି ସୂର୍ଯ୍ୟ କୁମାର । ଆଉ ଧୂଆଁଦାର ବ୍ୟାଟିଙ୍ଗ କରି ଟିମ କୁ ବିଜୟ ଦେଇଥାନ୍ତି । ଆଉ ଜିମ୍ବାୱେ ବିପକ୍ଷରେ ଆକର୍ଷଣୀୟ ସର୍ଟ ପାଇଁ ପାକିସ୍ତାନ ରେ ମଧ୍ୟ ସୂର୍ଯ୍ୟ ପ୍ରଶଂସକ ହୋଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ସୂର୍ଯ୍ୟ କୁମାର ଯାଦବ ଙ୍କ ଖେଳ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *