Tapaswini ଓ Sumit ଙ୍କ ସମ୍ପର୍କରେ ଆଗରୁ କୁହୁଳୁ ଥିଲା ନିଆଁ, ଏବେ ଜଳୁଛି… ଦେଖନ୍ତୁ Video

ତପସ୍ଵିନୀ ଓ ସୁମିତଙ୍କ ମାମଲା ଦିନକୁ ଦିନ ଆହୁରି ଲମ୍ବି ଲମ୍ବି ଯାଉଛି । ସବୁଦିନ ଏହି ମାମଲାରେ ନୂଆ ନୂଆ ଅପଡେଟ ଦେଖିବାକୁ ମିଳୁଛି । ପ୍ରଥମେ ପ୍ରଥମେ ତପସ୍ଵିନୀ ମିଡିଆ ସାମ୍ନାକୁ ଆସି ସୁମିତ ଓ ତାଙ୍କ ପରିବାର ବିରୁଦ୍ଧରେ କହୁଥିଲେ । କିନ୍ତୁ ବର୍ତ୍ତମାନ ସୁମିତ ବି ମିଡିଆ ସାମ୍ନାକୁ ନ ଆସି ନିଜର କିଛି ଭିଡିଓ ମାଧ୍ୟମରେ ତପସ୍ଵିନୀଙ୍କ ବିରୁଦ୍ଧରେ କହୁଛନ୍ତି ।

କହିବାକୁ ଗଲେ ଦମ୍ପତ୍ତିମାନେ ବିବାହ ପରେ ନିଜର ଖୁସିର ମୂହୁର୍ତ୍ତକୁ ମୋବାଇଲରେ ସୁଟ କରି ରଖିଥାନ୍ତି । ଏହା ସହିତ ବହୁତ ଫଟୋ ବି ଉଠାଇ ଥାନ୍ତି । କିନ୍ତୁ ତପସ୍ଵିନୀ ଓ ସୁମିତ ମାମଲାରେ ଏହାର କିଛି ଓଲଟା ଦେଖିବାକୁ ମିଳିଛି । ଅର୍ଥାତ ଏହି ଦମ୍ପତ୍ତି ନିଜର ଖୁସିର ମୂହୁର୍ତ୍ତକୁ ନୁହେଁ ଓଲଟା ପରସ୍ପର ଝଗଡା କରିବାର ଭିଡିଓ ଓ ଫଟୋ ଉଠେଇ ରଖିଛନ୍ତି ।

ସୁମିତ ଯେଉଁ ଭିଡିଓ ଜାରି କରିଛନ୍ତି ତାକୁ ଦେଖିଲେ ଜଣା ପଡୁଛି କି ଏହି ମାମଲାରେ ତପସ୍ଵିନୀ ଭିଲିୟାନ ଅଟନ୍ତି ଓ ତପସ୍ଵିନୀ ଯେଉଁ ଫଟୋ ଛାଡୁଛନ୍ତି ସେଥିରେ ଜଣା ପଡୁଛି କି ସୁମିତ ଭିଲିୟାନ ଅଟନ୍ତି । କିନ୍ତୁ ସତ୍ୟତା କଣ କେହି ବି ଜାଣି ନାହାନ୍ତି । ଅର୍ଥାତ ଦାମ୍ପତ୍ୟ ଜୀବନରେ ବହୁତ ପୂର୍ବରୁ ହିଁ ନିଆଁ ଲାଗି ସାରିଥିଲା ।

ଯାହାକି ଦୁଇ ଜଣଙ୍କ ଭିତରେ ଥିଲା । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ସାମ୍ନାରେ ହୁ ହୁ ହୋଇ ଜଳୁଛି । ଏହି ଭିଡିଓ ଓ ଫଟୋ ପ୍ରମାଣିତ କରୁଛି କି ଘର ଭିତରେ ତାଙ୍କ ମଧ୍ୟରେ ଯେଉଁ ବିବାଦ ଚାଲିଛି ତାହା ଦିନେ ନା ଦିନେ ସମସ୍ତଙ୍କ ସାମ୍ନାକୁ ଆସିବ ।

ସେଥିପାଇଁ ନିଜକୁ ସଠିକ ପ୍ରମାଣିତ କରିବା ପାଇଁ ନିଜ ନିଜ ହିସାବରେ ପରସ୍ପର ବିରୁଦ୍ଧରେ ଭିଡିଓ ଓ ଫଟୋ ସୁଟ କରି ରଖିଛନ୍ତି । ଏମିତିରେ ଯେତେବେଳେ ଦୁଇ ଜଣଙ୍କ ବିଷୟରେ ସମସ୍ତେ ସବୁ କିଛି ଜାଣି ସାରିଛନ୍ତି ଓ ବିବାଦ ମଧ୍ୟ ଆହୁରି ବଢି ଚାଳଚି ତେବେ ଦୁଇ ଜଣ ପକ୍ଷରୁ ଏହିଭଳି କିଛି ଭିଡିଓ ଓ ଫଟୋ ସାମ୍ନାକୁ ଆସିବାରେ ଲାଗିଛି ।

ନଚେତ କିଏ କାହିଁକି ସ୍ଵାମୀ ଓ ସ୍ତ୍ରୀର ଝଗଡା ଓ କଲି କରୁଥିବାର ଭିଡିଓ ଓ ଫଟୋ ସୁଟ କରି ରଖିବ । ଦୁଇ ଜଣଙ୍କର ଗୋଟିଏ ପରେ ଗୋଟିଏ ଭିଡିଓ, ଫଟୋ ଓ ଅଡିଓ ସାମ୍ନାକୁ ଆସିବାରେ ଲାଗିଛି । ଯାହାକି ସମ୍ପର୍କରେ ଥିବା ଦୂରତାକୁ ପ୍ରମାଣିତ କରୁଛି । ଏହି ସବୁ ଭିତରେ ବି ତପସ୍ଵିନୀ ସୁମିତଙ୍କ ଘରେ ରହିବା ପାଇଁ ଜିଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *