ସ୍ଵପ୍ନରେ କଣ ଖାଉଥିବାର ଦେଖିଲେ ବ୍ୟକ୍ତିକୁ ମିଳେ ଧନୀ ହେବାର ସଂକେତ ? Swapna Shastra

ପ୍ରାଚୀନ କାଳରେ ମୁନି ରୁଷି ମାନେ ସ୍ଵପ୍ନକୁ ଭଗବାନଙ୍କର ଆଦେଶ ବୋଲି ମାନିଥାନ୍ତି । ପ୍ରତେକ ସ୍ଵପ୍ନର କିଛି ନା କିଛି ମହତ୍ଵ ବା ବିଶେଷତ୍ଵ ରହିଛି । ଯେପରି ରାଜା ହରିଶଚନ୍ଦ୍ର ସ୍ଵପ୍ନରେ ଆଦେଶ ପାଇ ନିଜ ରାଜ୍ୟ ଦାନ କରିଥିଲେ, ତ୍ରିଜଟା ଶ୍ରୀଲଙ୍କା ଜଳିବାର ସ୍ଵପ୍ନ ଦେଖିଥିଲେ ସେହି ସମୟରେ ପ୍ରଭୁ ହନୁମାନ ସେଠାରେ ଉପସ୍ଥିତ ରହିଥିଲେ ଏହା ହେଉଛି ସେହି ଉଦାହରଣ ଯେଉଁଠି ସ୍ଵପ୍ନର ମହତ୍ଵ ରହିଛି ।

ସ୍ଵପ୍ନ ସାଧାରଣତ ୪ ପ୍ରକାରର ହୋଇଥାଏ ଯଥା ଦଇବିକ ସ୍ଵପ୍ନ, ଶୁଭ ସ୍ଵପ୍ନ, ଅଶୁଭ ସ୍ଵପ୍ନ ଓ ମିଶ୍ର ସ୍ଵପ୍ନ । ସ୍ଵପ୍ନରେ ମଣିଷ ଖାଇବା ଜିନିଷ ଦେଖିଲେ ଯେଉଁ ଖାଦ୍ୟ ଖାଉଥାଏ ତାହାର ଅଲଗା ଅଲଗା ଫଳ ମିଳିଥାଏ । ସ୍ଵପ୍ନରେ ଧଳା ରଙ୍ଗର ବସ୍ତୁ ଦେଖିଲେ ଶୁଭ ଓ କଳା ରଙ୍ଗର ବସ୍ତୁ ଦେଖିଲେ ଅଶୁଭ ମାନାଯାଏ । ମଣିଷ ବପ୍ନରେ କେଉଁ ଜିନିଷ ଖାଇବା ଦ୍ଵାରା କେଉଁ ଫଳ ମିଳିଥାଏ ତାହା ଆସନ୍ତୁ ଜାଣିବା ।

୧- ଯଦି ସ୍ଵପ୍ନରେ ଅଶୁଭ ବସ୍ତୁ ଦେଖାଯାଏ ତେବେ ତୁଳସୀ ଗଛ ପାଖରେ ସେ କଥା କହିବା ଉଚିତ । ଶୋଇବା ପୂର୍ବରୁ ଭଗବାନ କୃଷ୍ଣ, ମା ଲକ୍ଷ୍ମୀ ଓ ବିଶୁଣୁଙ୍କର ନାମ ସ୍ମରଣ କରିବା ଉଚିତ । ଯଦି ସ୍ଵପ୍ନରେ ବ୍ୟକ୍ତି ନିଜର ବା ଅନ୍ୟ କାହାର ମାଂସ ଖାଇବାର ଦେଖିଥାଏ ତେବେ ସେହି ବ୍ୟକ୍ତି ଅଧା ସମ୍ପତି ପ୍ରାପ୍ତ କରିଥାଏ ।

୨- ଯଦି ବ୍ୟକ୍ତି ନିଜକୁ ମିଠା ଖାଉ ଥିବାର ସ୍ଵପ୍ନ ଦେଖିଥାଏ ତେବେ ଜୀବନରେ ଧନର ବୃଦ୍ଧି ହୋଇଥାଏ । ଯେଉଁ ବ୍ୟକ୍ତି ସ୍ଵପ୍ନରେ ମାଟି ବା ବାଲି ଖାଉ ଥିବାର ଦେଖିଥାଏ ସେହି ବ୍ୟକ୍ତି ଆଗାମୀ ସମୟରେ ଧନବାନ ହୋଇଥାଏ ।

୩- ଯେଉଁ ବ୍ୟକ୍ତି ସ୍ଵପ୍ନରେ ମିଠା ଖିରୀ ସେବନ କରିବାର ଦେଖିଥାଏ ସେହି ବ୍ୟକ୍ତି କୀର୍ତ୍ତିମାନ ସ୍ଥାପନ କରିଥାଏ । ଏମିତି ମଣିଷ ଏକ ଭଲ ଲିଡର ହେବା ସହ ନିଜର ସାମ୍ରାଜ୍ୟ ସ୍ଥାପନ କରିଥାଏ ।

୪- ଯେଉଁ ବ୍ୟକ୍ତି ସ୍ଵପ୍ନରେ ହଳଦିଆ ରଙ୍ଗର ଫୁଲ ଖାଇବାର ଦେଖିଥାଏ ସେହି ବ୍ୟକ୍ତି ଘରେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ସେହି ବ୍ୟକ୍ତିର ଦରିଦ୍ରତା ଦୂର ହୋଇଥାଏ । ଯେଉଁ ବ୍ୟକ୍ତି ସ୍ଵପ୍ନରେ ବିଷ ପିଇକି ମରିବାର ଦେଖିଥାଏ ସେହି ବ୍ୟକ୍ତି ଭୌତିକ ସୁଖ ପ୍ରାପ୍ତ କରିଥାଏ ।

୫- ଯେଉଁ ବ୍ୟକ୍ତି ସ୍ଵପ୍ନରେ ରକ୍ତ ପିଇବାର ଦେଖିଥାଏ ସେହି ବ୍ୟକ୍ତି ଧନ ପ୍ରାପ୍ତି କରିଥାଏ । ଯେଉଁ ବ୍ୟକ୍ତି ସ୍ଵପ୍ନରେ ନିଜକୁ କ୍ଷୀର ପିଇବାର ଦେଖିଥାଏ ସେହି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ ।

୬- ଯେଉଁ ବ୍ୟକ୍ତି ସ୍ଵପ୍ନରେ ଗହମ ଦେଖିଥାଏ ବା ରୋରୀ ଖାଇବାର ଦେଖିଥାଏ ସେହି ବ୍ୟକ୍ତି ବିଦ୍ୟା ପ୍ରାପ୍ତ କରିଥାଏ । ଏହା ସହ ଉଚ୍ଚ ପଦବୀର ଚାକିରି ପାଇଥାଏ ।

୭- ଯେଉଁ ବ୍ୟକ୍ତି ଚାଉଳ ଖାଇବାର ସ୍ଵପ୍ନରେ ଦେଖିଥାଏ ସେହି ବ୍ୟକ୍ତି ଜୀବନରେ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ଯେଉଁ ବ୍ୟକ୍ତି ସ୍ଵପ୍ନରେ କଦଳୀ, ଲେମ୍ବୁ ଖାଇବାର ଦେଖିଥାଏ ଜୀବନରେ ଶୁଭ ଫଳ ପ୍ରାପ୍ତି କରିଥାଏ । ଏହା ସହ ବ୍ୟକ୍ତି ଜୀବନରେ ଧନୀ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *