ଶ୍ଵାସରୋଗୀଙ୍କ ପାଇଁ ଅମୃତ ହେଉଛି ଏହି ସୁପରଫୁଡ୍ ଆତ ! ଯେଉଁଠାରେ ଦେଖିବେ ହାତ ଛଡା କରିବେ ନାହିଁ ! Custard apple

ବନ୍ଧୁଗଣ ଆପଣ ସମସ୍ତେ ଆତ ଫଳ ଖାଇଥିବେ କି ତାହା ବିଷୟରେ ନିହାତି ଶୁଣିଥିବେ । ଏହି ଆତରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଫାଇବର ସହିତ ବିଭିନ୍ନ ପ୍ରକାରର ପୋଷକତତ୍ତ୍ଵ ରହିଛି । ଏହା ଖାଇବା ଦ୍ଵାରା ଅନେକ ସମସ୍ଯାରୁ ମୁକ୍ତି ମିଳିଥାଏ । ଏପରିକି ଆୟୁର୍ବେଦରେ ଆତ ପତ୍ରକୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଏ । ଆତ ଖାଇବା ଦ୍ଵାରା କେଉଁ ସବୁ ସମସ୍ଯା ମୂଳରୁ ଦୂର ହୋଇଥାଏ ଆସନ୍ତୁ ସେ ସମ୍ପର୍କରେ ଏଠାରେ ଜାଣିବା ।

ଆତ ଖାଇବା ଦ୍ଵାରା ଏଥିରେ ମିଳୁଥିବା ଭିଟାମିନ-B6 ଶ୍ଵାସରୋଗକୁ ଭଲ କରିଥାଏ । ଆତରେ ପୋଟାସିୟମ, ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିବାରୁ ଏହା ଆମ ଶରୀରକୁ ବିଭିନ୍ନ ସମସ୍ଯାରୁ ରକ୍ଷା କରେ ।

ସେହିଭଳି ହୃଦରୋଗୀଙ୍କ ପାଇଁ ଆତ ଚମତ୍କାରୀ ଔଷଧ ସଦୃଶ ହୋଇଥାଏ । ଡାକ୍ତରମାନେ ସେଥିପାଇଁ ହୃଦରୋଗୀଙ୍କୁ ଆତ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।
ଆତରେ ଭିଟାମିନ-A, ଭିଟାମିନ-C ଓ ରିଭୋଫ୍ଲୋଭିନ ଭଳି ପୋଷାକ ତତ୍ତ୍ଵ ରହିଛି । ଯାହା ଆମର ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ । ଆତରେ ଥିବା କପର୍, ଆଇରନ ଗର୍ଭବତୀଙ୍କ ପାଇଁ ମଧ୍ୟ ଔଷଧ ଭଳି କାମ ଦେଇଥାଏ ।


ଗର୍ଭାବସ୍ଥାରେ ଆତ ଖାଇବା ଦ୍ଵାରା ଗର୍ଭ ଜନିତ କଷ୍ଟ ଦୂର ହୁଏ । ଆତରେ ଥିବା ଫାଇବର କୋଷ୍ଠକାଠିନ୍ଯ ଭଳି ସମସ୍ଯାକୁ ମଧ୍ୟ ଦୂର କରେ ଏବଂ ହଜମ ପ୍ରକ୍ରିୟାକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।

ଆତରେ ଥିବା ଆଇରନ ଓ କପର୍ ରକ୍ତହୀନତା ଭଳି ସମସ୍ଯାରୁ ମଧ୍ୟ ରକ୍ଷା କରେ । ଆତ ଖାଇଲେ ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ଆମ ଶରୀରରେ ରକ୍ତ ସଞ୍ଚାଳନକୁ ମଧ୍ୟ ଠିକ କରିଥାଏ । ଆତର ଏଭଳି ଅନେକ ଫାଇଦା ରହିଛି । ଆଜିକାଲି ବହୁତ କମ୍ ଲୋକ ଆତ ଲୋକମାନେ ଖାଇବାକୁ ପସନ୍ଦ କରୁଛନ୍ତି ଏବଂ ବଜାରରେ ଏହାର ବିକ୍ରି ମଧ୍ୟ ବହୁତ କମ୍ ହେବାର ଦେଖାଯାଉଛି ।

ଆଗକାଳରେ ଲୋକମାନେ ଏହି ସବୁ ଦେଶୀ ଫଳମୂଳ ଖାଇ ଅଧିକ ବୟସ ହେବା ଯାଏଁ ସୁସ୍ଥ ଓ ଶକ୍ତିଶାଳୀ ରହୁଥିଲେ । ତେବେ ବନ୍ଧୁଗଣ ଆପଣ ମଧ୍ୟ ବେଳେବେଳେ ଆତ ଖାଇ ତାହାର ମଜା ନିଅନ୍ତୁ । ଯାହା ଆପଣଙ୍କୁ ଖାଇବାକୁ ସୁଆଦିଆ ଲାଗିବା ସହ ଶରୀର ଉପରେ ମଧ୍ୟ ଏହା ଖୁବ ଭଲ ପ୍ରଭାବ ପକାଇବ । ଆଶା କରୁଛୁ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *