ରାତି ପିଛା 10 ହଜାର ଟଙ୍କା, ନିଶାରେ ତାଙ୍କୁ ଆଲିଙ୍ଗନ କରୁଥିବା ବେଳେ ଅନ୍ୟ ଗ୍ରାହକଙ୍କ ସହ ରାତି…. ଦେଖନ୍ତୁ Video

ନମସ୍କାର ଦର୍ଶକ ବନ୍ଧୁ । ଉତ୍ତରାଖଣ୍ଡର ଅଳକାନନ୍ଦା ନଦୀ ଘାଟରେ ଅଙ୍କିତା ଭଣ୍ଡାରିଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଆଉ ଏବେ ହୁତୁ ହୁତୁ ହୋଇ ଜଳୁଛି ଅଙ୍କିତା ଭଣ୍ଡାରିଙ୍କ ଚିତା । ଆଉ ଏହି ଚିତାରେ ଅଙ୍କିତାଙ୍କର ଲକ୍ଷ, ସ୍ଵପ୍ନ ଓ ଭବିଷ୍ୟତ ସବୁ ଜାଳି ପୋଡି ଛାରଖାର ହୋଇ ଯାଇଛି । କାରଣ ଆଉ ଅଙ୍କିତା କେବେ ଉଠିବେନି କି ନିଜ ଗରିବ ବାପାର ଦୁଃଖ ଦୂର କରିବା ପାଇଁ ଆଉ କେବେ ଚାକିରି କରିବେନି । କାରଣ ସେ ଅଫେରା ରାଇଜର ରାଜକୁମାରୀ ପାଲଟି ଯାଇଛନ୍ତି ।

ହଁ ଦର୍ଶକ ବନ୍ଧୁ ପରିବାର ଲୋକେ ଅଙ୍କିତାଙ୍କ ଶେଷକୃତ୍ୟ କରିବାକୁ ରାଜି ହେବା ପରେ ତାଙ୍କୁ ପରିବାରକୁ ଅଙ୍କିତାଙ୍କ ପ୍ରାର୍ଥିବ ଶରୀରକୁ ହସ୍ତାନ୍ତର କରଯାଇଥିଲା । ଆଉ ପରିବାର ଲୋକେ ଶହ ଶହ ଲୋକଙ୍କ ଉପସ୍ଥିତରେ ଆଲକାନନ୍ଦ ନଦୀ କୂଳରେ ଅଙ୍କିତାଙ୍କୁ ଶେଷ ବିଦାୟ ଦିଆ ଯାଇଛି । ଏକ ରିସୋର୍ସର ରିସେପ୍ସନିଷ୍ଟ ଭାବେ କାମ କରୁଥିବା ୧୯ ବର୍ଷୀୟ ଅଙ୍କିତା ଭଣ୍ଡାରିଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ଦୋହଲି ଯାଇଛି ଉତ୍ତରାଖଣ୍ଡ ।

ଆଉ ଅଙ୍କିତାଙ୍କ ହତ୍ୟାକାରୀ ବିଜେପି ନେତାଙ୍କ ପୁଅ ହୋଇଥିବାରୁ ପୋଲିସ ଅଭିଯୁକ୍ତ ସପକ୍ଷରେ ଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏପରି କି ପ୍ରମାଣକୁ ନଷ୍ଟ କରିବା ପାଇଁ ରିସୋର୍ସକୁ ପ୍ରଶାସନ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତେବେ ଅଙ୍କିତାର ହତ୍ୟାକାରୀକୁ ଫାଶୀ କରିବାକୁ ଦାବି କରିଛନ୍ତି ସାଧାରଣ ଲୋକେ । ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ବୁଝା ସୁଝା ମଧ୍ୟ କରାଯାଉଛି ।

ମୁଖ୍ୟମନ୍ତ୍ରୀ ମାମଲାର ତଦନ୍ତ କରିବା ପାଇଁ ଏସଆଇଟି ଗଠନ କରିଥିବା ବେଳେ ମାମଲାର ଫାଷ୍ଟ୍ରା ଶୁଣାଣି କୋର୍ଟ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ଶେଷ କୃତ୍ତ୍ୟ କରିବାକୁ ରାଜି ହୋଇଥିଲେ । ଦର୍ଶକ ବନ୍ଧୁ ଏହାରି ମଧ୍ୟରେ ଅଙ୍କିତାଙ୍କ ୱ୍ହାଟସପ୍ ଚ୍ୟାଟ ଯାଞ୍ଚ କରାଯାଇଛି । ସେ କୁଆଡେ ତାଙ୍କର ଜଣେ ସାଙ୍ଗଙ୍କୁ କହିଥିଲେ ରିସୋର୍ସରେ ଗ୍ରାହକଙ୍କୁ ସ୍ଵତନ୍ତ୍ର ସେବା ପାଇଁ ବାଧ୍ୟ ତାଙ୍କୁ କରା ଯାଉଥିଲା ଆଉ କେତେକ ଗ୍ରାହକ ମଦ ନିଶାରେ ତାଙ୍କୁ ଆଲିଙ୍ଗନ ବି କରୁଥିଲେ ।

ଆଉ କେତେକ ଗ୍ରାହକଙ୍କ ସହ ରାତି କାଟିବାକୁ ବି କୁହା ଯାଉଥିଲା । ଆଉ ଏଥିପାଇଁ କୁଆଡେ ତାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ହୋଟେଲ ମାଲିକ କହିଥିଲେ । ଆଉ ଯାହାକୁ ସେ ମୁହାଁ ମୁହିଁ ପ୍ରତ୍ୟାଖାନ କରିଥିଲେ । ଆଉ ଯାହାକୁ ନେଇ ରିସୋର୍ସର ମାଲିକ ତାଙ୍କୁ ଟାର୍ଗେଟରେ ରଖିଥିଲେ । ଆଉ ଏହା ପରେ ତାଙ୍କୁ ମାରିଦେଲେ । ଏଭଳି କିଛି ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।

ତେବେ ଦେଖିବାକୁ ବାକି ରହିଲା ସେହି ମନ୍ତ୍ରୀଙ୍କ ପୁଅ ବିରୋଧରେ କଣ କାର୍ଯ୍ୟନୁଷ୍ଠାନ ନିଆ ଯାଉଛି ତାହା ଦେଖିବା ବାକି ରହିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *