ନମସ୍କାର ବନ୍ଧୁଗଣ, କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ ଖବର ଆସିସାରିଛି 2022 ର T- 20 ମ୍ୟାଚ ଶେଷ ହୋଇସାରିଛି । ଏହା ପରେ ଆଉ ଏକ ନୂଆ ଖବର ଆସିସାରିଛି T – 20 ମ୍ୟାଚକୁ ନେଇ । ତାହା ହେଉଛି T-20 ବିଶ୍ଵକପର କିଛି ନିୟମ ବଦଳିବାକୁ ଯାଉଛି । ତେବେ ସେହି କ୍ରିକେଟ ନିୟମ ବର୍ତ୍ତମାନର ନିୟମ ଠାରୁ କେତେ ଭିନ୍ନ ତାହା ଉପରେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଭାବରେ ।
2022 T-20 ମ୍ୟାଚ ସରିସାରିଛି । ଏଥିରେ ବିଜଯ ହାସଲ କରିଛି ଅଷ୍ଟ୍ରେଲିଆ ଦଳ । ତେବେ ଆଗାମୀ T- 20 ମ୍ୟାଚ 2024 ମସିହାରେ ଖେଳା ଯିବ । ଏହାକୁ ଆୟୋଜନ କରିବେ ଆମେରିକା ଏବଂ ୱେଷ୍ଟେଣ୍ଡିଜ । ଆଗାମୀ ମ୍ୟାଚରେ icc କିଛି ନିୟମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । 2022ର ଟପ 8 ଟିମ 2024 T-20 ବିଶ୍ଵକପରେ ସିଧାସଳଖ ସଳଖ ଯୋଗ୍ୟତା ଅର୍ଜନ କରିବେ ।
କିନ୍ତୁ ବାକି ଟିମ ମଧ୍ୟରେ କ୍ୟାଲିଫାଏ ରାଉଣ୍ଡ ଖେଳାଯିବ । ଏହା ବ୍ୟତିତ ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟ ସିଧା ସଳଖ ପ୍ରବେଶ କରିବେ । ଆମେରିକା ଏବଂ ୱେଷ୍ଟେଣ୍ଡିଜ ଏହି ବିଶ୍ଵା କପକୁ ଆୟୋଜିତ କରିବାକୁ ଯାଉଥିବାରୁ ତାଙ୍କୁ ମଧ୍ୟ ସିଧା ସଳଖ ଏଥିରେ ଏଣ୍ଟ୍ରି ମିଳିବ । କହିବାକୁ ଯିବା ତ 2024 T-20 ବିଶ୍ଵକପ ପାଇଁ 12 ଟିମ ସମ୍ପୂର୍ଣ ପ୍ରସ୍ତୁତ ହୋଇ ଅଛନ୍ତି । ଆଉ ବାକି 8 ଟିମର ଫଇସଲା କ୍ୟାଲିଫାଏ ରାଉଣ୍ଡରେ ଜଣାଯିବ ।
2024 T- 20 ବିଶ୍ଵକପରେ ମୋଟ 2ଓ ଟି ଟିମ ଖେଳିବେ । 5, 5 କରି 4 ଗୃପରେ ବଣ୍ଟାଯିବ । ସେହିଭଳି ସବୁ ଗୃପର ଟପ 8 ଟିମ ସୁପର 8 ଟିମ ପାଇଁ କ୍ଵାଲିଫାଏ କରିବେ । 2024 ମ୍ୟାଚରେ 2022 ଭଳି ସୁପର 12 ମ୍ୟାଚ ହେବ ନାହିଁ । ଏହା ବଦଳରେ ସୁପର 8 ରାଉଣ୍ଡ ଖେଳା ଯିବ । ଏହାପରେ 4 ଲେଖାଏଁ ଟିମକୁ ଦୁଇଟି ଗୃପରେ ବଣ୍ଟା ଯିବ । ଏହି ଗୃପରୁ ଶୀର୍ଷ ଦୁଇଟି ଗୃପ ସେମି ଫାଇନାଲକୁ ପ୍ରବେଶ କରିବେ । ଏହାପରେ ଫାଇନାଲ ମ୍ୟାଚ ଖେଳାଯିବ ।
ଆମେରିକା ଏବଂ ୱେଷ୍ଟେଣ୍ଡିଜ ଏହି ସଂକରଣର ଆୟୋଜନ କରୁଥିବାରୁ ଏହି ଦୁଇ ଦଳର ସ୍ଥାନ ସେମାନେ ଏବେଠାରୁ ହିଁ ପଇସାରିଛନ୍ତି । 2024ରେ ମୋଟ 55ଟି ମ୍ୟାଚ ଖେଳାଯିବ । ଏହି ମ୍ୟାଚ ମଧ୍ୟରୁ ଅଧିକାଂଶ ମ୍ୟାଚ ଆମେରିକାରେ ଖେଳାଯିବ । ଆଉ ବାକି ମ୍ୟାଚ ୱେଷ୍ଟେଣ୍ଡିଜରେ ଖେଳାଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।