ଆଳୁ ଏମିତି ଏକ ପରିବାର ଯାହା ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି । ସେ ସାଧା ହେଉ ବା ଆମିଷ ସବୁଥିରେ ଆଳୁ ପଡିଥାଏ । ଏହା ଖାଇବାକୁ ସ୍ଵାଦିଷ୍ଟ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଆଳୁ ରେ ଭିଟାମିନ-ଏ, ଭିଟାମିନ- ସି, ଫସଫରସ, ଜିଙ୍କ, ପୋଟାସିୟମ, ମ୍ୟାଗ୍ନେସିୟମ ଭଳି ଅନେକ ଉପକାରୀ ପୋଷାକ ତତ୍ଵ ଭରପୁର ପରିମାଣରେ ରହିଛି । ଏହା ସହ ଆଳୁ ରେ କାର୍ବୋ-ହାଇଡ୍ରେଡ, ପ୍ରୋଟିନ, ଆନିନୋ ଏସଡି ମଧ୍ୟ ରହିଛି । କିନ୍ତୁ କିଛି ଲୋକଙ୍କ ପାଇଁ ଆଳୁ ଖାଇବା ବର୍ଜ୍ୟନିୟ ଅଟେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
୧- ଯେଉଁ ମାନଙ୍କର ଏସିଡିଟି ଭଳି ସମସ୍ୟା ରହିଛି ସେମାନେ ଆଳୁ ଖାଇବା କ୍ଷତିକାରକ ହୋଇଥାଏ । ଯଦି ଆପଣ ନିୟମିତ ଭାବେ ଆଳୁ ଖାଆନ୍ତି ତେବେ ଏସିଡିଟି ସମସ୍ଯା ଅଧିକ ହୋଇପାରେ । ଏହା ସହ ଆଳୁ ଖାଇବା ଦ୍ଵାରା ଗ୍ଯାସ ସମ୍ଭାବନା ଅଧିକ ରହିଥାଏ ।
୨- ଯେଉଁ ମାନେ ଡାଇବେଟିସ ରୋଗୀ ସେମାନେ ଆଳୁ ଖାଇବା ଉଚିତ ନୁହେଁ । ଏହା ସହ ଯେଉଁ ମାନଙ୍କର ହାଇ ବ୍ଲଡ଼ ପ୍ରେସର ଅଛି ସେମାନେ ମଧ୍ୟ ଆଳୁ ଖାଇବା ଉଚିତ ନୁହେଁ । ଏହା ସେମାନଙ୍କର ସୁଗର ଲେବଲକୁ ବୃଦ୍ଧି କରାଇଥାଏ ।
୩- ବ୍ଲଡ଼ ପ୍ରେସର ରୋଗୀ ମାନେ ମଧ୍ୟ ଆଳୁ ଖାଇବା ବର୍ଜନୀୟ ଅଟେ । ଏମାନେ ସନ୍ତୁଳିତ ପରିମାଣରେ ଆଳୁ ଖାଇ ପାରିବେ । ଯଦି ଅଧିକ ଆଳୁ ଖାଇବେ ତେବେ ରକ୍ତଚାପ ଅଧିକ ହୋଇପାରେ ।
୪- ଯେଉଁ ମାନଙ୍କର ଓଜନ ଜଲ୍ଦି ବଢି ଯାଉଛି ସେମାନେ ଆଳୁ ଖାଇବା ଉଚିତ ନୁହେଁ । ଆଳୁ ରେ ବହୁ ପରିମାଣରେ କାର୍ବୋ ହାଇଡ୍ରେଡ ଥାଏ ଯାହା ପାଇଁ ମୋଟାପଣ ଅଧିକ ବଢିଥାଏ । ତେଣୁ ମୋଟା ବ୍ୟକ୍ତି ମାନେ ମୋଟାପନ ହ୍ରାସ କରିବା ପାଇଁ ଆଳୁ କମ ପରିମାଣରେ ଖାଇବା ଉଚିତ ।
ତେବେ ବନ୍ଧୁଗଣ ଆଳୁ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଯେତେ ଲାଭଦାୟକ ହୋଇଥାଏ ଠିକ ସେତିକି କ୍ଷତିକାରକ ମଧ୍ୟ ହୋଇଥାଏ । ଆଳୁ ଖାଇବାକୁ ସାଦିଷ୍ଟ ହୋଇଥିଲେ ମଧ୍ୟ ଏହାର ସଠିକ ବ୍ୟବହାର ନ କରାଗଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଆଳି ଯେତିକି ପରିମାଣର ଆବଶ୍ୟକ ସେତିକି ଖାଇବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।