ବହୁ ଚର୍ଚ୍ଚିତ ବ୍ରହ୍ମପୁର ସହରର ତପସ୍ଵିନୀ ଦାସ ଇ ଡାକ୍ତର ସୁମିତ ସାହୁଙ୍କ ବୈବାହିକ ଜୀବନକୁ ନେଇ ଯେଉଁ ଭଳି ଚର୍ଚ୍ଚା ଲାଗିଛି ତାହା ଆପଣ ମାନେ ସମସ୍ତେ ଜାଣିଥିବେ । ତେବେ ତପସ୍ଵିନୀ ଶ୍ଵଶୁର ଘର ଆଗରେ ପୁଣି ଥରେ ଧାରଣା ଦେଇ ବସିହକନ୍ତି । ତପସ୍ଵିନୀଙ୍କ ସହ ସମାଜସେବୀ ପ୍ରମିଳା ମାଉସୀ ତାଙ୍କର ସମର୍ଥନ ଆରମ୍ଭରୁ କରି ଆସିଛନ୍ତୁ । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କି ତପସ୍ଵିନୀ ସୁମିତଙ୍କ ଘର ଆଗରେ ବସି ରୋଷେଇ ଆରମ୍ଭ କରୁଛନ୍ତି ତାହା ଦେଖି ପାରିବେ ।
ଶିତ କାକରରେ ବାହାରେ ବସି ସେ ତଟକା ପରିବାରେ ଡାଲମା ଭାତ କରି ରୋଷେଇ ଆରମ୍ଭ କରିଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ତପସ୍ଵିନୀ କହିଛନ୍ତି ଦୀର୍ଘ ମାସେ ହେଲା ସେ ବାହାରେ ବସିଛନ୍ତି ଓ ବାହାର ଖାଦ୍ୟ ଖାଉଛନ୍ତି ଯାହା ପାଇଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଗଲାଣି । ସେ ଭାତ ଡାଲମା ରାନ୍ଧିଛନ୍ତି ତାଙ୍କ ପାଇଁ ଓ ପ୍ରମିଳା ମାଉସୀଙ୍କ ପାଇଁ ।
ସେ କହୁଛନ୍ତି ଯଦି ଶ୍ଵଶୁର ଘର ଲୋକେ ଆସିଲେ ତାଙ୍କୁ ମଧ୍ୟ ଖାଇବାକୁ ଦେବେ ବୋଲି । ତପସ୍ଵିନୀ କହିଛନ୍ତି ସେ ଏତେ ବଡ ବୋହୁ ଘରର ବୋହୁ ହୋଇ ମଧ୍ୟ ରାସ୍ତାରେ ବସି ରୋଷେଇ କରି ଖାଉଛନ୍ତି ଯଦି ସୁମିତଙ୍କ ଘର ଲୋକଙ୍କୁ ଭଲ ଲାଗୁଛି ତେବେ ଠିକ କଥା ।
ଏହି ଭିଡିଓରେ ଜଣେ ଅଜଣା ମହିଳା ଆସି ତପସ୍ଵିନୀଙ୍କୁ ତାଙ୍କ ଝିଅ କହିବା ସହ ତାଙ୍କ ହାତରେ ଶଙ୍ଖା ପିନ୍ଧାଇ ଦେଉଛନ୍ତି ବୋଲି ଦୃଶ୍ୟ ହେଉଛି । ଏହା ସହ ସୁମିତଙ୍କୁ ଚାକିରିରରୁ ବାହାର କରି ଦିଆ ଯାଇଛି ବୋଲି ମଧ୍ୟ ଅଜଣା ମହିଳା ଜଣକ ମୁହଁରେ ଓଢଣା ପକାଇ କହୁଛନ୍ତି । ଏହା ସହ ମହିଳା ଜଣକ ଗୀତ ଗାଈ ତପସ୍ଵିନୀଙ୍କୁ ଧରି କାନ୍ଦି ପକାଉଛନ୍ତି ।
ମହିଳା ଜଣକ ତପସ୍ଵିନୀଙ୍କ ମଥାରେ ସିନ୍ଦୁର ଦେବା ସମୟରେ କହୁଛନ୍ତି ତୁ ମାସେ ହେଲା ଧାର୍ଯ୍ୟ ଧରି ବସି ରହିଛୁ । ସେ ତପସ୍ଵିନୀଙ୍କୁ ମଥାରେ ସିନ୍ଦୁର ଦେଇ ତାଙ୍କୁ କୁଣ୍ଡାଇ ପକାଇଛନ୍ତି । ପ୍ରମିଳା ମାଉସୀ ମଧ୍ୟ ତାଙ୍କ ମୁହଁ ଦେଖିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସଫଳ ହେଲେ ନାହି । ଶେଷରେ ଅଜଣା ମହିଳା ତପସ୍ଵିନୀଙ୍କୁ ତାଙ୍କ ଓଢଣାରେ ଲୁଚାଇ ତାଙ୍କ ମୁହଁ ଦେଖାଇ କିଛି କଥା କହୁଛନ୍ତି ।
ମହିଳା କହୁଛନ୍ତି ତୁ ତୋ ଶାଶୁ ଶ୍ଵଶୁରଙ୍କ ସେବା କରିବା ସହ ତାଙ୍କର ସମ୍ମାନ କରିବୁ, ଦୁହିତା ଦୁଇ କୁଳକୁ ହିତା ତୁ ଏହା ରକ୍ଷା କରିବୁ, ସ୍ଵାମୀକୁ ଦେବତା ଠାରୁ ଅଧିକ ବୋଲି ଭାବିବୁ, ତୋ ସ୍ଵାମୀ ସସପେଣ୍ଡ ହୋଇ ଯାଇଛି, ତୁ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବୁ ତୋ ସ୍ଵାମୀ ଚାକିରି ପାଇବ ।
ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅଜଣା ମହିଳା ଜଣକ । ଶେଷରେ ମହିଳା ନିଜର ପରିଚୟ ଦେବାକୁ ଯାଇ କହିଛନ୍ତି ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବାସରୁ ଫୋନ ଆସିଥିଲା ଯାହା ପାଇଁ ସେ ଏଠାକୁ ଆସିଛନ୍ତି । ଏ କଲି ଯୁଗର କୃଷ୍ଣ ହେଉଛନ୍ତି ନବୀନ ପଟ୍ଟନାୟକ ବୋଲି ମହିଳା କହିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।